ETV Bharat / city

ନିଦ ହଜାଇଛି ଟିକସ ଖିଲାପକାରୀ, ବକେୟା ପଡିଛି 43 କୋଟିରୁ ଊର୍ଦ୍ଧ୍ବ ଟଙ୍କା

author img

By

Published : Feb 4, 2021, 8:36 PM IST

ବକେୟା ପଡିରହିଛି 43.5 କୋଟିରୁ ଅଧିକ ଟିକସ ଟଙ୍କା । ବଡ ବଡ ଟିକସ ଖିଲାପକାରୀଙ୍କୁ ଠାରୁ ଟିକସ ଆଦାୟ ପାଇଁ ଟିଜି ସ୍ବୀକୃତି ନାମକ ଏକ କିନ୍ନର ଗୋଷ୍ଠୀକୁ ଦାୟିତ୍ବ ଦେଲା ବିଏମସି । ଅଧିକ ଫଢନ୍ତୁ...

ନିଦ ହଜାଇଛି ଟିକସ ଖିଲାପକାରୀ, ବକେୟ ପଡିଛି 43 କୋଟିରୁ ଅଧିକ ଟଙ୍କା
ନିଦ ହଜାଇଛି ଟିକସ ଖିଲାପକାରୀ, ବକେୟ ପଡିଛି 43 କୋଟିରୁ ଅଧିକ ଟଙ୍କା

ଭୁବନେଶ୍ବର: ଆଉ ଦୁଇ ମାସ ପରେ ଶେଷ ହେବ ୨୦୨୦-୨୧ ଆର୍ଥିକ ବର୍ଷ । ଏନେଇ ବିଏମସିର ଚିନ୍ତା ବଢାଇଛି ଟିକସ ଖିଲାପକାରୀ । ପ୍ରାୟ 804 ଜଣ ବଡ ବଡ ଟିକସ ଖିଲାପକାରୀ ଏବେ ବିଏମସିର ନିଦ ହଜାଇଛନ୍ତି । ବକେୟା ପଡିରହିଛି 43.5 କୋଟିରୁ ଅଧିକ ଟିକସ ଟଙ୍କା । ଏଣୁ ଖିଲାପକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନାମ ତାଲିକା ବିଭିନ୍ନ ସ୍ଥାନରେ ବଡ ବଡ ହୋର୍ଡିଙ୍ଗ ସହ ମରାଯାଇଛି । ତେବେ ଏହି ବକେୟା ଟିକସ ଆଦାୟର ଗୁରୁ ଦାୟିତ୍ବ ବିଏମସି ଟିଜି ସ୍ବୀକୃତି ନାମକ ଏକ କିନ୍ନର ଗୋଷ୍ଠୀକୁ ଦେଇଛି ଏବଂ ଗୁରୁବାରଠାରୁ ଏହି ଗୋଷ୍ଠୀ ରାଜସ୍ବ ଆଦାୟ ଆରମ୍ଭ କରିଛନ୍ତି ।

ନିଦ ହଜାଇଛି ଟିକସ ଖିଲାପକାରୀ, ବକେୟ ପଡିଛି 43 କୋଟିରୁ ଅଧିକ ଟଙ୍କା

କୋରୋନା ପୂର୍ବରୁ ଏହି କିନ୍ନର ଗୋଷ୍ଠୀ ଦୁଇ କୋଟିରୁ ଅଧିକ ରାଜସ୍ବ ଆଦାୟ କରି ସଫଳତା ହାସଲ କରିଥିଲେ । କୋରୋନା କଟକଣା ଯୋଗୁଁ ରାଜସ୍ବ ଆଦାୟ ଦୀର୍ଘ ମାସ ଧରି ସ୍ଥଗିତ ଥିଲା । ଯାହାକୁ ଆଜିଠୁ ଆରମ୍ଭ କରାଯାଇଛି । ବିଏମସିର ନର୍ଥ ଜୋନ ଅନ୍ତର୍ଗତ ଓ୍ବାର୍ଡ ନମ୍ବର 3ରୁ ମୁଖ୍ୟତଃ ହୋଲଡିଂ ଟ୍ୟାକ୍ସ ଆଦାୟ ଆରମ୍ଭ ହୋଇଛି ।

ତେବେ ମାର୍ଚ୍ଚ ସୁଦ୍ଧା 130 କୋଟିରୁ ଊର୍ଦ୍ଧ୍ବ ଟିକସ ଆଦାୟ ନେଇ ଲକ୍ଷ୍ୟ ରଖିଛି ବିଏମସି । ସେଥିରେ ହୋଲଡିଂ ଟ୍ୟାକ୍ସ, ଟ୍ରେଡ ଲାଇସେନ୍ସ ଓ ଅନ୍ୟାନ୍ୟ ଟିକସ ଏଥିରେ ସାମିଲ ରହିଛି । ଗତ ଆର୍ଥିକ ବର୍ଷରେ 112 କୋଟି ରାଜସ୍ବ ଆଦାୟ ହୋଇଥିଲା । ଏଣୁ ଟିକସ ଫାଙ୍କୁଥିବା ବ୍ୟକ୍ତି ଓ ସଂସ୍ଥାର ତାଲିକା ପ୍ରସ୍ତୁତ କରାଯାଇଛି । 25 ହଜାରରୁ ଅଧିକ ଟିକସ ବକେୟା ଥିବା ମୋଟ 804 ଜଣଙ୍କୁ ଚିହ୍ନଟ କରାଯାଇଛି । ସେପଟେ ଟିଜି ସ୍ବୀକୃତି କିନ୍ନର ଗୋଷ୍ଠୀଙ୍କୁ 23 କୋଟି ଟିକସ ଆଦାୟ ପାଇଁ ଟାର୍ଗେଟ ଦିଆଯାଇଛି । ଏହି ଗ୍ରୁପ ଦ୍ବାରା ଯେଉଁ ବକେୟା ରାଜସ୍ବ ଆଦାୟ କରାଯିବ, ତାହାର 1 ପ୍ରତିଶତ ସେମାନଙ୍କୁ ବିଏମସି ପକ୍ଷରୁ କମିଶନ ରୂପେ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.