ETV Bharat / city

ବନ୍ୟା କ୍ଷୟକ୍ଷତି ରିପୋର୍ଟନେଇ ଶ୍ୱେତ ପତ୍ର ଜାରି କରନ୍ତୁ ରାଜ୍ୟ ସରକାର: ଲେଖାଶ୍ରୀ ସାମନ୍ତସିଂହାର

author img

By

Published : Sep 8, 2022, 10:44 PM IST

ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ବନ୍ୟା କ୍ଷୟକ୍ଷତି ରିପୋର୍ଟ ନେଇ ରାଜ୍ୟ ସରକାର ଶ୍ୱେତ ପତ୍ର ଜାରି କରନ୍ତୁ କହିଲେ ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ

ବନ୍ୟା କ୍ଷୟକ୍ଷତି ରିପୋର୍ଟନେଇ ଶ୍ୱେତ ପତ୍ର ଜାରି କରନ୍ତୁ ରାଜ୍ୟ ସରକାର
ବନ୍ୟା କ୍ଷୟକ୍ଷତି ରିପୋର୍ଟନେଇ ଶ୍ୱେତ ପତ୍ର ଜାରି କରନ୍ତୁ ରାଜ୍ୟ ସରକାରarat

ଭୁବନେଶ୍ବର: ବୁଧବାର ବନ୍ୟା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ କରାଯାଇଥିଲା। ଗତ ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ରାଜ୍ୟର 24ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କ୍ଷୟକ୍ଷତି ନେଇ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି।

ବନ୍ୟା କ୍ଷୟକ୍ଷତି ରିପୋର୍ଟନେଇ ଶ୍ୱେତ ପତ୍ର ଜାରି କରନ୍ତୁ ରାଜ୍ୟ ସରକାର

ଏହା ମଧ୍ୟ ପଢନ୍ତୁ: ବନ୍ୟା କ୍ଷୟକ୍ଷତି ରିପୋର୍ଟ: 14235 ବାସଗୃହ, 33% ଚାଷ ଜମି କ୍ଷତିଗ୍ରସ୍ତ

ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ,"ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ । ବନ୍ୟା ପରିଚାଳନାରେ ସମ୍ପୂର୍ଣ ଫେଲ ମାରିଛନ୍ତି ସରକାର । ଏବେ ସରକାର ଯେଉଁ କ୍ଷୟକ୍ଷତି ରିପୋର୍ଟ ଦେଇଛନ୍ତି ତାହା ତରବରିଆ ଭାବେ ତିଆରି ହୋଇଛି । 128 କୋଟି ଟଙ୍କା ସହାୟତା ରାଶି ଘୋଷଣା ସମ୍ପୂର୍ଣ ତ୍ରୁଟିପୂର୍ଣ୍ଣ । କେତେବେଳେ ସର୍ଭେ କଲେ ସରକାର, କେଉଁ ସରକାରୀ ଅଫିସରୀ ବୁଲି କେଉଁ ଅଂଚଳ ବୁଲି କେବେ ସର୍ଭେ କଲେ । ସରକାର ଏକ ଶ୍ୱେତ ପତ୍ର ଜାରି କରନ୍ତୁ, ଯେଉଁଥିଲେ ନାମ, ଘର, ବ୍ଲକ ଆଦି କ୍ଷତିଗ୍ରସ୍ତଙ୍କ ତାଲିକା ବାହାର କରନ୍ତୁ । ସରକାର ବନ୍ୟା କ୍ଷୟକ୍ଷତି ଆକଳନ ରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।"

ମିଛ ତଥ୍ୟ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ ନକରି ଗ୍ରାମ ପଂଚାୟତ ବ୍ଳକ ଓ୍ବାରୀ କ୍ଷତିଗ୍ରସ୍ତଙ୍କ ନାମ ତାଲିକାକୁ ଶ୍ଵେତପତ୍ର ଜରିଆରେ ପ୍ରକାଶ କରନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାର ଚାହିଁଥିଲେ ଚଳିତ ବର୍ଷ ବନ୍ୟାକୁ ରୋକି ପାରିଥାନ୍ତେ କିନ୍ତୁ ଏହା ନକରି ଚଳିତ ବନ୍ୟା ମୁକାବିଲା ପାଇଁ ଅପ୍ରସ୍ତୁତ ଥିବା ରାଜ୍ୟ ସରକାର ପାଣିପାଗ ବିଭାଗ ସୂଚନା ଦେଲା ଭଳି କେବଳ ପ୍ରେସ୍ ବିବୃତି କରିଆରେ ସତର୍କ ସୂଚନା ଓ ନିର୍ଦ୍ଦେଶନାମା ଜାରି କରି ଦାୟୀତ୍ବ ସମାପ୍ତ କରିଥିଲେ । ଜଳସମ୍ପଦ ବିଭାଗ, ମନ୍ତ୍ରୀ ଓ ରିଲିଫ କମିଶନଙ୍କ କଥାରେ ତାଳମେଳ ରହୁନଥିଲା । ରାଜ୍ୟ ସରକାରଙ୍କ ଅବହେଳା, ଦାୟିତ୍ବହୀନତା ଏବଂ ଅପାରଗ କାରଣରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଏପରି ଅଭାବନୀୟ ବନ୍ୟା ସୃଷ୍ଟି ହୋଇଛି । ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ଏଥି ପାଇଁ ରାଜ୍ୟ ସରକାର ଦାୟୀ । ସେହିପରି ବନ୍ୟା ପରବର୍ତୀ ସ୍ଥିତିର ପରିଚାଳନା ପାଇଁ ମଧ୍ୟ ରାଜ୍ୟ ସରକାର ବିଫଳ ବନ୍ୟା ପୀଡିତଙ୍କ ପାଖରେ ନାଁ ପ୍ରଶାସନ ଓ ମନ୍ତ୍ରୀ, ନେତା ଓ ରାଜ୍ୟ ସରକାର ମଧ୍ୟ ପହଞ୍ଚିବାରେ ବିଫଳ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.