ETV Bharat / city

5 ଦିନ ଆହୁରି ତାତିବ, 20 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

author img

By

Published : Mar 30, 2021, 8:01 PM IST

Updated : Mar 30, 2021, 8:55 PM IST

ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ନିଙ୍ଗ ଜାରି
ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ନିଙ୍ଗ ଜାରି

ଭୁବନେଶ୍ବର: ପଶ୍ଚିମ ଦିଗରୁ ମୁଖ୍ୟତଃ ବାୟୁମଣ୍ଡଳର ତଳଭାଗରେ ପ୍ରବାହିତ ହେଉଥିବା ଓଡିଶା ମଧ୍ୟକୁ ଶୁଷ୍କ ବାୟୁ ତଥା ସ୍ଥାନୀୟ ଗରମ ପ୍ରଭାବରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା, ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ତଥା ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର କେତେକ ସ୍ଥାନରେ ଆଗାମୀ ୩ ଦିନ ପାଇଁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ନିଙ୍ଗ ଜାରି
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଆସନ୍ତା ୨୪ ଘଣ୍ଟା ବୁଧବାର ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ନୂଆପଡା, କେନ୍ଦୁଝର, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ରୋଗାଗ୍ରସ୍ତ ଲୋକଙ୍କ ପାଇଁ ସାବଧାନ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।ଗତ ୨୪ ଘଣ୍ଟା ମଧ୍ୟରେ ଟିଟିଲାଗଡ଼ ସବୁଠୁ ଉତ୍ତ୍ୟକ୍ତ ସହର ଭାବେ ୪୨.୨ ଡିଗ୍ରୀ ତାପମାତ୍ରା ଥିବାବେଳେ ୧୨ ଟି ଷ୍ଟେସନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବାରିପଦାରେ ପାରଦ ୪୨.୦, ବଲାଙ୍ଗୀରରେ ୪୧.୫, ଝାରସୁଗୁଡାରେ ୪୧.୨, ସମ୍ବଲପୁରରେ ୪୧.୨, ଅନୁଗୋଳରେ ୪୧.୧, ହୀରାକୁଦରେ ୪୧.୧, ମାଲକାନଗିରିରେ ୪୧.୦, ଭବାନୀପାଟଣାରେ ୪୦.୮, ଭୁବନେଶ୍ୱରରେ ୪୦.୫, ତାଳଚେରରେ ୪୦.୩, ନୟାଗଡ଼ରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
Last Updated : Mar 30, 2021, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.