ETV Bharat / city

ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ କଂଗ୍ରେସ

author img

By

Published : Sep 9, 2022, 10:48 PM IST

ଓଡିଶାରେ ଖୁବଶୀଘ୍ର ଆରମ୍ଭ ହେବ " ଭାରତ ଯୋଡ " ପଦଯାତ୍ରା(Bharat Jodo Yatra of congress)। ଆକ୍ସନ ପ୍ଲାନ ପ୍ରସ୍ତୁତ ନିମନ୍ତେ କଂଗ୍ରେସର ହାଇ ପ୍ରୋଫାଇଲ ତଥା ଭାରତ ଜୋଡ ପଦଯାତ୍ରା ର ମୁଖ୍ୟ ଦିଗ ବିଜୟ ସିଂହ ଏବଂ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଙ୍କ ଓଡିଶା ଗସ୍ତ । ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର ।

ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ କଂଗ୍ରେସ
ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ କଂଗ୍ରେସ

ଭୁବନେଶ୍ବର: 2024 ନିର୍ବାଚନ ପାଇଁ ନେତା ଓ କର୍ମୀଙ୍କୁ ଫୁଙ୍କିବେ ଗୁରୁମନ୍ତ୍ର । ସଜବାଜ ହେଲେଣି ରାଜନୈତିକ ଦଳ । ତେବେ ଆଗକୁ ଓଡିଶାରେ ଖୁବଶୀଘ୍ର ଆରମ୍ଭ ହେବ 'ଭାରତଯୋଡ' ପଦଯାତ୍ରା (Bharat Jodo Yatra of congress) । ଏହି ପଦଯାତ୍ରା ନେଇ ଦିଗ ବିଜୟ ସିଂହ ଏବଂ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କରିବେ ଓଡିଶା ଗସ୍ତ । ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର ।

ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ କଂଗ୍ରେସ

ତେବେ ସୂଚନା ଅନୁଯାୟୀ, 2024 ସାଧାରଣ ନିର୍ବାଚନରେ କଂଗ୍ରେସ କିଭଳି ଜନସାଧାରଣଙ୍କ ଆସ୍ଥାଭାଜନ ହେବ ସେ ନେଇ ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ । ତେବେ କଂଗ୍ରେସର 'ଭାରତ ଯୋଡ' ଜନସମ୍ପର୍କ ପଦଯାତ୍ରା କିଭଳି ଓଡିଶାରେ କାର୍ଯ୍ୟକାରୀ ହେବ ସେଥିପାଇଁ ଚଳିତ ମାସ 17 ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ଉଭୟ ପହଞ୍ଚିବେ। ବିଧାୟକ , ସାଂସଦ, ଜିଲ୍ଲା ସଭାପତି, ବ୍ଲକ ସଭାପତି, ବରିଷ୍ଠ ପଦାଧିକାରୀଙ୍କ ସହ 18 ତାରିଖରେ ଆକ୍ସନ ପ୍ଲାନ କରାଯିବ।

ତେବେ ଏନେଇ କଂଗ୍ରେସ ସମ୍ପୂର୍ଣ ପ୍ରସ୍ତୁତ ଅଛି । ଦିଗବିଜୟ ସିଂ ଏବଂ କଂଗ୍ରେସ ନେତା ଜୟରାମ ରମେଶ ଓଡିଶା ଆସିଲେ ଆମୂଳଚୂଳ ଆଲୋଚନା ହେବ। 2024 ରେ ଲୋକେ ମୋଦି ସରକାରଙ୍କୁ କ୍ଷମତାଚ୍ୟୁତ କରିବେ। ଓଡ଼ିଶାରେ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଫଳତା ବିଷୟରେ ଅବଗତ କରେଇବା ସହ ସାଧାରଣ ଲୋକଙ୍କ ସହ ଯୋଡି ହେବା ଲକ୍ଷରେ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଆରମ୍ଭ ହେବ ଭାରତ ଯୋଡ ପଦଯାତ୍ରା। କଂଗ୍ରେସର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀ ଏହାର ନେତୃତ୍ବ ନେଉଛନ୍ତି। ତେବେ ସାରା ଭାରତରେ ପ୍ରାୟ 5 ମାସରେ 3500 କିମି ଅତିକ୍ରମ କରିବ ଏହି ପଦଯାତ୍ରା। ଓଡ଼ିଶାରେ ମଧ୍ୟ ପ୍ରାୟ 2 ହଜାର କିମି ପଦଯାତ୍ରା ଅତିକ୍ରମ କରିବ ଏହି ଜନସମ୍ପର୍କ ପଦଯାତ୍ରା।

ତେବେ ଏନେଇ କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି, "ନିଜ ଦଳକୁ ସଜେଇବା ପାଇଁ କେନ୍ଦ୍ରମନ୍ତ୍ରୀ ଓଡିଶାକୁ ଆସୁଛନ୍ତି। ମନ୍ତ୍ରୀ ଆସିଲେ ମଧ୍ୟ କୌଣସି ପ୍ରଭାବ ପଡିବନି । ଧର୍ମେନ୍ଦ୍ର ପ୍ରଧାନ ଓ ନବୀନ ପଟ୍ଟନାୟକ ଓଡିଶା ପାଇଁ କିଛି କାମ କରିଛନ୍ତି। ତେବେ ଏହା ଛଡା 2023ରେ ଯେଉଁ ଭୋଟ ହେବ ସେଥିରେ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ ହେବ। ତେବେ ବୁଧବାର ଠାରୁ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ ଯାତ୍ରା । ଏହି ଯାତ୍ରାକୁ କନ୍ୟାକୁମାରୀର ରାଜୀବ ଗାନ୍ଧୀ ସ୍ମାରକୀ ପୀଠରୁ ଶୁଭାରମ୍ଭ କରିଛନ୍ତି ଦଳୀୟ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi visit Vivekananda Memorial) । ରାହୁଲଙ୍କ ସହ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ କେ.ସି ବେଣୁଗୋପାଲ, ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ତାମିଲନାଡୁ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.