ETV Bharat / city

କାଳିଆ ଟଙ୍କା ପାଇ ଚାଷୀ ଖୁସି ନାହାଁନ୍ତି: ପ୍ରଦୀପ ପୁରୋହିତ

author img

By

Published : May 3, 2022, 9:46 PM IST

ଚାଷି ମାନେ କେମିତି ଖୁସି ହେବେ ପ୍ରଶ୍ନ କରିଛନ୍ତି ପ୍ରଦୀପ ପୁରୋହିତ । ଓଡିଶାର ଚାଷୀ ସେତେବେଳେ ଖୁସି ହେବେ ଯେତେବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷିଙ୍କୁ ମିଳିବ । କଟନୀଛଟନୀ ହେବନାହିଁ । ଟୋକନ ଲାପ୍ସ ହେବନାହିଁ । ଅଧିକ ପଢନ୍ତୁ

ପ୍ରଦୀପ ପୁରୋହିତ
ପ୍ରଦୀପ ପୁରୋହିତ

ଭୁବନେଶ୍ବର: ରାଜ୍ୟ ସରକାର କାଳିଆ ଟଙ୍କା ଚାଷୀ ମାନଙ୍କୁ ଆଜି ଦେଇଛନ୍ତି । ହେଲେ ଚାଷୀ ମାନେ ଖୁସି ନାହାନ୍ତି । ଆଜି ପବିତ୍ର ଅକ୍ଷୟ ତୃତୀୟା, ଆଜି ଠାରୁ ଫସଲ କାର୍ଯ୍ୟ ଆରମ୍ଭ କରିଥାଏ ଚାଷୀ । ବିଜେପି କୃଷକ ମୋର୍ଚ୍ଚା ତରଫରୁ ବରଗଡ ଜିଲ୍ଲାରେ ଏହି ପର୍ବ ପାଳନ କରିଛନ୍ତି ପ୍ରଦୀପ ପୁରୋହିତ । ଏହି ଅବସରରେ ସେ କହିଛନ୍ତି ରାଜ୍ୟ ସରକାର କାଳିଆ ଟଙ୍କା ଚାଷୀ ମାନଙ୍କୁ ଆଜି ଦେଇଛନ୍ତି । ହେଲେ ଚାଷୀ ମାନେ ଖୁସି ନାହାନ୍ତି ।

କାଳିଆ ଟଙ୍କା ପାଇ ଚାଷୀ ଖୁସି ନାହାଁନ୍ତି: ପ୍ରଦୀପ ପୁରୋହିତ

ଚାଷି ମାନେ କେମିତି ଖୁସି ହେବେ ପ୍ରଶ୍ନ କରିଛନ୍ତି ପ୍ରଦୀପ ପୁରୋହିତ । ଓଡିଶାର ଚାଷୀ ସେତେବେଳେ ଖୁସି ହେବେ ଯେତେବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷିଙ୍କୁ ମିଳିବ । କଟନୀ ଛଟନୀ ହେବନାହିଁ । ଟୋକନ ଲାପ୍ସ ହେବନାହିଁ । ଚାଷୀଙ୍କ ଫସଲ ମଣ୍ଡିରେ ବିକ୍ରି କରିହେବ ତେବେ ଚାଷୀ ଖୁସି ହେବେ ।

ବିହନ ଓ ମଞ୍ଜି କେବେ ଯୋଗାଇଦେବେ ସରକାର । ସେହିପରି କେନ୍ଦ୍ର ସରକାର ରାଜ୍ୟକୁ ପର୍ଯ୍ୟାପ୍ତ ସାର ଯୋଗାଇଦେଇଥିବା ବେଳେ ଓଡିଶାରେ କଳାବଜାରୀ ହେଉଛି । ଓଡିଶାର ଚାଷୀ ମାନେ ଯେଉଁ ତୀବ୍ର ଜନଅସନ୍ତୋଷ ଅଛି ସରକାର କେମିତି ଭାବୁଛି କାଳିଆ ପଇସା ଦେଇଦେଲେ ଚାଷୀ ଖୁସି ହେବେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.