ETV Bharat / city

ନକଲି ଡାକ୍ତର ନାଁରେ ୯୪୦ ପୃଷ୍ଠାର ଚାର୍ଜସିଟ୍, ଠକାମିରେ ପତ୍ନୀ ଓ ଭଉଣୀ ସାମିଲ

author img

By

Published : Jun 14, 2022, 7:39 PM IST

ନକଲି ଡାକ୍ତର ନାଁରେ ୯୪୦ ପୃଷ୍ଠାର ଚାର୍ଜସିଟ ଦାଖଲ । ଅଧିକ ପଢନ୍ତୁ

ନକଲି ଡାକ୍ତର ନାଁରେ ୯୪୦ ପୃଷ୍ଠାର ଚାର୍ଜସିଟ୍, ଠକାମିରେ ପତ୍ନୀ ଭଉଣୀ ସାମିଲ
ନକଲି ଡାକ୍ତର ନାଁରେ ୯୪୦ ପୃଷ୍ଠାର ଚାର୍ଜସିଟ୍, ଠକାମିରେ ପତ୍ନୀ ଭଉଣୀ ସାମିଲ

ଭୁବନେଶ୍ବର: ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁ ନାଁ (Fake Doctor Ramesh Swain)ରେ ଚାର୍ଜସିଟ ଦାଖଲ ହୋଇଛି । ୯୪୦ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କମିଶନରେଟ ପୋଲିସ । ଯେଉଁଥିରେ ଡାକ୍ତରର ଟ୍ରିକ ସହ ଠକାମିରେ ସାମିଲ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏପରିକି ଏହି ଚାର୍ଜସିଟରେ ଠକ ନକଲି ଡାକ୍ତର ରମେଶ ସହ ତାର ସହଯୋଗୀଙ୍କ ନାଁ ଉଲ୍ଲେଖ ରହିଛି ।

ଚାର୍ଜସିଟରେ ଠକ ଡାକ୍ତରକ ୨ୟ ପତ୍ନୀ କମଳା ତିର୍କୀ, ଭଉଣୀ ରଶ୍ମିତା, ଡ୍ରାଇଭର ବିଶ୍ବରଞ୍ଜନ ସହ ସହଯୋଗୀ ପାପୁ ନାଁରେ ମଧ୍ୟ ଉଲ୍ଲେଖ କରାଯାଇଛି । ୯୪୦ପୃଷ୍ଠାର ଏହି ଚାର୍ଜସିଟ୍‌ରେ ଠକ ଡାକ୍ତର ସମ୍ପର୍କରେ ଉଲ୍ଲେଖ ସହ ଘଟଣାର‌ ପ୍ରତ୍ୟକ୍ଷଦର୍ଶୀ ୧୦୩ଜଣଙ୍କ ବୟାନ ଉଲ୍ଲେଖ କରାଯାଇଛି । ଯାହାକୁ ନେଇ ଖୁବଶୀଘ୍ର ଆରମ୍ଭ ହେବ ଟ୍ରାଏଲ । ତେବେ ରାଜ୍ୟ ସମେତ ରାଜ୍ୟ ବାହାରେ ୧୫ରୁ ଊର୍ଦ୍ଧ୍ବ କେସ ଥିବାବେଳେ ସେ ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକିଥିବା ଜଣାପଡିଛି ।

ତେବେ ଗତ ଫେବୃଆରୀ ୧୨ତାରିଖରେ ରସିକିଆ ଡାକ୍ତରକୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏନେଇ ଠକ ଡାକ୍ତରର ଗୋଟିଏ ପରେ ଗୋଟିଏ କଳା କାରନାମା ସାମ୍ନାକୁ ଆସିଥିଲା । ସେ ନିଜକୁ ବଡ ବଡ ସରକାରୀ ଅଧିକାରୀ ପରିଚୟ ଦେଇ ଓ ଡାକ୍ତରର ପରିଚୟ ଦେଇ ଡିଭର୍ସି, ଅବିବାହିତ ବୟସ୍କା, କର୍ମଜୀବୀ ବିବାହ ବିଚ୍ଛେଦ ମହିଳାଙ୍କୁ ବିବାହ କରୁଥିଲା ।

ଠକ ଡାକ୍ତରର ଅନେକ କାରନାମା ସାମ୍ନାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ଠକାମିର ତାଲିକା ଖୋଲିଥିଲା ପୋଲିସ । ୧୮ଜଣଙ୍କୁ ବିବାହ କରିଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ ପୋଲିସ ମୋଟ ୫ ଜଣଙ୍କୁ ଗିରଫ କରିଛି । ଏନେଇ ଚାର୍ଜସିଟ ଦାଖଲରେ ଖୁବଶୀଘ୍ର ଏହି ଘଟଣାର ଟ୍ରାଏଲ ଆରମ୍ଭ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.