ETV Bharat / city

ବବି ଭାଇଙ୍କ ବଦାନ୍ୟତା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଲେ ୩ କୋଟି

author img

By

Published : Mar 25, 2020, 3:13 PM IST

କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନିଜର ତିନି ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ପରେ ଏବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କ ବିଧାୟକ ଉନ୍ନୟନ ପାଣ୍ଠିରୁ ୩ କୋଟି ଟଙ୍କା ଦାନ କରିଛନ୍ତି। ଅଧିକ ଖବର ପଢନ୍ତୁ...

bobby-bhais-generosity-
ବବି ଭାଇଙ୍କ ବଦାନ୍ୟତା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୩ କୋଟି ଦାନ

ଭୁବନେଶ୍ବର: କୋରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଦାନ୍ୟତା ପରେ ଆଗକୁ ଆଗେଇ ଆସିଛନ୍ତି ଅନେକ ନେତା ମନ୍ତ୍ରୀ। ରାଜ୍ୟବାସୀଙ୍କୁ ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ସହଯୋଗ କରିବା ପାଇଁ କିଛି ନେତା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ନିଜର ଦରମା ଦାନ କରିଛନ୍ତି। ଏହି ଲିଷ୍ଟରେ ପୂର୍ବରୁ ସୂର୍ଯ୍ୟନାରାୟଣ ପାତ୍ର, ପତ୍ରାପ ଜେନା ଓ ପଦ୍ମନାଭ ବେହେରା ଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଭାଇ।

ବବି ଭାଇଙ୍କ ବଦାନ୍ୟତା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୩ କୋଟି ଦାନ

ସୂଚନା ଅନୁସାରେ, କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତିନି ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏବେ ଏଥିରେ ସାମିଲ ହୋଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସେ ତାଙ୍କ ବିଧାୟକ ଉନ୍ନୟନ ପାଣ୍ଠିରୁ ୩ କୋଟି ଟଙ୍କା କୋରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଏହି ଅର୍ଥରେ କୋରୋନାର ମୁକାବିଲା କରାଯିବା ସହ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ବ୍ୟୟ କରାଯିବ । ଏହା ସହ ବିଧାୟକ ନୃସିଂହ ସାହୁ ମଧ୍ୟ ନିଜର ୩ ମାସର ଦରମା ଦେଇଛନ୍ତି। ନୃସିଂହ ମଧ୍ୟ କୋରୋନା ପ୍ରଭାବିତଙ୍କୁ ୧ଲକ୍ଷ ୫ହଜାର ଟଙ୍କା ଦେଇଛନ୍ତି।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.