ETV Bharat / city

ପିସିସି ପରିବର୍ତ୍ତନ ହେଲେ ଉନ୍ନତି କରିବ କଂଗ୍ରେସ: ମୋକିମ

author img

By

Published : Oct 8, 2021, 8:07 PM IST

ରାଜ୍ୟ କଂଗ୍ରେସରେ ଚାଲିଥିବା ପିସିସି ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ଅଧିକ ପଢନ୍ତୁ...

congress mla Mohammad Mokim
ପିସିସି ପରିବର୍ତ୍ତନ ହେଲେ ଉନ୍ନତି କରିବ କଂଗ୍ରେସ

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ଚାଲିଥିବା ପିସିସି ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ପିସିସି ପରିବର୍ତ୍ତନ ହେଲେ କଂଗ୍ରେସ ଉନ୍ନତି କରିବ ବୋଲି ମୋକିମ କିହଛନ୍ତି ।

ପିସିସି ପରିବର୍ତ୍ତନ ହେଲେ ଉନ୍ନତି କରିବ କଂଗ୍ରେସ

ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନକୁ ନେଇ ମହମ୍ମଦ ମୋକିମ କହିଛନ୍ତି ଯେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣାଧ୍ୟମକୁ ସ୍ପଷ୍ଟୀକରଣ ଦେଇଛନ୍ତି । ଦିଲ୍ଲୀକୁ ସବୁ ଜଣାଇଥିବା ପିସିସି ସଭାପତି କହିଛନ୍ତି । ଯେହେତୁ ଦଳୀୟ ବ୍ୟାପାର ସେ ଟିଭି ସାମ୍ନାରେ କିଛି କହିନାହାନ୍ତି । କିନ୍ତୁ ହାଇକମାଣ୍ଡ ଖୁବ ଶୀଘ୍ର ନିଷ୍ପତ୍ତି ନେବ । କଂଗ୍ରେସ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବ ଏବଂ ଲଢେଇ କରିବ । ପିସିସି ପରିବର୍ତ୍ତନ ଆବଶ୍ୟକ ରହିଛି। ତେବେ ଯାଇ ଦଳର ଉନ୍ନତି ହେବ ବୋଲି ମୋକିମ କହିଛନ୍ତି।

ରାଜ୍ୟରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବ ପ୍ରତି ଅବିଶ୍ବାସର ବାତାବରଣ ଚାଲିଥିବାବେଳେ ସେପଟେ ବର୍ତ୍ତମାନ ରାଜ୍ୟର ପିସିସି ସଭାପତି ରେସରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ, କଂଗ୍ରେସ ନେତା ତଥା ଏଆଇସିସି ସଭ୍ୟ ଭକ୍ତଚରଣ ଦାସ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ରହିଥିବା ନେଇ ଚର୍ଚ୍ଚା ଆଲୋଚନା ହେଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ହାଇକମାଣ୍ଡ କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହା ଉପରେ ରହିଛି ନଜର।

ସୂଚନାଥାଉକି ପିପିଲି ଉପନିର୍ବାଚନରେ କଂଗ୍ରେସ ଅମାନତ ହରାଇବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଦାବି ଜୋରଦାର ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ତଫା ନେଇ ସ୍ପଷ୍ଟ କରିନାହାଁନ୍ତି ନିରଞ୍ଜନ ପଟ୍ଟନାୟକ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.