ETV Bharat / city

କୋରୋନା ସଂକ୍ରମଣରୁ ସୁସ୍ଥ ହୋଇ ମାଆ କୋଳକୁ ଫେରିଲେ 20 ଶିଶୁ

author img

By

Published : May 15, 2020, 8:32 PM IST

କୋରୋନା ସଂକ୍ରମଣରୁ ସୁସ୍ଥ ହୋଇ ମାଆ କୋଳକୁ ଫେରିଲେ 20 ଜଣ ଶିଶୁ । ରାଜ୍ୟରେ 14 ବର୍ଷରୁ କମ ବୟସର ଶିଶୁମାନେ କୋରୋନାରୁ ସୁସ୍ଥ ହୋଇଛନ୍ତି ।

କୋରୋନା ସଂକ୍ରମଣରୁ ସୁସ୍ଥ ହୋଇ ମାଆ କୋଳକୁ ଫେରିଲେ 20ଶିଶୁ
କୋରୋନା ସଂକ୍ରମଣରୁ ସୁସ୍ଥ ହୋଇ ମାଆ କୋଳକୁ ଫେରିଲେ 20ଶିଶୁ

ଭୁବନେଶ୍ବର: କୋରୋନା ସଂକ୍ରମଣରୁ ସୁସ୍ଥ ହୋଇ ମାଆ କୋଳକୁ ଫେରିଲେ 20 ଜଣ ଶିଶୁ । ରାଜ୍ୟରେ କୋରୋନା ଜାଲରେ ସମସ୍ତେ ଆକ୍ରାନ୍ତ ହେଉଛନ୍ତି । ତେବେ ରାଜ୍ୟରେ 14 ବର୍ଷରୁ କମ ବୟସର ଶିଶୁମାନେ କୋରୋନାରୁ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଖୁସିର ଖବର ।

କୋରୋନା ସଂକ୍ରମଣରୁ ସୁସ୍ଥ ହୋଇ ମାଆ କୋଳକୁ ଫେରିଲେ 20ଶିଶୁ

ରାଜ୍ୟରେ 672 କୋରୋନା ସଂକ୍ରମଣ ହୋଇଥିବା ବେଳେ 20 ଜଣ ଶିଶୁ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି 14 ବର୍ଷରୁ କମ୍‌ ବୟସର ଶିଶୁମାନେ । ଅନ୍ୟପଟେ ସମସ୍ତ ଡେଲିଭରି କେସ ବିଭିନ୍ନ ହସ୍ପିଟାଲରେ ସାଧାରଣ ଭାବରେ କାର୍ଯ୍ୟକାରୀ କରାଯାଉଛି । ତେବେ ରାଜ୍ୟରେ ବର୍ତ୍ତମାନ ସମୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 672ରେ ପହଁଚି ଥିବାବେଳେ 166 ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ରହିଛନ୍ତି 503 ଜଣ ଓ 3 ଜଣଙ୍କ ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.