ETV Bharat / city

ଉପନିର୍ବାଚନ: ଆସନ୍ତାକାଲି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ

author img

By

Published : Nov 2, 2020, 8:06 AM IST

ଆସନ୍ତାକାଲି ରାଜ୍ୟର ଦୁଇଟି ନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ । ନଭେମ୍ବର 10 ତାରିଖରେ ଗଣତି । ଅଧିକ ପଢନ୍ତୁ...

ଉପନିର୍ବାଚନ
ଉପନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ ଦୁଇଟି ଉପନିର୍ବାଚନ ପାଇଁ ସରିଛି ପ୍ରଚାର । ଆସନ୍ତାକାଲି(ମଙ୍ଗଳବାର) ହେବ ମତଦାନ । ଭୋଟ ଦେଇ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ତୁହାକୁ ତୁହା ବୈଠକ, ରାଲି ଓ ସଭା ଆଦି ଶେଷ ପରେ ଆଜି ଅନ୍ଧାରୀ ବିଜେ ହେବ ବୋଲି କୁହାଯାଉଛି ଅର୍ଥାତ ଦୁଇଟି ନିର୍ବାଚନରେ ରାତି ଅଧିଆ ଭୋଟ ମାଗିବେ କର୍ମୀ ।

ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ହେବ । ଯେଉଁଥିପାଇଁ ଗତକାଲିଠୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ସେପଟେ ନିର୍ବାଚନମଣ୍ଡଳୀ ସୀମା ବା ପ୍ରବେଶ ପଥରେ ଯାଞ୍ଚକୁ କଡାକଡି କରାଯାଇଛି ।

ଉଭୟ ନିର୍ବାଚନମଣ୍ଡଳୀର ମୈଦାନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କୁ ମିଶାଇ ମୋଟ 15 ଜଣ ପ୍ରାର୍ଥୀ ରହିଛନ୍ତି । ବାଲେଶ୍ବର ସଦର ଉପନିର୍ବାଚନ ପାଇଁ 6 ଜଣ ପ୍ରାର୍ଥୀ ଥିବାବେଳେ ତିର୍ତ୍ତୋଲ ପାଇଁ 9 ଜଣ ପ୍ରାର୍ଥୀ ରହିଛନ୍ତି ।

ବାଲେଶ୍ବରରେ ସମୁଦାୟ 1,95, 846 ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ସେହିପରି ତିର୍ତ୍ତୋଲରେ 9 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 2,13,483 ମତଦାତା । ନଭେମ୍ବର 10 ତାରିଖରେ ଗଣତି ହେବ ।

ଅନ୍ୟପଟେ କୋରୋନା କଟକଣା ମଧ୍ୟରେ ସମସ୍ତ ଗାଇଡଲାଇନକୁ ପାଳନ କରାଯାଇ ଭୋଟ ଗ୍ରହଣ ହେବ । ଆସନ୍ତାକାଲି ସକାଳ 7ଟାରୁ ଭୋଟ ଦେବେ ଜନତା । ଯେଉଁଥିଲାଗି ବାଲେଶ୍ବରରେ 346ଟି ଓ ତିର୍ତ୍ତୋଲରେ 373 ଟି ବୁଥ ହୋଇଛି । ବାଲେଶ୍ବର ପାଇଁ 1800 ଓ ତିର୍ତ୍ତୋଲ ପାଇଁ 1900 କର୍ମଚାରୀ ନିୟୋଜିତ ହୋଇଛନ୍ତି । ତେବେ ଭୋଟ ଗ୍ରହଣ ପୂର୍ବରୁ ସମସ୍ତ ବୁଥକୁ ସାନିଟାଇଜ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.