ETV Bharat / city

World Earth Day: ବିମଏମସିର ପ୍ରତି ୱାର୍ଡରେ ବୁଲିବ ଇ-ଆବର୍ଜନା ସଂଗ୍ରହ ଗାଡି

author img

By

Published : Apr 22, 2022, 10:19 PM IST

ବିଶ୍ୱ ପୃଥିବୀ ଦିବସରେ ପୃଥିବୀ ଓ ପରିବେଶର ସୁରକ୍ଷା ପାଇଁ ଆଉ ଏକ ପାଦ ଆଗକୁ ବଢିଲା ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ । ଏଣିକି ପ୍ରତିଦିନ ଗଡିବ ଇଲେକ୍ଟ୍ରୋନିକ ବୈଜ୍ୟବସ୍ତୁ ସଂଗ୍ରହ ସଚେତନତା ଗାଡି । ଅଧିକ ପଢନ୍ତୁ

World Earth Day: ଏଣିକି BMC ରେ ପ୍ରତିଦିନ ବୁଲିବ ବୈଜବସ୍ତୁ ସଂଗ୍ରହ ସଚେତନତା ଗାଡି
World Earth Day: ଏଣିକି BMC ରେ ପ୍ରତିଦିନ ବୁଲିବ ବୈଜବସ୍ତୁ ସଂଗ୍ରହ ସଚେତନତା ଗାଡି

ଭୁବନେଶ୍ବର: ବିଶ୍ୱ ପୃଥିବୀ ଦିବସରେ ପୃଥିବୀ ଓ ପରିବେଶର ସୁରକ୍ଷା ପାଇଁ ଆଉ ପାଦେ ଆଗକୁ ବଢିଲା BMC । ସହରକୁ ସ୍ବଚ୍ଛ, ପ୍ଲାଷ୍ଟିକ ମୁକ୍ତ ଓ ନିର୍ମଳ ରଖିବା ପାଇଁ E waste(ଇଲେକ୍ଟ୍ରୋନିକ ବୈଜ୍ୟବସ୍ତୁ) ସଂଗ୍ରହରେ ସାମିଲ ହେଲା Indusland ବ୍ୟାଙ୍କ । ବ୍ୟାଙ୍କ ତରଫରୁ ଭୁବନେଶ୍ୱରର ଗଳିକନ୍ଦିରେ E waste ସଂଗ୍ରହର ଗାଡି ବୁଲି ବୁଲି ଲୋକଙ୍କୁ ସଚେତନ କରାଇବ ।

World Earth Day: ଏଣିକି BMC ରେ ପ୍ରତିଦିନ ବୁଲିବ E Waste ସଂଗ୍ରହ ସଂଗ୍ରହ ସଚେତନତା ଗାଡି

ଆଜି ବିଶ୍ବ ପୃଥିବୀ ଦିବସରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଏହି ଉଦ୍‌ଘାଟନ କରିଛନ୍ତି । ବିଏମସି କାର୍ଯ୍ୟାଳୟରେ ଏହାର ଉଦଘାଟନ କରାଯାଇ ଥିବାବେଳେ ପ୍ରଥମ ଦିନରେ ଗୋଟିଏ ଗାଡି ବୁଲି ବୁଲି ଲୋକଙ୍କୁ ସଚେତନ କରାଇଛି । ପୂର୍ବରୁ E waste ସଂଗ୍ରହ ଅଭିଯାନକୁ ତ୍ଵରାନ୍ବିତ କରିବା ପାଇଁ ପ୍ରତି ଶନିବାର ଗାଡି ୱାର୍ଡରେ ବୁଲୁଥିଲା ଆଉ ଆବର୍ଜନା ସଂଗ୍ରହ କରୁଥିଲା ।


ମାତ୍ର ବର୍ତ୍ତମାନ ଏହି ଗାଡି ସବୁଦିନ ବୁଲିବା ସହ ଲୋକଙ୍କୁ ଇଲେକ୍ଟ୍ରୋନିକ ବୈଜ୍ୟବସ୍ତୁ ସଂଗ୍ରହ ଉପରେ ସଚେତନ କରିବ । ଏହା ସହ ଗାଡି ସଂଖ୍ୟା ମଧ୍ୟ ବଢିବ । ଅନ୍ୟପଟେ ଏଭଳି ଏକ ପ୍ରୟାସକୁ ନେଇ ଭୁବନେଶ୍ୱର ମେୟର କହିଛନ୍ତି, ସହରର ସ୍ୱଚ୍ଛତାକୁ ଏହି ପ୍ରୟାସ ଆଉ ପାଦେ ଆଗେଇ ନେବ । ତେଣୁ ଏନେଇ ସହରବାସୀ ସହଯୋଗ କରନ୍ତୁ ଏବଂ ସହର ସ୍ୱଚ୍ଛତାରେ ସାମିଲ ହୁଅନ୍ତୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.