ETV Bharat / city

‘ପୋଲିସ, ମିଡିଆ, ସଫେଇ କର୍ମୀ ଓ ଗରିବ ଲୋକଙ୍କୁ ସ୍ବତନ୍ତ୍ର ପ୍ୟାକେଜ ଦିଅ’

author img

By

Published : Apr 7, 2020, 7:05 PM IST

ପୋଲିସ, ମିଡିଆ, ସଫେଇ କର୍ମୀ ଏବଂ ବିପିଏଲ ଓ ରାସନ କାର୍ଡ ନଥିବା ଗରିବ ଲୋକମାନଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ ରାଜ୍ୟ ସରକାର । ଆଜି ଏଭଳି ଦାବି କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

congress mla sura routray
‘ପୋଲିସ, ମିଡିଆ, ସଫେଇ କର୍ମୀ ଓ ଗରିବ ଲୋକଙ୍କୁ ସ୍ବତନ୍ତ୍ର ପ୍ୟାକେଜ ଦିଅ’

ଭୁବନେଶ୍ବର: ପୋଲିସ, ମିଡିଆ, ସଫେଇ କର୍ମୀ ଏବଂ ବିପିଏଲ ଓ ରାସନ କାର୍ଡ ନଥିବା ଗରିବ ଲୋକମାନଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ ରାଜ୍ୟ ସରକାର । ଆଜି ଏଭଳି ଦାବି କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

‘ପୋଲିସ, ମିଡିଆ, ସଫେଇ କର୍ମୀ ଓ ଗରିବ ଲୋକଙ୍କୁ ସ୍ବତନ୍ତ୍ର ପ୍ୟାକେଜ ଦିଅ’

ଏହାସହ ସରକାର ଏମଏଲଏ ପାଣ୍ଠି ଓ ସେମାନଙ୍କ ଦରମା କାଟିବା ପାଇଁ ବିରୋଧୀ ଦଳ ନେତା କରିଥିବା ଅପିଲକୁ ମଧ୍ୟ ସେ ସମର୍ଥନ ଜଣାଇଛନ୍ତି । କୋରୋନା ମୁକାବିଲା ପାଇଁ ସରକାର ଯାହା ନିଷ୍ପତ୍ତି ନେବେ ତାହାକୁ ସେ ପୂର୍ଣ୍ଣ ସମର୍ଥନ କରିବେ ବୋଲି ମଧ୍ୟ କହିଛନ୍ତି । ତେବେ ଯେଉଁମାନଙ୍କର ରାସନ ଓ ବିପିଏଲ କାର୍ଡ ଅଛି ସେମାନେ ଏହି ଲକ୍‌ଡାଉନ୍‌ ସମୟରେ କିଛି ପରିମାଣରେ ସହାୟତା ପାଉଥିବାବେଳେ ଯେଉଁମାନଙ୍କର କିଛି ନାହିଁ ସେମାନେ ବହୁତ ଅସୁବିଧାରେ ଅଛନ୍ତି । ତେଣୁ ସେମାନଙ୍କ ପାଇଁ କିଛି କରିବାକୁ ସେ ଦାବି କରିଛନ୍ତି । ସେହିପରି ଦିନରାତି କାମ କରୁଥିବା ପୋଲିସ, ମିଡିଆ ଓ ସଫେଇ କର୍ମଚାରୀଙ୍କ ପାଇଁ ମଧ୍ୟ ସରକାର ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.