ETV Bharat / city

କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ, ଫଳପ୍ରଦ ହେବ କହିଲେ ସୁର

author img

By

Published : Sep 8, 2022, 10:11 AM IST

ବୁଧବାର ଠାରୁ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ ଯାତ୍ରା (Bharat Jodo Yatra of congress) । ଏହି ଯାତ୍ରାକୁ କନ୍ୟାକୁମାରୀର ରାଜୀବ ଗାନ୍ଧୀ ସ୍ମାରକୀ ପୀଠରୁ ଶୁଭାରମ୍ଭ କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ଅଧିକ ପଢ଼ନ୍ତୁ

congress MLA Suresh Routray reaction on Bharat Jodo Yatra of congress
ଆରମ୍ଭ ହେଲା ଭାରତ ଜୋଡ଼ ଅଭିଯାନ, ଫଳପ୍ରଦ ହେବ କହିଲେ ସୁର

ଭୁବନେଶ୍ବର: 2024 ପୂର୍ବରୁ ସଜବାଜ ହେଲେଣି ରାଜନୈତିକ ଦଳ । ମଙ୍ଗଳବାର ଭୁବନେଶ୍ବରରେ ନବୀନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ମାଧ୍ୟମରେ ବିଜେଡି ନିଜର ଶକ୍ତି ପଦର୍ଶନ କରିଛି । ସେପଟେ ବିରୋଧୀ ବିଜେପି ମଧ୍ୟ ସାଙ୍ଗଠନିକ ଘର ସଜଡ଼ା ଆରମ୍ଭ କରିଛି । ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଦଳୀୟ ନେତା ଓ ସାଙ୍ଗଠନିକ ମୁଖ୍ୟ ମାନଙ୍କ ସହ ବୈଠକ କରି 2024 ପୂର୍ବରୁ ବୁଥ ସ୍ତରରେ ବିଜେପି ଅଧିକ ସଂଗଠିତ ହେବ ସେ ନେଇ ଆଲୋଚନା ସାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଭଳି ସ୍ଥିତିରେ ପଛରେ ପଡ଼ିନାହିଁ କଂଗ୍ରେସ । ଗତକାଲି(ବୁଧବାର) ଠାରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତଯୋଡ଼ ଆନ୍ଦୋଳନ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଆରମ୍ଭ ହେଲା ଭାରତ ଜୋଡ଼ ଅଭିଯାନ, ଫଳପ୍ରଦ ହେବ କହିଲେ ସୁର

ସୁର କହିଛନ୍ତି, "କଂଗ୍ରେସ ତୃଣମୂଳସ୍ତରରେ କାର୍ଯ୍ୟ ଆରମ୍ଭ କରିବ । ଦିଲ୍ଲୀ ଯାଇ ଆମେ ପ୍ରେରଣା ପାଇଛୁ । ଗାଁ ଗାଁ ବୁଲା ଆମେ କାମ କରିବୁ । ଦିଲ୍ଲୀରେ ମୋଦି ହଟାଓ ନାରା ଲାଗିଛି । ଭାରତଯୋଡ଼ ଆନ୍ଦୋଳନ ଫଳପ୍ରଦ ହେବ ।"

ବୁଧବାର ଠାରୁ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ ଯାତ୍ରା (Bharat Jodo Yatra of congress)। ଏହି ଯାତ୍ରାକୁ କନ୍ୟାକୁମାରୀର ରାଜୀବ ଗାନ୍ଧୀ ସ୍ମାରକୀ ପୀଠରୁ ଶୁଭାରମ୍ଭ କରିଛନ୍ତି ଦଳୀୟ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi visit Vivekananda Memorial) । କାର୍ଯ୍ୟକ୍ରମ ଶୁଭାରମ୍ଭ ପୂର୍ବରୁ ରାହୁଲ କନ୍ୟାକୁମାରୀ ଗସ୍ତ କରି ସେଠାରେ ବାପା ରାଜୀବ ଗାନ୍ଧୀଙ୍କ ସ୍ମାରକୀ ପୀଠ ଦର୍ଶନ କରିଥିଲେ । ରାହୁଲଙ୍କ ସହ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ କେ.ସି ବେଣୁଗୋପାଲ, ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ତାମିଲନାଡୁ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହିଥିଲେ ।

ବିଜେପି ବିରୋଧରେ କଂଗ୍ରେସ ଏହି ‘ଭାରତ ଯୋଡ ଯାତ୍ରା’ ଆୟୋଜନ କୁରଥିବା ବେଳେ ବିଜେପି ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିବାକୁ ପଛାଇ ନାହିଁ । ଦଳର ବରିଷ୍ଠ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ‘‘1947 ରେ ଭାରତକୁ ଭାରତ ଓ ପାକିସ୍ତାନ ଭାବେ ଦୁଇଟି ପୃଥକ ରାଷ୍ଟ୍ରରେ ଓ ପରେ ପାକିସ୍ତାନକୁ ପୁଣି ବାଂଲାଦେଶ ଭାବେ କଂଗ୍ରେସ ହିଁ ବିଭାଜିତ କରିଥିଲା । ଯଦି ରାହୁଲ ଗାନ୍ଧୀଙ୍କର ଭାରତ ବିଭାଜନ ନିଷ୍ପତ୍ତି ଉପରେ ଅନୁତାପ କରିଥାଆନ୍ତା, ତାହାଲେ ସେ ଭାରତ ଯୋଡ ଯାତ୍ରାର ନାମ ନିଅନ୍ତେ ନାହିଁ ।’’ ଆହୁରି ମଧ୍ୟ ବିଶ୍ବଶର୍ମା କହିଛନ୍ତି, ‘‘ଭାରତ ପ୍ରଥମରୁ ଏକତା ସୂତ୍ରରେ ବାନ୍ଧି ହୋଇକି ଅଛି । ତେଣୁ ଭାରତ ଯୋଡିବାର କୌଣସି ଆବଶ୍ୟକତା ନାହିଁ । ଯଦି ରାହୁଲ ଚାହୁଁଛନ୍ତି, ତେବେ ପାକିସ୍ତାନ ଓ ବାଂଲାଦେଶକୁ ଏକତ୍ରୀକରଣ କରିବା ପାଇଁ ପ୍ରୟାସ କରନ୍ତୁ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.