ETV Bharat / city

ସମିତି ସଭ୍ୟଙ୍କୁ ଜୁଲମ କରି ଅକ୍ତିଆର କରୁଛି ବିଜେଡି: ଲେଖାଶ୍ରୀ

author img

By

Published : Mar 9, 2022, 10:33 PM IST

ନିର୍ବାଚନକୁ ନେଇ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ବିଜେଡିର ବିପୁଳ ଜନସମର୍ଥନ ବାହାସ୍ଫୋଟର ବାସ୍ତବିକ ଚିତ୍ର ସାମ୍ନାକୁ ଆସୁଛି । ବ୍ଲକ ଚେୟାରମ୍ୟାନ ଗଠନ ପୂର୍ବରୁ ବିଜେପି ସମର୍ଥିତ ସମିତି ସଭ୍ୟଙ୍କ ଉପରେ ମିଛ କେସ କରାଯାଉଛି । ଅଧିକ ପଢନ୍ତୁ

ସମିତି ସଭ୍ୟଙ୍କୁ ଜୁଲମ କରି ଅକ୍ତିଆର କରୁଛି ବିଜେଡି: ଲେଖାଶ୍ରୀ
ସମିତି ସଭ୍ୟଙ୍କୁ ଜୁଲମ କରି ଅକ୍ତିଆର କରୁଛି ବିଜେଡି: ଲେଖାଶ୍ରୀ

ଭୁବନେଶ୍ବର: ନିର୍ବାଚନକୁ ନେଇ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ବିଜେଡିର ବିପୁଳ ଜନସମର୍ଥନ ବାହାସ୍ଫୋଟର ବାସ୍ତବିକ ଚିତ୍ର ସାମ୍ନାକୁ ଆସୁଛି । ବ୍ଲକ ଚେୟାରମ୍ୟାନ ଗଠନ ପୂର୍ବରୁ ବିଜେପି ସମର୍ଥିତ ସମିତି ସଭ୍ୟଙ୍କ ଉପରେ ମିଛ କେସ କରାଯାଉଛି । ଗୋଡେଇ ଗୋଡେଇ ତାଙ୍କୁ ଘରୁ ଉଠାଯାଉଛି ।

ସମିତି ସଭ୍ୟଙ୍କୁ ଜୁଲମ କରି ଅକ୍ତିଆର କରୁଛି ବିଜେଡି: ଲେଖାଶ୍ରୀ

ଲେଖାଶ୍ରୀ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ଉପରେ ଅପହରଣର ମିଛ କେସ କରିବା ସହ ଘରେ ଗଞ୍ଜେଇ ରଖି କେସ କରିବାର ଧମକ ଦିଆଯାଉଛି । ଅସ୍ତରଙ୍ଗରେ ୮ ଜଣଙ୍କ ଘରେ ରେଡ଼ ଚାଲିଛି । ତାଙ୍କର ଅପହରଣ ହୋଇଛି ବୋଲି କହି ପୋଲିସ ତାଙ୍କୁ ଉଠାଇବାର ଚେଷ୍ଟା କରୁଛି । ଅନୁସୂଚିତ ଜାତି ଓ ଜନଜାତିର ସମିତିସଭ୍ୟଙ୍କ ଉପରେ ଜୁଲମ କରାଯାଉଛି । ଜୋର ଜବରଦସ୍ତ ଭୋଟ ନେବା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ । ତୁରନ୍ତ ନିର୍ବାଚନ ଆୟୋଗ ହସ୍ତକ୍ଷେପ କରନ୍ତୁ । ପୋଲିସ ସରକାରଙ୍କ ହାତ ବାରିସି ସାଜି ବିଜେଡି ପାଇଁ ସମିତି ସଭ୍ୟ ଯୋଗାଡ଼ ନକରନ୍ତୁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.