ETV Bharat / city

ପୁଣି ୧ ନମ୍ବର ହେବ କଂଗ୍ରେସ: ସୁର ରାଉତରାୟ

author img

By

Published : Dec 31, 2021, 10:37 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ପ୍ରତ୍ୟକ ଦଳ ନିଜର ପ୍ରସ୍ତୁତୁ ଜାରି ରଖିଛି । ଏନେଇ ବିଧାୟକ ସୁର ରାଉତରାୟ କହିଛନ୍ତି ରାଜ୍ୟ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଯୁବକଙ୍କ ନିଯୁକ୍ତି ଆଦି ପ୍ରସଙ୍ଗ ନେଇ ନିର୍ବାଚନ ଲଢିବ କଂଗ୍ରେସ । ଅଧିକ ପଢନ୍ତୁ

୧ ନମ୍ବର ହେବ କଂଗ୍ରେସ: ସୁର ରାଉତରାୟ
୧ ନମ୍ବର ହେବ କଂଗ୍ରେସ: ସୁର ରାଉତରାୟ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ସମସ୍ତ ଜିଲ୍ଲାକୁ ବାଲଟ ବକ୍ସ ପଠାଯାଇଛି । ଏହାସହ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଚିହ୍ନ ଜାରି ହୋଇଛି । ଏହାରି ଭିତରେ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛି କଂଗ୍ରେସ ।

୧ ନମ୍ବର ହେବ କଂଗ୍ରେସ: ସୁର ରାଉତରାୟ

ଏନେଇ ବିଧାୟକ ସୁର ରାଉତରାୟ କହିଛନ୍ତି ରାଜ୍ୟ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଯୁବକଙ୍କ ନିଯୁକ୍ତି ଓ ଚାଷିଙ୍କ ସମସ୍ୟାକୁ ଆମେ ପ୍ରସଙ୍ଗ କରିବୁ ଆଉ ଏହି ସବୁ ଦିଗରେ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବୁ । ଲୋକଙ୍କୁ ରାଜ୍ୟର ବିକାଶର ନଗ୍ନତା ଦେଖାଇବା ସହ ଭୋଟ ମାଗିବୁ । କଂଗ୍ରେସସ ତାର ହାତମୁଠା ଟାଣ କରୁଛି ଦଳକୁ ଧୀରେଧୀରେ ସଂଗଠିତ କରୁଛି । ତେଣୁ, ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳ ଭଲ ପ୍ରଦର୍ଶନ କରିବା ସହ ପୁଣି ୧ ନମ୍ବର ହେବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.