ETV Bharat / city

ବିଏମସିର ଟିକସ ଟେନସନ, ବକେୟା ପଡିଛି 50%ରୁ ଊର୍ଦ୍ଧ୍ବ

author img

By

Published : Feb 18, 2021, 10:52 PM IST

Updated : Feb 19, 2021, 5:14 PM IST

ମହାମାରୀ କୋରୋନା ପାଇଁ 2020-21 ଆର୍ଥିକ ବର୍ଷରେ ବିଏମସିର ଟିକସ ଆଦାୟ ପ୍ରଭାବିତ ହୋଇଛି । ଏହି କେଇ ଦିନ ପରେ ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିବାବେଳେ ଟାର୍ଗେଟ ସଂଖ୍ୟକ ଟିକସ ଆଦାୟର ମାତ୍ର 50 ପ୍ରତିଶତ ଆଦାୟ ହୋଇଛି । ଯାହାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛି ବିଏମସି । ଅଧିକ ପଢନ୍ତୁ...

ବିଏମସିକୁ ଟିକସ ଟେନସନ, ବକେୟା ପଡିଛି ଅଧେ
ବିଏମସିକୁ ଟିକସ ଟେନସନ, ବକେୟା ପଡିଛି ଅଧେ

ଭୁବନେଶ୍ବର: ବିଏମସି ରାଜସ୍ବ ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ମହାମାରୀ କୋରୋନା ପାଇଁ 2020-21 ଆର୍ଥିକ ବର୍ଷରେ ବିଏମସିର ଟିକସ ଆଦାୟ ପ୍ରଭାବିତ ହୋଇଛି । ଆଉ କେଇଟା ଦିନ ପରେ ଆର୍ଥିକ ବର୍ଷ ଶେଷ ହେବାକୁ ଥିବାବେଳେ ବିଏମସି ମୁଣ୍ଡରେ ପଡିଛି ଟିକସ ଚିନ୍ତା । ଏହି ଆର୍ଥିକ ବର୍ଷ ପାଇଁ ବିଏମସି 130 କୋଟି ଟିକସ ଆଦାୟର ଟାର୍ଗେଟ ରଖିଥିବାବେଳେ ଡିସେମ୍ବର ସୁଦ୍ଧା ମୋଟ 50 କୋଟି ଟଙ୍କା ଆଦାୟ ହୋଇଛି । ତେବେ ମାର୍ଚ୍ଚ ଶେଷ ଦୁଇଟି ସପ୍ତାହରେ କୋରୋନା ଲକଡାଉନ ଯୋଗୁଁ ରାଜସ୍ବ ଆଦାୟ ସଙ୍କୁଚିତ ହୋଇଥିବା ବିଏମସି ଯୁକ୍ତି ବାଢିଛି । ତେବେ ବର୍ତ୍ତମାନ କିପରି ଆଉ 50 ପ୍ରତିଶତ ଟିକସ ଆଦାୟ କରାଯିବ ସେନେଇ ବିଏମସିକୁ ଏବେ ଚିନ୍ତା ଘାରିଛି ।

ବିଏମସିର ଟିକସ ଟେନସନ, ବକେୟା ପଡିଛି 50 ପ୍ରତିଶତରୁ ଊର୍ଦ୍ଧ୍ବ

ହୋଲଡିଂ ଟିକସ ବାବଦରୁ ଯଦିଓ ବିଏମସିକୁ କିଛିଟା ସନ୍ତୋଷମୂଳକ ଟିକସ ମିଳିଛି କିନ୍ତୁ ସାମଗ୍ରିକ ଭାବେ ବିଏମସିର ଟିକସ ଆଦାୟ ପରିଧି ସଙ୍କୁଚିତ ହୋଇଛି । ଟ୍ରେଡ ଲାଇସେନ୍ସ ବାବଦରୁ 10 କୋଟି ଟଙ୍କାର ଟ୍ୟାକ୍ସ ଆଦାୟ ନେଇ ଲକ୍ଷ୍ୟ ରଖାଯାଇଥିବାବେଳେ ମାତ୍ର ଆଦାୟ ହୋଇଛି 2. 50 କୋଟି, ସେହିପରି ବିଜ୍ଞାପନ ବାବଦରେ 2 କୋଟି ଏବଂ ପାର୍କିଂ, ପ୍ଲାନିଂ ଓ ଏନଓସି ଭଳି ଅନ୍ୟସୂତ୍ରରୁ ମୋଟ 50 କୋଟି ଟଙ୍କା ସଂଗ୍ରହ କରାଯାଇଛି । ତେବେ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଟିକସ ଆଦାୟ ଟାର୍ଗେଟ ପୂରଣ କରିବାକୁ ବିଏମସି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ବିଭିନ୍ନ ସ୍ବଂୟ ସହାୟକ ଗୋଷ୍ଠୀ, ଟିଜି ସ୍ବୀକୃତି ଟ୍ରାନ୍ସଜେଣ୍ଡର ଗ୍ରୁପଙ୍କ ଦ୍ବାରା ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଇଛି । ଏହାବ୍ୟତୀତ ମହାମାରୀ ସ୍ଥିତ ସ୍ବାଭାବିକ ହୋଇଥିବାରୁ ଟ୍ରେଡ ଲାଇସେନ୍ସ ଅନଲାଇନରେ ଆଦାୟ କରାଯିବା ନେଇ ବିଭିନ୍ନ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି । ଖୁବଶୀଘ୍ର ଅନଲାଇନ ମାଧ୍ୟମରେ ହୋଲ୍ଡିଂ ଟ୍ୟାକ୍ସ ଏସଏଚଜିଙ୍କ ଦ୍ବାରା ବସୁଲ କରାଯିବ ।

ବିଏମସି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ସାଧାରଣତଃ କୌଣସି ଆର୍ଥିକ ବର୍ଷର ଶେଷ ମାସରେ ସର୍ବାଧିକ ଟିକସ ଆଦାୟ କରାଯାଇଥାଏ । କିନ୍ତୁ 2019-20 ଆର୍ଥିକ ବର୍ଷର ଶେଷ ଦୁଇଟି ସପ୍ତାହରେ ତାଲାବନ୍ଦ କାରଣରୁ ଏହା ପ୍ରଭାବିତ ହୋଇଥିଲା । ଯେଉଁଥି ପାଇଁ ବିଏମସି ଟିକସ ଆଦାୟରେ ବାଧକ ସୃଷ୍ଟି ହୋଇଛି । ଜାନୁୟାରୀ ମାସରେ ରାଜସ୍ବ ଆଦାୟକୁ ଜୋରଦାର କରାଯାଇଥିଲେ ମଧ୍ୟ ମାର୍ଚ୍ଚ ଶେଷ ସପ୍ତାହରେ ରାଜସ୍ବ ଆଦାୟ ଠିକଠାକ୍ ହେବ ବୋଲି ବିଏମସି କର୍ତ୍ତୃପକ୍ଷ ଆଶା ବାନ୍ଧିଛନ୍ତି ।

ଅନ୍ୟପଟେ ଭୁବନେଶ୍ବର ମହାନଗର ନିଗମର ଟିକସ ଆଦାୟ ଯୁକ୍ତିକୁ ସହଜରେ ଗ୍ରହଣ କରିନାହାନ୍ତି ରାଜଧାନୀରେ ବରିଷ୍ଠ ନାଗରିକ । ସେମାନଙ୍କ ଯୁକ୍ତି ଯେ ବିଏସି ମନଇଚ୍ଛା ଟିକସ ବଢାଉଛି ଓ ଆଦାୟ କରୁଛି । ଯାହା ସମ୍ପୂର୍ଣ୍ଣ ଅମୂଳକ । ସ୍ମାର୍ଟସିଟିରେ ଅତ୍ୟାବଶ୍ୟକ ସେବା ଯୋଗାଇବାରେ ବିଏମସି ବିଫଳ । ଲୋକଙ୍କ ସଠିକ ସୁବିଧା ମୁତାବକ ସେବା ଯୋଗାଉନାହିଁ । ଏହାର ଅନେକ ଦୃଷ୍ଟାନ୍ତ ରହିଛି । ବିଏମସିର ନିଜ ଅପାରଗତା ପାଇଁ 2019-20 ଆର୍ଥିକ ବର୍ଷରେ ଟିକସ ଆଦାୟ ଠିକ ଭାବେ ହୋଇପାରିଲା ନାହିଁ ବୋଲି ଭୁବନେଶ୍ବରର ନାଗରିକ ମତ ବାଢିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 19, 2021, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.