ETV Bharat / city

ବିଜେପି ବିଜେଡି କହିଲେ ଜିତିବୁ, କଂଗ୍ରେସ କହିଲା ଦିତୀୟରେ ରହିବୁ

author img

By

Published : Nov 4, 2020, 5:44 PM IST

ମଙ୍ଗଳବାର ସରିଲା ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ । ଇଭିଏମ ଭିତରେ ପାର୍ଥୀଙ୍କ ଭାଗ୍ୟ । ହେଲେ ତିନି ପ୍ରମୁଖ ଦଳର ନେତା ନିର୍ବାଚନର ଫଳାଫଳ ନେଇ ରଖିଛନ୍ତି ନିଜ ନିଜର ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ବିଜେପି ବିଜେଡି କହିଲେ ଜିତିବୁ, କଂଗ୍ରେସ କହିଲା ଦିତୀୟରେ ରହିବୁ
ବିଜେପି ବିଜେଡି କହିଲେ ଜିତିବୁ, କଂଗ୍ରେସ କହିଲା ଦିତୀୟରେ ରହିବୁ

ଭୁବନେଶ୍ବର: ସରିଲା ଉପନିର୍ବାଚନ ଇଭିଏମ ଭିତରେ ପାର୍ଥୀଙ୍କ ଭାଗ୍ୟ । ହେଲେ ତିନି ପ୍ରମୁଖ ଦଳର ନେତା ନିର୍ବାଚନର ଫଳାଫଳ ନେଇ ରଖିଛନ୍ତି ନିଜ ନିଜର ପ୍ରତିକ୍ରିୟା । ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ଆମେ ଟିମ ୱର୍କ କଲୁ ବାଲେଶ୍ଵର ଓ ତିର୍ତ୍ତୋଲରେ । ଦୁଇଟି ଆସନରେ ବିଜେଡିକୁ ଲୋକେ ଆଶୀର୍ବାଦ କରିଛନ୍ତି, ବିଜୟୀ ହେବୁ । ପୂର୍ବଥର ଲୋକସଭା ଓ ବିଧାନସଭା ନିର୍ବାଚନ ସହ ସ୍ଥାନୀୟ ସମସ୍ୟା ଥିଲା । ହେଲେ ଗତଥର ଯେତେ ଭୋଟରେ ପରାଜିତ ହୋଇଥିଲୁ, ତାଠାରୁ ଅଧିକ ଭୋଟରେ ବାଲେଶ୍ଵରରେ ଜିତିବୁ ।

ତିର୍ତ୍ତୋଲରେ ବି ଗତ ବିଜୟ ଠାରୁ ଅଧିକ ବା ସମାନ ମାର୍ଜିନ ହୋଇପାରେ । ଦାୟିତ୍ୱରେ ଥିବା ଆମ ଲୋକ ଆକଳନ କରୁଛନ୍ତି । ଆସନ୍ତାକାଲି ସୁଦ୍ଧା ମାର୍ଜିନ ଜଣାପଡ଼ିବ । ଆମେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଖର୍ଚ୍ଚ କରିଛୁ । ଅନ୍ୟ ଦଳର ବି କେନ୍ଦ୍ରନେତା ଆସିଥିଲେ ବୋଲି କହିଛନ୍ତି ଦେବୀ ମିଶ୍ର ।

ସେପଟେ ବିଜେପି ମଧ୍ୟ ଉଭୟ ତିର୍ତ୍ତୋଲ ଓ ବାଲେଶ୍ଵରରେ ବିଜୟୀ ହେବ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ୍ ହରିଚନ୍ଦନ କହିଛନ୍ତି । ଏଥର ଜନତା ଶାସକ ଦଳକୁ ଭୋଟ ନଦେଇ ବିଜେପିକୁ ଭୋଟ ଦେଇଛନ୍ତି । ଶାଶକ ଦଳ ସରକାରୀ କଳ ବ୍ୟବହାର କରିଛି ବୋଲି ଅଭିଯୋଗ ମଧ୍ୟ କରିଛି ।

ସେହପରି କଂଗ୍ରେସ ଭଲ ପାର୍ଥୀ ଦେଇଥିବା କଥା କହି ସନ୍ତୁଷ୍ଟ ହୋଇଥିବା ବେଳେ ଦଳ ଦ୍ଵିତୀୟ କି ତୃତୀୟ ସ୍ଥାନରେ ରହିବ ବୋଲି କହିଛି । ବିଜେଡି ଓ ବିଜେପି ପ୍ରଚୁର ଅର୍ଥ ଖର୍ଚ୍ଚ କରିଥିବାରୁ ନିର୍ବାଚନ ଜିତିବେ ନାହିଁଁ ବୋଲି କହିଛନ୍ତି କଂଗ୍ରସେ ବିଧାୟକ ତାରାପ୍ରସାଦ ବାହୀନପତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.