ETV Bharat / city

ବିଜେଡି ସାଧାରଣ ସମ୍ପାଦକଙ୍କ ନାଁରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ

author img

By

Published : Jul 5, 2020, 8:48 PM IST

ଯାଜପୁର ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଅଭିଯୋଗ । ବିଧାୟକ କୋଭିଡ ନିୟମ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ଆଣିଛି ଓଡିଶା ସ୍ବାଭିମାନ ମଞ୍ଚ । ଅଧିକ ପଢନ୍ତୁ...

ଯାଜପୁର ବିଧାୟକଙ୍କ ନାଁରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ
ଯାଜପୁର ବିଧାୟକଙ୍କ ନାଁରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ବର: କୋଭିଡ ନିୟମ ଭାଙ୍ଗିଥିବା ନେଇ ବିଜୁ ଜନତା ଦଳର ଯାଜପୁର ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଅଭିଯୋଗ । ଏପରି ଅଭିଯୋଗ ଆଣିଛି ଓଡିଶା ସ୍ବାଭିମାନ ମଞ୍ଚ । ବିଧାୟକ ଏକ ସଭାରେ କୋଭିଡ ନିୟମ ଉଲ୍ଲଂଘନ କରିଥିବାର ଫଟୋ ସହ ପ୍ରମାଣ ଦେଖାଇଛନ୍ତି ଓଡିଶା ସ୍ବାଭିମାନ ମଞ୍ଚ ସଭାପତି ନାରାୟଣ ସାହୁ ।

ଯାଜପୁର ବିଧାୟକଙ୍କ ନାଁରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ
ଯାଜପୁର ବିଧାୟକଙ୍କ ନାଁରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ

ଫଟୋରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଏକତ୍ରିତ ହୋଇ ସଭାରେ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ବିଧାୟକ ନା ମାସ୍କ ପିନ୍ଧିଥିଲେ ନା ସେଠାରେ ଉପସ୍ଥିତ କାହାରି ମଧ୍ୟରେ ଥିଲା ସାମାଜିକ ଦୂରତା । ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଦର୍ଶାଇ ଡିସିପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଓଡିଶା ସ୍ବାଭିମାନି ମଞ୍ଚ ସଭାପତି ।

ଯାଜପୁର ବିଧାୟକଙ୍କ ନାଁରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ

ବିଧାୟକଙ୍କ ନାଁରେ ସଭାପତି ନାରାୟଣ ସାହୁ ଡିସିପିଙ୍କ କାର୍ଯାଳୟରେ ଏକ ଅଭିଯୋଗ ପତ୍ର ଦେଇଛନ୍ତି । ଏହାସହ ଏମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ସହ କୋଭିଡ ଟେଷ୍ଟ କରାଯାଉ ବୋଲି ଦାବି କରିଛନ୍ତି ନାରାୟଣ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.