ETV Bharat / city

ପରିବାରକୁ ମିଳିବ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହ

author img

By

Published : Jun 30, 2021, 5:26 PM IST

Updated : Jun 30, 2021, 5:37 PM IST

କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହକୁ ଏଣିକି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ମହାନଗର କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

covid19 dead body handover to family
ପରିବାରକୁ ମିଳିବ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହ

ଭୁବନେଶ୍ବର: କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହକୁ ଏଣିକି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଯଦି ମୃତ୍ୟୁ ବେଳକୁ ସଂକ୍ରମଣ ମୁକ୍ତ ଓ ପରିବାର ଇଛା ଥିଲେ ମୃତଦେହ ହସ୍ତାନ୍ତର କରାଯିବ । ଏ ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ମହାନଗର କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

covid19 dead body handover to family
ପରିବାରକୁ ମିଳିବ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହ

କୋଭିଡ଼ ମୃତକଙ୍କୁ ପରିବାର ଲୋକ ଶେଷ ଦର୍ଶନ କରିବା ସହ ଶେଷକୃତ୍ୟ କରିପାରିବେ । ଏ ନେଇ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର ଓ ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ କୋଭିଡ ସଂକଟ ଲାଗି ରହିଥିବା ସତ୍ତ୍ବେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନୂଆ ନିଷ୍ପତ୍ତି ଯୋଗୁଁ ପରିବାର ସଦସ୍ୟ ମୃତବ୍ୟକ୍ତିଙ୍କ ଶେଷ ଦର୍ଶନ କରିବା ସହ ରୀତିନୀତି ସମ୍ପନ୍ନ କରିପାରିବେ । ତେବେ ମୃତଦେହ ହସ୍ତାନ୍ତର କରିବା ନେଇ ଗାଇଡଲାଇନ ଜାରି ରହିଛି । ଯଦି ଆକ୍ରାନ୍ତ ଜଣଙ୍କ ମୃତ୍ୟୁବେଳେକୁ ସଂକ୍ରମିତ ବିହୀନ ବା କୋଭିଡ଼ ମୁକ୍ତ ହୋଇଥିବେ ତାହାଲେ ମୃତଦେହ ହସ୍ତାନ୍ତର ହେବ । ଏହାସହ ମୃତକଙ୍କ ପରିବାର ଲୋକ ମୃତଦେହ ନେବା ଲାଗି ଇଚ୍ଛା ପ୍ରକାଶ କରୁଥିବା ଦରକାର । ମୃତଦେହ ହସ୍ତାନ୍ତରବେଳେ ପରିବାର ଅଣ୍ଡରଟେକିଂ ଲେଖିବେ ।

ଅଣ୍ଡରଟେକିଂ ଲେଖିବେ କି, କଭର ହୋଇଥିବା ମୃତଦେହକୁ ଖୋଲିବେ ନାହିଁ, କଭର ଖୋଲି ମୃତଦେହକୁ ସ୍ପର୍ଶ କରିବେ ନାହିଁ । ଏହା ସହ କୋଭିଡ଼ ପ୍ରୋଟୋକଲ ଅନୁସାରେ ଅନ୍ତିମ ସଂସ୍କାର କରିବେ । ତେବେ ଯାଇ କେବଳ ପରିବାର ଲୋକଙ୍କୁ ମୃତଦେହ ନେବାକୁ ଅନୁମତି ଦିଆଯିବ । ନହେଲେ ପୂର୍ବରୁ ପରି ପ୍ରଶାସନ ଦାହ କରିବ । ମହାମାରୀ ପ୍ରୋଟୋକଲ ଅନୁସାରେ କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହକୁ ପରିବାର ନିକଟକୁ ନେବା ଲାଗି ଅନୁମତି ଦିଆଯାଉନଥିଲା ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Jun 30, 2021, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.