ETV Bharat / city

୪ ଜିଲ୍ଲାରେ ପ୍ରତିଷ୍ଠା ହେବ ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ

author img

By

Published : Jul 19, 2022, 5:48 PM IST

ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ଜଳ ଜୀବନ ମିଶନ ( Jal Jeevan Mission ) ଯୋଜନାରେ ରାଜ୍ୟର ୪ଟି ଜିଲ୍ଲାରେ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି । EPC ନିବିଦା ମାଧ୍ୟମରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାକୁ କ୍ୟାବିନେଟ ମୋହର ମାରିଛି । ଅଧିକ ପଢନ୍ତୁ

କ୍ୟାବିନେଟ ନିଷ୍ପତ୍ତି, ୪ ଜିଲ୍ଲାରେ ପ୍ରତିଷ୍ଠା ହେବ ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ

ଭୁବନେଶ୍ବର: ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ଜଳ ଜୀବନ ମିଶନ ( Jal Jeevan Mission ) ଯୋଜନାରେ ରାଜ୍ୟର ୪ଟି ଜିଲ୍ଲାରେ ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି । EPC ନିବିଦା ମାଧ୍ୟମରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାକୁ କ୍ୟାବିନେଟ ମୋହର ମାରିଛି । କୋରାପୁଟ, ରାୟଗଡା, ଜଗତସିଂହପୁର ଓ ଅନୁଗୁଳରେ ପ୍ରତିଷ୍ଠା ହେବ ଏହି ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ।

କୋରାପୁଟ ଜିଲ୍ଲାରେ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ବାରା ୨ ଟି ବ୍ଲକ ଅଧୀନରେ ଥିବା ୩୧ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୬୭ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୧,୬୧,୯୦୨ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ସେଥିମଧ୍ୟରୁ ଜୟପୁର ବ୍ଲକ ଅଧୀନରେ ଥିବା ୧୫ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୨ ଟି ଗ୍ରାମର ପ୍ରାୟ ୯୦,୫୧୬ ଜଣ ଓ କୁନ୍ଦ୍ରା ବ୍ଲକ ଅଧୀନରେ ଥିବା ୧୬ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୫ ଟି ଗ୍ରାମର ପ୍ରାୟ ୭୧,୩୮୬ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ । ଠିକାଦାର ସଂସ୍ଥା M/s, NCC Limited, Hyderbad ଙ୍କ ଦ୍ୱାରା ୨୬୧ କୋଟି ୯୭ ଲକ୍ଷ ୪୧ ହଜାର ୫୦ ଟଙ୍କା ଅନୁମୋଦନ କରାଯାଇଛି । ୨୪ ମାସର ସମୟ ସୀମା ମଧ୍ୟରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସେହିପରି ରାୟଗଡା ଜିଲ୍ଲାରେ ୩ ଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା ହେବ । ଏହା ଦ୍ୱାରା ଜିଲ୍ଲାର ୨ ଗୋଟି ବ୍ଲକ ଅଧୀନରେ ଥିବା ୧୫ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୨୯ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୫,୪୦୪ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ ରମନିଗୁଡା ବ୍ଲକ ଅଧୀନରେ ଥିବା ୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୮ ଟି ଗ୍ରାମର ପ୍ରାୟ ୧୬,୦୩୨ ଜଣ ଓ କୋଲନରା ବ୍ଲକ ଅଧୀନରେ ଥିବା ୮ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୧ ଟି ଗ୍ରାମର ପ୍ରାୟ ୧୯,୩୭୨ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ । ଏହି ପ୍ରକଳ୍ପ ନିର୍ମାଣ କରିବ ହାଇଦ୍ରାବାଦର ଠିକାଦାର ସଂସ୍ଥା M/s Standard Infratech India Pvt Ltd । ଏଥିପାଇଁ ୧୧୪ କୋଟି ୬୮ ଲକ୍ଷ ଟଙ୍କା ବିନିମୟରେ ହେବାକୁ ଥିବା ପ୍ରକଳ୍ପଟି ୨୪ ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଜଗତସିଂପୁର ଜିଲ୍ଲାର ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏହା ଦ୍ଵାରା ଜିଲ୍ଲାର ୪ଟି ବ୍ଲକ ଅଧୀନରେ ଥିବା ୮୫ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୪୪ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୪,୩୨,୯୧୬ ଜନସାଧାରଣ ଉପକୃତ ହେବେ । ତନ୍ମଧ୍ୟରୁ ରଘୁନାଥପୁର ବ୍ଲକ ଅଧୀନରେ ଥିବା ୧୦ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୮ ଟି ଗ୍ରାମର ପ୍ରାୟ ୮୬,୬୧୭ ଜଣ, ତିର୍ତ୍ତୋଲ ବ୍ଲକ ଅଧୀନରେ ଥିବା ୨୬ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୦୦ ଟି ଗ୍ରାମର ପ୍ରାୟ ୧,୮୩,୩୮୪ ଜଣ, କୁଜଙ୍ଗ ବ୍ଲକ ଅଧୀନରେ ଥିବା ୩୦ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୬୮ ଟି ଗ୍ରାମର ପ୍ରାୟ ୧,୧୯,୨୭୯ ଓ ଏରସମା ବ୍ଲକ ଅଧୀନରେ ଥିବା ୧୯ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୨୮ ଟି ଗ୍ରାମର ପ୍ରାୟ ୪୩,୬୩୬ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ । ଚେନ୍ନାଇର ଠିକା ସଂସ୍ଥା M/s. Larsen & Toubro Ltd. ୪୩୧ କୋଟି ୧୦ ଲକ୍ଷ ୯୦ ହଜାର ୫୦୨ ଟଙ୍କା ବିନିମୟରେ ଏହି ପ୍ରକଳ୍ପକୁ ୨୪ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ଚୁକ୍ତି ହୋଇଛି ।

ଅନୁଗୁଳ ଜିଲ୍ଲାର ଦୁଇଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ଵାରା ୨ ଟି ବ୍ଲକର ୪୭ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୫୫ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨ ,୧୯,୩୦୯ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ କିଶୋର ନଗର ବ୍ଲକ ଅଧୀନରେ ଥିବା ୨୩ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୪୯ ଟି ଗ୍ରାମର ପ୍ରାୟ ୧,୦୭,୮୨୧ ଜଣ ଓ ଆଠମଲ୍ଲିକ ବ୍ଲକ ଅଧୀନରେ ଥିବା ୨୪ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୩୦୬ ଟି ଗ୍ରାମର ପ୍ରାୟ ୧,୧୧,୪୮୮ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ । ହାଇଦ୍ରାବାଦର ଠିକା ସଂସ୍ଥା M/s. NCC Limited. ୩୫୬ କୋଟି ୬୮ ଲକ୍ଷ ୨୬ ହଜାର ୨୭୧ ଟଙ୍କାରେ ଏହି ପ୍ରକଳ୍ପକୁ ୨୪ ମାସ ମଧ୍ୟରେ ଶେଷ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.