ETV Bharat / city

ଡାକ୍ତରାଣୀଙ୍କୁ ବିଜେପି ନେତାଙ୍କ ମାଡ଼, ପୋଲିସ କଲା ଗିରଫ

author img

By

Published : May 30, 2022, 9:43 PM IST

ଲକ୍ଷ୍ମୀସାଗର ଥାନା ବୁଦ୍ଧେଶ୍ବରୀ କଲୋନୀରେ ଗାଡି ପାର୍କିଂକୁ ନେଇ ଡାକ୍ତରାଣୀଙ୍କୁ ଆକ୍ରମଣ କରିଥିଲେ ବିଜେପି ନେତା ବିଶ୍ବଜିତ ସ୍ବାଇଁ । ଏନେଇ ଡାକ୍ତରାଣୀ ହେନା ଗୁପ୍ତା ଉପରୋକ୍ତ ଥାନାରେ ଅଭିଯୋଗ କରିଥିଲେ । ଅଧିକ ପଢନ୍ତୁ

ଲେଡି ଡକ୍ଟରଙ୍କୁ ବିଜେପି ନେତାଙ୍କ ମାଡ, ଲକ୍ଷ୍ମିସାଗର ଥାନା କଲା ଗିରଫ
ଲେଡି ଡକ୍ଟରଙ୍କୁ ବିଜେପି ନେତାଙ୍କ ମାଡ, ଲକ୍ଷ୍ମିସାଗର ଥାନା କଲା ଗିରଫ

ଭୁବନେଶ୍ବର: ଗାଡି ପାର୍କିଂକୁ ନେଇ ଗଣ୍ଡଗୋଳ । ସାଇଡ ମାରିବାରୁ ରାତି ଅଧରେ ଡାକ୍ତରାଣୀଙ୍କୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ଲକ୍ଷ୍ମୀସାଗର ଥାନା ବୁଦ୍ଧେଶ୍ବରୀ କଲୋନୀରେ ଘଟିଛି ଏପରି ଘଟଣା । ବିଜେପି ନେତା ଗାଳିଗୁଲଜ ସହ ମାଡ ମାରିଥିବା ଡାକ୍ତରାଣୀ ହେନା ଗୁପ୍ତା ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ବିଜେପି ନେତା ବିଶ୍ବଜିତ ସ୍ବାଇଁଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ଲେଡି ଡକ୍ଟରଙ୍କୁ ବିଜେପି ନେତାଙ୍କ ମାଡ, ଲକ୍ଷ୍ମିସାଗର ଥାନା କଲା ଗିରଫ

ସୂଚନା ମୁତାବକ, ଗତକାଲି(ରବିବାର) ରାତ୍ରିରେ ଡାକ୍ତରାଣୀ ଜଣକ ଘରକୁ ଫେରୁଥିଲେ । ଘର ସାମ୍ନାରେ ବିଜେପି ନେତାଙ୍କ ଗାଡି ଥିବାରୁ ସେ ସାଇଡ କରିବାକୁ କହିଥିଲେ ।

ଯାହାକୁ ନେଇ ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା । ଏନେଇ ବିଜେପି ନେତା ଆସି ତାଙ୍କ ହାତ ଧରି ମାଡ ମାରି ଗାଳିଗୁଲଜ କରିଥିବା ନେଇ ଡାକ୍ତରାଣୀଙ୍କୁ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଆଇପିସିର ବିଭିନ୍ନ ଦଫାରେ ବିଜେପି ନେତା ବିଶ୍ବଜିତ ସ୍ବାଇଁକୁ ଗିରଫ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.