ETV Bharat / city

ପାନୀୟଜଳ ସମସ୍ୟା ସମାଧାନ ପାଇଁ ସରକାର ପଦକ୍ଷେପ ନେଉଛନ୍ତି: ମନ୍ତ୍ରୀ ପ୍ରତାପ ଜେନା

author img

By

Published : Mar 17, 2021, 9:39 PM IST

ମନ୍ତ୍ରୀ କହିଛନ୍ତି ସମସ୍ତଙ୍କୁ ସମସ୍ତଙ୍କ ଘରେ ପିଇବା ପାଣି ଯୋଗାଇ ଦିଆଯିବ। ପିଇବା ପାଣି ନେଇ ଯେଉଁ ସ୍ଥାନରେ ସମସ୍ୟା ଦେଖାଦେବ, ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିପରି ଅନଲାଇନ ଜରିଆରେ ଆସୁଥିବା ଅଭିଯୋଗ ଆଧାରରେ ବି ପଦକ୍ଷେପ ନିଆଯିବ ।

Minister Pratap Jena
Minister Pratap Jena

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବେଳେ ଯେଉଁଠି ବି ପାନୀୟ ଜଳ ସମସ୍ଯା ଦେଖାଦିଏ ସରକାର ତୁରନ୍ତ ପଦକ୍ଷେପ ନେବେ । ପାନୀୟ ଜଳ ସମସ୍ୟା ନହେବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପାନୀୟ ଜଳ ଯୋଗାଣ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ।

ପାନୀୟଜଳ ସମସ୍ୟା ସମାଧାନ ପାଇଁ ସରକାର ପଦକ୍ଷେପ ନେଉଛନ୍ତି: ମନ୍ତ୍ରୀ ପ୍ରତାପ ଜେନା

ମନ୍ତ୍ରୀ କହିଛନ୍ତି ସମସ୍ତଙ୍କୁ ଘରେ ପିଇବା ପାଣି ଯୋଗାଇ ଦିଆଯିବ। ପିଇବା ପାଣି ନେଇ ଯେଉଁ ସ୍ଥାନରେ ସମସ୍ୟା ଦେଖାଦେବ ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିପରି ଅନଲାଇନ ଜରିଆରେ ଆସୁଥିବା ଅଭିଯୋଗ ଆଧାରରେ ବି ପଦକ୍ଷେପ ନିଆଯିବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସବୁ ଘରକୁ ପିଇବା ପାଣି ଯୋଗାଇ ଦିଆଯାଉଛି। ଆବଶ୍ୟକ ସ୍ଥଳେ ଟ୍ୟାଙ୍କର ଯୋଗେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଣି ଯୋଗାଇ ଦିଆଯିବ ।

ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକ କାମ କରୁଛି କି ନାହିଁ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି । ଆବଶ୍ୟକସ୍ଥଳେ ତୁରନ୍ତ ମରାମତି କରିବାକୁ ମଧ୍ୟ ନିର୍ଦେଶ ହୋଇଥିବା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି ପାନୀୟ ଜଳ ସମସ୍ୟା ରାଜ୍ୟରେ ହେବ ନାହିଁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.