ETV Bharat / city

‘ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ନାଟକ ଲେଖିଛନ୍ତି ଅରୁଣ ବୋଥ୍ରା’

author img

By

Published : Dec 22, 2020, 7:31 PM IST

ଯଦି ବୁଦା ମୂଳେ ମୃତଦେହ ଥିଲା ତେବେ ଡଗ ସ୍କ୍ୱାର୍ଡ଼ କିପରି ଜାଣିପାରିଲାନି ? ଜିଲ୍ଲା ପୋଲିସ ଏବଂ ଅନ୍ୟ ଅଫିସର ଏ ନେଇ କାହିଁକି ଅବଗତ ହେଲେନି ? ପ୍ରଶ୍ନ କଲା ବିଜେପି..

‘ଅରୁଣଙ୍କୁ ବଞ୍ଚାଇବା ପାଇଁ ନାଟକ ଲେଖିଛନ୍ତି ଅରୁଣ ବୋଥ୍ରା’
‘ଅରୁଣଙ୍କୁ ବଞ୍ଚାଇବା ପାଇଁ ନାଟକ ଲେଖିଛନ୍ତି ଅରୁଣ ବୋଥ୍ରା’

ଭୁବନେଶ୍ବର: ନୟାଗଡ ନାବାଳିକା ହତ୍ୟା ମାମଲାରେ ବିଜେପି ଛାଡିଲା ପ୍ରଶ୍ନ ବାଣ । ଯଦି ବୁଦା ମୂଳେ ମୃତଦେହ ଥିଲା ତେବେ ଡଗ ସ୍କ୍ୱାର୍ଡ଼ କିପରି ଜାଣିପାରିଲାନି ? ଜିଲ୍ଲା ପୋଲିସ ଏବଂ ଅନ୍ୟ ଅଫିସର ଏନେଇ କାହିଁକି ଅବଗତ ହେଲେନି ? ଏଥିରୁ ବାରି ହେଉଛି କି ମନ୍ତ୍ରୀ ଅରୁଣ ସାହୁଙ୍କୁ ଅରୁଣ ବୋଥ୍ରା ସୁରକ୍ଷା ଦେଉଛନ୍ତି ।

‘ଅରୁଣଙ୍କୁ ବଞ୍ଚାଇବା ପାଇଁ ନାଟକ ଲେଖିଛନ୍ତି ଅରୁଣ ବୋଥ୍ରା’

ଆଜି ନୟାଗଡ ନାବାଳିକା ହତ୍ୟା ମାମଲା ନେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସମିଟ ପରେ ଏହା ଉପରେ ସମୀକ୍ଷା କରି ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ସେ କହିଛନ୍ତି କି ଅରୁଣ ବୋଥ୍ରା ସରକାରଙ୍କୁ ବଞ୍ଚାଇବା ପାଇଁ ମନଗଢା କାହାଣୀ କହିଛନ୍ତି । ଏହା ବିରୋଧରେ ବିଜେପି ଆନ୍ଦୋଳନ ଜାରି ରଖିବ ।

‘ଅରୁଣଙ୍କୁ ବଞ୍ଚାଇବା ପାଇଁ ନାଟକ ଲେଖିଛନ୍ତି ଅରୁଣ ବୋଥ୍ରା’
‘ଅରୁଣଙ୍କୁ ବଞ୍ଚାଇବା ପାଇଁ ନାଟକ ଲେଖିଛନ୍ତି ଅରୁଣ ବୋଥ୍ରା’

ପରି ବାପା ମା ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଉଛନ୍ତି , ହେଲେ ତାଙ୍କୁ କାହିଁକି ତଦନ୍ତ ପରିସରକୁ ନିଆଗଲା ନାହିଁ ? ପରୀ ବାପା ମା’ କହୁଛନ୍ତି ସେ ଅଭିଯୁକ୍ତ ଯୁବକର ଏଥିରେ ସମ୍ପୃକ୍ତି ନାହିଁ । ତଥାପି ତାକୁ ଗିରଫ କରାଯାଇ କାହାଣୀ ଶୁଣାଯାଉଛି ।

ଅରୁଣ ସାହୁଙ୍କ ଇସ୍ତଫା ସହ CBI ତଦନ୍ତ ଓ ଅରୁଣ ବୋଥ୍ରାଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଆମେ ଦାବି କରୁଛୁ । ଏଥିସହ ସେ କହିଛନ୍ତି କି ରାଜ୍ୟରେ ଅଙ୍ଗ ତସ୍କରୀ ଘଟଣା ଲୁଚାଇବା ପାଇଁ ଏହା ଏକ ନୂଆ ନାଟକ। ରାଜ୍ୟରେ ନିଖୋଜ ହୋଇଥିବା 5 ହଜାର 5 ଶହ ଶିଶୁ ଗଲେ କୁଆଡେ । ଆଗରୁ ପୋଲିସ କୁ କିଛି ମିଳିନଥିଲା ଏବେ ବୋଥ୍ରା ଗଲା ପରେ ସବୁ ମିଳୁଛି ବୋଲି କଟାକ୍ଷ ସହ କେନ୍ଦ୍ରୀୟ ତଦନ୍ତ ଦାବି କରିଛି ବିଜେପି ।

ଭୁବନେଶ୍ବରରୁ ତପନ କୁମାର ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.