ETV Bharat / city

ସରଗଠୁ ସୁନ୍ଦର ବିହଙ୍ଗ ବଣ; ପଶୁ-ପକ୍ଷୀଙ୍କୁ ମିଳୁଛି ଖାଦ୍ୟ, ଆତ୍ମତୃପ୍ତି ଲଭନ୍ତି ବିଧାନ

author img

By

Published : Apr 2, 2021, 4:31 PM IST

ପକ୍ଷୀ ପ୍ରେମରେ ବନ୍ଧା ବିଧାନ, ପକ୍ଷୀଙ୍କ ଅକୁହା କଥାକୁ ବୁଝିଥିବାରୁ ବର୍ଜ୍ୟବସ୍ତୁରୁ ବରକୋଳି ଗଛ ଉପରେ ତିଆରୀ କରିଛନ୍ତି ଦୁଇଟି ସୁନ୍ଦର ଘର । ଖାଲି ସେତିକି ନୁହେଁ ଖଣ୍ଡିଆ ଖପରାରେ ତୃଷାତ୍ତ ପକ୍ଷୀ ଓ ବୁଲା କୁକୁରଙ୍କ ପାଇଁ ପାଣି ମଧ୍ୟ ରଖିନ୍ତି । ଯାହାକୁ ନେଇ ବିଧାନ କୁହନ୍ତୁ ସେମାନେ ସିନା କଥା କହିପାରନ୍ତିନି କିନ୍ତୁ ତାଙ୍କ ଆଚରଣରୁ ବାରି ହୋଇଯାଏ ସବୁକିଛି...

ପକ୍ଷୀ ପ୍ରେମୀ ବିଧାନ ସାହୁ
ବିହଙ୍ଗ ବଣ ସୃଷ୍ଟି କଲେ ବିଧାନ

ଭୁବନେଶ୍ବର: ଦୁନିଆରେ ଏମିତି ଅନେକ ମଣିଷ ଅଛନ୍ତି ଯିଏ, ସେବାକୁ ଜୀବନର ବ୍ରତ ବୋଲି ଭାବନ୍ତି । ଆଉ ସେହି ସେବା ଯଦି ନିର୍ବାକ ଜୀବନଙ୍କର ହୋଇଥାଏ, ତେବେ ତାହା ବେଶ ପ୍ରଶଂସନୀୟ ଆଉ ପୁଣ୍ୟ କାମ ହୋଇଥାଏ । କାରଣ ଆମର କ'ଣ ଆବଶ୍ୟକ ଥାଏ ତାହା ଆମେ କହିବା ମାତ୍ରେ ପାଇଯାଉ କିନ୍ତୁ ଜୀବଜନ୍ତୁ ତାହା କରିପାରନି ନାହିଁ। ସେଥିପାଇଁ ତ ଏହି ନିର୍ବାକ ପକ୍ଷୀଙ୍କ ବେଦନା ବୁଝିଛନ୍ତି ଖାରବେଳ ନଗରରେ ଚା' ଦୋକାନୀ ବିଧାନ । ଆଉ ସହୃଦୟ ତାର ପରାକାଷ୍ଠା ଦେଖାଇ ନିଜ ପ୍ରଚେଷ୍ଟାରେ ପକ୍ଷୀଙ୍କ ପାଇଁ ଖାଦ୍ୟ ପାଣି ଆଉ ଆଶ୍ରୟର ବ୍ୟବସ୍ତା କରିଛନ୍ତି ।

ବିହଙ୍ଗ ବଣ ସୃଷ୍ଟି କଲେ ବିଧାନ

ଏଠି ସକାଳ ହେଲେ ଦୋଳି ଭଳି ଝୁଲୁଥିବା ପଟାରେ ପକ୍ଷୀଙ୍କ ପାଇଁ ଭାତ, ଷ୍ଟିଲ ଗିନାରେ ପାଣି ଆଉ ବରକୋଳି ଗଛରେ ନିଡ କରିଛନ୍ତି ବିଧାନ । ଯେଉଁଠିକୁ ପ୍ରତିଦିନ ସକାଳ ହେଲେ ପକ୍ଷୀ ଓ ଗୁଣ୍ଡୁଚି ମୂଷା ମନଭରି ଖାଇବାକୁ ଆସନ୍ତି ଆଉ ପେଟଭରି ଖାଇଥାନ୍ତି । ଆଉ ଖୁସିରେ କିଚିରି ମିଚିରି ଶବ୍ଦ କରି ଡାଳକୁ ଡାଳ ଡେଇଁ ଖେଳି ପରିବେଶକୁ କୋଳାହଳ କରନ୍ତି । ଯାହାକୁ ଦେଖି ପକ୍ଷୀଙ୍କ ସହ ଭାବ ବାନ୍ଧିଥିବା ବିଧାନଙ୍କୁ ଆତ୍ମତୃପ୍ତି ମିଳେ ବୋଲି କୁହନ୍ତି।

ପକ୍ଷୀ ପ୍ରେମରେ ବନ୍ଧା ବିଧାନ ପକ୍ଷୀଙ୍କ ଅକୁହା କଥାକୁ ବୁଝିଥିବାରୁ ବର୍ଜ୍ୟବସ୍ତୁରୁ ବରକୋଳି ଗଛ ଉପରେ ତିଆରି କରିଛନ୍ତି ଦୁଇଟି ସୁନ୍ଦର ଘର । ଖାଲି ସେତିକି ନୁହେଁ ଖଣ୍ଡିଆ ଖପରାରେ ତୃଷାତ୍ତ ପକ୍ଷୀ ଓ ବୁଲା କୁକୁରଙ୍କ ପାଇଁ ପାଣି ମଧ୍ୟ ରଖିଛନ୍ତି ।

ଯାହାକୁ ନେଇ ବିଧାନ କୁହନ୍ତି, ସେମାନେ ସିନା କଥା କହିପାରନ୍ତିନି କିନ୍ତୁ ତାଙ୍କ ଅଚରଣରୁ ବାରି ହୋଇଯାଏ ସେ ଭୋକରେ ଅଛନ୍ତି । ତେଣୁ ମୁଁ ଚା ଦୋକାନଟିଏ ଦେଇଥିବା ବେଳେ ନିଜ ଖାଇବାରୁ ଭାତ ଓ ବିସ୍କୁଟ ସେମାନଙ୍କୁ ଖାଇବାକୁ ଦିଅ ଆଉ ଏଥିପାଇଁ ମତେ ବହୁତ ଆନନ୍ଦ ଲାଗେ।

କଥାରେ ଅଛି, 'ଜୀବେ ଦୟା' ଅର୍ଥାତ ଆମେ ନିଜର ନିଜ ସକ୍ଷମତାକୁ ନେଇ ଅନ୍ୟର ସମସ୍ୟାକୁ ବି ବୁଝିବା ଦରକାର । ସେଥି ପାଇଁ ତ ମଣିଷ ଶ୍ରେଷ୍ଠ ପ୍ରାଣୀ । ଆଉ ଏହାର ମର୍ମକୁ ବୁଝିପାରିଛନ୍ତି ବିଧାନ । ପକ୍ଷୀଙ୍କ ସହ ଭାବ ବାନ୍ଧି ନିଜର ବଦାନ୍ୟତାକୁ ଦେଖାଇଛନ୍ତି । କଥା କହି ନଥିବା ପକ୍ଷୀଙ୍କ ପେଟର ଭୋକ ଆଉ ଶୋଷକୁ ବୁଝି ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ ।

ଭୁବନେଶ୍ବରରୁ ଦେବସ୍ମୀତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.