ETV Bharat / city

Chittaranjan Palai death case: BJD ଅପରାଧୀଙ୍କ ବଳ ପାଲଟିଛି କହିଲେ ଲେଖାଶ୍ରୀ

author img

By

Published : Dec 14, 2021, 4:27 PM IST

Updated : Dec 14, 2021, 4:34 PM IST

ପ୍ରେସମିଟରେ ବିଜେଡ଼ି ଉପରେ ବର୍ଷିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । ବିଜେଡ଼ି ଅପରାଧୀଙ୍କ ବଳ ପାଲଟିଛି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

BJP PressMeet: ବିଜେଡ଼ି ଅପରାଧୀଙ୍କ ବଳ ପାଲଟିଛି କହିଲେ ଲେଖାଶ୍ରୀ
BJP PressMeet: ବିଜେଡ଼ି ଅପରାଧୀଙ୍କ ବଳ ପାଲଟିଛି କହିଲେ ଲେଖାଶ୍ରୀ

ଭୁବନେଶ୍ବର: ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି । ଏଥିରେ ଶାସକ ଦଳ(BJD) ଅପରାଧୀଙ୍କ ବଳ ପାଲଟିଛି ବୋଲି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । ଶାସକ ଦଳ ନେତା, ମନ୍ତ୍ରୀ, ବିଧାୟକ ମାନେ ବିଭିନ୍ନ ହତ୍ୟା, ଦୁଷ୍କର୍ମ ଭଳି ଅପରାଧରେ ସମ୍ପୃକ୍ତ ରହିଥିବା ଅଭିଯୋଗ ଆସୁଛି ବୋଲି ସେ କହିଛନ୍ତି ।

Chittaranjan Palai death case: BJD ଅପରାଧୀଙ୍କ ବଳ ପାଲଟିଛି କହିଲେ ଲେଖାଶ୍ରୀ

ପ୍ରେସମିଟରେ ଲେଖାଶ୍ରୀ କହିଛନ୍ତି ଯେ, ବିଜୁ ଜନତା ଦଳ ଅପରାଧୀଙ୍କ ବଳ ପାଲଟିଛି । ଶାସକ ଦଳ ନେତା, ମନ୍ତ୍ରୀ, ବିଧାୟକ ମାନେ ବିଭିନ୍ନ ହତ୍ୟା, ଦୁଷ୍କର୍ମ ଭଳି ଅପରାଧରେ ସମ୍ପୃକ୍ତ ଥିଲେ ମଧ୍ୟ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ପୋଲିସ ଶାସକ ଦଳ ଇଙ୍ଗିତରେ କାମ କରୁଛି ।

ଏହା ବି ପଢନ୍ତୁ: Sanjay Das Burma PA death case: ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରୁ ସଞ୍ଜୟଙ୍କ ଇସ୍ତଫା ଦାବି

ଯେହେତୁ ଚିତ୍ତ ରଞ୍ଜନଙ୍କ ପରିବାର ଲୋକେ ସଞ୍ଜୟ ଦାସବର୍ମାଙ୍କ ନାଁରେ ସିଧା ଅଭିଯୋଗ ଆଣୁଛନ୍ତି । ଏଣୁ ସଞ୍ଜୟ ତୁରନ୍ତ ଇସ୍ତଫା ଦିଅନ୍ତୁ । ସଞ୍ଜୟଙ୍କର ପୋଲିସ ପ୍ରଶାସନର ଭୟ ନାହିଁ । ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ସରକାର ଓଡି଼ଶାରେ ଚାଲିଛି । କ୍ଷମତାରେ ରହିବା ମାନେ ନୁହେଁ ଯେ ଲୋକଙ୍କ ପ୍ରତି ଅତ୍ୟାଚାର ଓ ଅନ୍ୟାୟ କରିବା ବୋଲି କହିଛନ୍ତି ଲେଖାଶ୍ରୀ ।

ସେ ଆହୁରି କହିଛନ୍ତି ଯେ, ବିଜେପି ସବୁବେଳେ ରାଜ୍ୟବାସୀଙ୍କ ନ୍ୟାୟ ପାଇଁ ଲଢେଇ କରିଛି । ଯେଉଁମାନେ ଓଡି଼ଶାର ମହିଳା ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ସେମାନେ ଦଣ୍ଡିତ ହେବେ ବୋଲି ବିଜେପି ପ୍ରତିଶୃତି ଦେଉଛି । ଚିତ୍ତ ରଞ୍ଜନଙ୍କ ପରିବାର ଲୋକଙ୍କୁ ଶାସକ ଦଳ ପ୍ରଭାବିତ କରିବାର ଆଶଙ୍କା ରହିଛି । ସଞ୍ଜୟଙ୍କ ସରକାରୀ PSO ବିପ୍ଲବ ପଲେଇଙ୍କୁ ଚିତ୍ତରଞ୍ଜନଙ୍କ ହତ୍ୟା ମାମଲାରେ ପୋଲିସ ଅଟକ ରଖିଛି । ତେଣୁ ଏହି ହତ୍ୟାରେ ସଞ୍ଜୟ ଦାସବର୍ମାଙ୍କ ସମ୍ପୃକ୍ତି ନେଇ ସନ୍ଦେହ ଦୃଢୀଭୂତ ହେଉଛି ବୋଲି କହିଛନ୍ତି ସେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Dec 14, 2021, 4:34 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.