ETV Bharat / city

ଚେତାବନୀ ପରେ ପଶିଲା ଚେତା; ବିଜୟ ଶୋଭାଯାତ୍ରା, ରାଲିରେ ରୋକ ଲଗାଇଲେ ECI

author img

By

Published : Apr 27, 2021, 2:40 PM IST

Updated : Apr 27, 2021, 3:51 PM IST

ଦେଶରେ ବିଭିନ୍ନ ରାଜନୈତିକ ଦଳ କୋଭିଡ କଟକଣାକୁ ଫୁ’ କରିବା ଓ ମାଡ୍ରାସ ହାଇକୋର୍ଟଙ୍କ କଡା ଭର୍ତ୍ସନା ପରେ ଚେତିଲେ ଭାରତୀୟ ନିର୍ବାଚନ କମିଶନ । ବିଳମ୍ବରେ ହେଉ ପଛେ ମହାମାରୀକୁ ନେଇ ମହାମନ୍ଥନ କରି କଡା ନିୟମ ଜାରି କରିଛନ୍ତି କମିଶନ ।

ଚେତାବନୀ ପରେ ପଶିଲା ଚେତା
ଚେତାବନୀ ପରେ ପଶିଲା ଚେତା

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜନୈତିକ ଦଳ କୋଭିଡ କଟକଣାକୁ ଅବହେଳା କରିବା ଓ ମାଡ୍ରାସ ହାଇକୋର୍ଟଙ୍କ କଡା ଭର୍ତ୍ସନା ପରେ ଚେତିଲେ ଭାରତୀୟ ନିର୍ବାଚନ ଆୟୋଗ (ECI) । ବିଳମ୍ବରେ ହେଉ ପଛେ ମହାମାରୀକୁ ନେଇ ମହାମନ୍ଥନ କରି କଡା ନିୟମ ଜାର କରିଛନ୍ତି କମିଶନ । ଆସନ୍ତା 2 ତାରିଖ ରେ 4 ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ କୌଣସି ରାଜନୈତିକ ଦଳ ବିଜୟ ଉତ୍ସବ ଆୟୋଜନ କରିପାରିବେ ନାହିଁ ।

ଚେତାବନୀ ପରେ ପଶିଲା ଚେତା
ଚେତାବନୀ ପରେ ପଶିଲା ଚେତା

ଆଜି ( ମଙ୍ଗଳବାର) ଏସମ୍ପର୍କରେ ଏକ ବିସ୍ତୃତ ଗାଇଡଲାଇନ ଜାରି କରି ନିର୍ବାଚନ କମିଶନ କହିଛନ୍ତି, ମେ ’ 2 ରେ ନିର୍ବାଚନ ଫଳାଫଳ ଆସିବା ପରେ କୌଣସି ବିଜୟ ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ବିଜୟ ଉତ୍ସବ କରିପାରିବେ ନାହିଁ । ମାଡ୍ରାସ ହାଇକୋର୍ଟଙ୍କ ଭର୍ତ୍ସନାର ଗୋଟିଏ ଦିନ ପରେ ନିର୍ବାଚନ କମିଶନଙ୍କ ଏହି ଭଳି କଡା ନିର୍ଦ୍ଦେଶନାମାକୁ ଅଧିକାଂଶ ଲୋକ ସମର୍ଥନ କରିଛନ୍ତି ।

ତେବେ ଗତ 2 ମାସ ତଳେ ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ହଠାତ ପୁଣି ଥରେ ବିସ୍ପୋରକ ସ୍ଥିତି ଆଡକୁ ଯାଉଛି । ଯାହାକୁ ନେଇ ନିର୍ବାଚନୀ ରାଲିକୁ ଦାୟୀ କରୁଛନ୍ତି ବିଭିନ୍ନ ବର୍ଗର ଲୋକ ଓ କୋର୍ଟ । ତେବେ ଗତକାଲି ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ସିଧା ସଳଖ ନିର୍ବାଚନ କମିଶନଙ୍କୁ ଦାୟୀ କରିଥିଲେ । ଏପରିକି ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ କହିବାକୁ ପଛାଇନଥିଲେ ।

ସୂଚନାଯୋଗ୍ୟ ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ପଣ୍ଡିଚେରୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ଦେଶର ସମସ୍ତ ରାଜନୈତିକ ଦଳର ନେତା ମାନେ ମଧ୍ୟ କୋଭିଡ କଟକଣାକୁ ଭୁଲି ବିନା ମାସ୍କ ଓ ସାମାଜିକ ଦୂରତାରେ ପ୍ରଚାରରେ ମାତିଥିଲେ । ଏହି ସବୁ ସ୍ଥିତି ସହ ହଠାତ ପୁଣି ଥରେ ମହାମାରୀ ପିକ୍ ନେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 27, 2021, 3:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.