ETV Bharat / city

Theme on Kallola 2021: ଲଜ୍ଜା ନୁହେଁ, ପରିଚ୍ଛନ୍ନତାର ପ୍ରସଙ୍ଗ ଋତୁସ୍ରାବ

author img

By

Published : Dec 11, 2021, 4:13 PM IST

ଭୁବନେଶ୍ବରରେ ଆୟୋଜିତ ‘କଲ୍ଲୋଳ ୨୦୨୧-ଶିଶୁ ମହୋତ୍ସବ’ରେ ଋତୁସ୍ରାବ ଉପରେ ରହିଥିଲା ଚଳିତ ବର୍ଷର ଥିମ । ତେବେ ଏହା ଲଜ୍ଜା ନୁହେଁ, ବରଂ ପରିଚ୍ଛନ୍ନତାର ପ୍ରସଙ୍ଗ ବୋଲି ହୋଇଛି ଆଲୋଚନା । ଅଧିକ ପଢନ୍ତୁ

Theme on Kallola 2021: ଲଜ୍ଜା ନୁହେଁ, ପରିଚ୍ଛନ୍ନତାର ପ୍ରସଙ୍ଗ ଋତୁସ୍ରାବ
Theme on Kallola 2021: ଲଜ୍ଜା ନୁହେଁ, ପରିଚ୍ଛନ୍ନତାର ପ୍ରସଙ୍ଗ ଋତୁସ୍ରାବTheme on Kallola 2021: ଲଜ୍ଜା ନୁହେଁ, ପରିଚ୍ଛନ୍ନତାର ପ୍ରସଙ୍ଗ ଋତୁସ୍ରାବ

ଭୁବନେଶ୍ବର: ଉଦଯାପିତ ହୋଇଯାଇଛି ‘କଲ୍ଲୋଳ ୨୦୨୧-ଶିଶୁ ମହୋତ୍ସବ’। ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ମହୋତ୍ସବ ହୋଇଯାଇଥିବାବେଳେ ଚଳିତ ବର୍ଷ ପିରିୟଡ ଟକ(Talk on Menstruation Cycle) ଥିମ ରହିଥିଲା । ଋତୁସ୍ରାବ ଲଜ୍ଜା ନୁହେଁ, ପରିଚ୍ଛନ୍ନତାର ପ୍ରସଙ୍ଗ ବୋଲି କାର୍ଯ୍ୟକ୍ରମରେ ଆଲୋଚନା କରାଯିବା ସହିତ ପିଲାମାନଙ୍କ ଦ୍ବାରା ୬ଟି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ହୋଇଛି ।

ସ୍ବେଚ୍ଛାସେବୀ ସଂଗଠନ ‘ଆଇନା’ ଓ UNICEF ଓଡି଼ଶାର ସହଭାଗିତାରେ ଆୟୋଜିତ ହୋଇଥିଲା ‘କଲ୍ଲୋଳ-୨୦୨୧’ର ଶିଶୁ ମହୋତ୍ସବ । 'ଋତୁସ୍ରାବ ସମ୍ବନ୍ଧୀୟ ପରିଚ୍ଛନ୍ନତା' ବିଷୟରେ ଶିଶୁଙ୍କ ଦ୍ବାରା ପ୍ରସ୍ତୁତ ୬ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଯାଇଛି । ୨୬ ଜଣ ପିଲାଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ରଗୁଡିକ ମାସିକ ଋତୁସ୍ରାବ ଓ ଏହି ସମୟର ସ୍ବଚ୍ଛତା ଉପରେ ଆଧାରିତ ହୋଇଛି । ଭୁବନେଶ୍ବରର ତପୋବନ ହାଇସ୍କୁଲ ଓ କଳାହାଣ୍ଡି ଜିଲ୍ଲାର ମାଣିକେଶ୍ବରୀ ହାଇସ୍କୁଲରେ ୯ ଦିନିଆ କର୍ମଶାଳା ଆୟୋଜିତ କରାଯାଇଥିଲା ।

Theme on Kallola 2021: ଲଜ୍ଜା ନୁହେଁ, ପରିଚ୍ଛନ୍ନତାର ପ୍ରସଙ୍ଗ ଋତୁସ୍ରାବ

ତେଣୁ ପିଲାଙ୍କ ଦ୍ବାରା ପ୍ରସ୍ତୁତ ସିନେମା ଗୁଡିକ ସମାଜରେ ନିଶ୍ଚିତ ରୂପରେ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ଆଇନାର ସମ୍ପାଦିକା ସ୍ନେହା ମିଶ୍ର । ଏହି ଅବସରରେ ଆର୍ନ୍ତଜାତିକ ନୃତ୍ୟଶିଳ୍ପୀ ଶାଶ୍ଵତ ଯୋଶୀ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ‘ୟୁନିସେଫ୍ ’ ଓଡ଼ିଶାର ମୁଖ୍ୟ ଡା. ମୋନିକା ନେଲସନ୍, ଆଇନାର ସଂପାଦିକା ସ୍ନେହା ମିଶ୍ର , ‘ୟୁନିସେଫ’ର ୱାସ୍ ବିଶେଷଜ୍ଞ ସିପ୍ରା ସକ୍ସେନା, ବିକାଶ ପତି ସାଇନି ସାହା ପ୍ରମୁଖ ଉପସ୍ଥିତ ଥିଲେ । ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.