ETV Bharat / city

Block Chairman Election: BJD ଖାତାରେ ସର୍ବାଧିକ ୨୭୮ ପଞ୍ଚାୟତ ସମିତି !

author img

By

Published : Mar 12, 2022, 11:01 PM IST

ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ଶାସକ BJDର ବାଜିମାତ । ସର୍ବାଧିକ ୨୭୮ ପଞ୍ଚାୟତ ସମିତି ହାତେଇବାରେ ସଫଳ ହେଲା ଦଳ । ବିଜେପି ୨୧ ବ୍ଲକ, କଂଗ୍ରେସ ୧୩ ବ୍ଲକରେ କଲେ କବଜା । ଅଧିକ ପଢନ୍ତୁ

Block chairman election: BJD ଖାତାରେ ସର୍ବାଧିକ ୨୭୮ ପଞ୍ଚାୟତ ସମିତି
Block chairman election: BJD ଖାତାରେ ସର୍ବାଧିକ ୨୭୮ ପଞ୍ଚାୟତ ସମିତି

ଭୁବନେଶ୍ବର: ସରିଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ । ଅଧିକାଂଶ ବ୍ଲକରେ ବିଜେଡି ପ୍ରାର୍ଥୀ ବାଜିମାତ କରିଛନ୍ତି । କିଏ କେତେ ବ୍ଲକ ଦଖଲ କରିବ ତାଙ୍କୁ ନେଇ ଚାଲିଥିବା ଛକାପଞ୍ଝାରେ ଯବନିକା ପଡିଛି । ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ କସରତ ଚଳାଇଥିଲେ ।

ଶାସକ ଦଳ ପୂର୍ବଭଳି ବାଜିମାତ କରିବାରେ ସଫଳ ହୋଇଛି । ମୋଟ ୩୧୪ ବ୍ଲକରୁ ବିରୋଧୀ ମାତ୍ର ୩୭ଟି ବ୍ଲକ ଦଖଲ କରିବାରେ ସଫଳ ହୋଇଛନ୍ତି । ଅବଶିଷ୍ଟ ୨୭୮ ବ୍ଲକକୁ କବଜା କରିଛି ଶାସକ ବିଜେଡି । ସେହିପରି ବିଜେପି ୨୧ ବ୍ଲକ, କଂଗ୍ରେସ ୧୩ ବ୍ଲକ ଏବଂ ସିପିଆଇଏମ ଖାତାକୁ ମାତ୍ରା ୩ଟି ପଞ୍ଚାୟତ ସମିତି ଯାଇଛି ।

ଅନ୍ୟଏକ ସୂଚନା ଅନୁସାରେ, ୧୭ ଜିଲ୍ଲାରେ ବିଜେପି ଏବଂ କଂଗ୍ରେସ ୨୨ ଜିଲ୍ଲାରେ ଗୋଟିଏ ମଧ୍ୟ ବ୍ଲକ ଅକ୍ତିଆର କରିପାରି ନାହିଁ। ସରକାରୀ ଭାବେ ସଂଖ୍ୟା ନେଇ ଘୋଷଣା କରାଯାଇନଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ଏହି ଫଳାଫଳ ନେଇ ତଥ୍ୟ ପ୍ରକାଶ ପାଇଛି ।


ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.