ETV Bharat / city

ବ୍ରହ୍ମପୁର ସହରରେ କୃତ୍ରିମ ବନ୍ୟା, ସ୍କୁଲରେ ଫସିଲେ ଛାତ୍ରଛାତ୍ରୀ

author img

By

Published : Aug 21, 2019, 10:13 AM IST

କିଛି ଦିନ ହେବ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ଏଥିରୁ ବାଦ ପଡିନି ରେଶମ ସହର ବ୍ରହ୍ମପୁର । ଏଠାରେ ପ୍ରାୟ ଦେଢ ଘଣ୍ଟାର ବର୍ଷାରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଲୋକେ ପ୍ରଭାବିତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଦେଢ ଘଣ୍ଟାର ବର୍ଷାରେ ରେଶମ ସହର ବ୍ରହ୍ମପୁରରେ କୃତ୍ରିମ ବନ୍ୟା ପରିସ୍ଥିତି। ଏପରିକି ସହରର ପ୍ରମୁଖ ସ୍ଥାନ କୁହାଯାଉଥିବା ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ଆଣ୍ଠୁଏ ପାଣି ଜମିଥିବା ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସେହିପରି ସହରର ସିଟି ହାଇସ୍କୁଲ ପରିସରରେ ନାଳ ନର୍ଦ୍ଦମାର ପାଣି ଶ୍ରେଣୀ କକ୍ଷ ମଧ୍ୟକୁ ପଶି ଯାଇଥିବାରୁ ବିଦ୍ୟାଳୟରେ ଶିକ୍ଷାଦାନ ଏକ ପ୍ରକାର ପ୍ରଭାବିତ ହୋଇଛି। ଯାହାକୁ ନେଇ ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଜନସାଧାରଣ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

ଏପରିକି ବିଦ୍ୟାଳୟରେ ପାଣି ପଶିଯିବାରୁ ବିଦ୍ୟାର୍ଥୀ ମାନେ ନିଜ ନିଜର ଶ୍ରେଣୀ କକ୍ଷରେ ଥିବା ଟେବୁଲ ଓ ଚେୟାର ଉପରେ ଆଶ୍ରୟ ନେଇଥିବା ବେଳେ ଏଥିରୁ ବାଦ ପଡ଼ିନଥିଲେ ଶିକ୍ଷକ ଶିକ୍ଷୟତ୍ରୀ ।

ବର୍ଷ ବର୍ଷ ଧରି ସାମାନ୍ୟ ବର୍ଷାରେ ଏଭଳି ପରିସ୍ଥିତି ଉପୁଜୁଥିବାରୁ ଏଥିପ୍ରତି ମହାନଗର ନିଗମ ଏବଂ ସରକାରଙ୍କ ପକ୍ଷରୁ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ଅନ୍ୟପଟେ ସହରରେ ରହିଥିବା ପ୍ରମୁଖ ନାଳନର୍ଦ୍ଦମା ଗୁଡିକରେ,ସାଧାରଣତଃ ଯେତିକି ଜଳ ପ୍ରଭାବିତ ହେବା କଥା ବର୍ଷାରେ ତାହା ଠାରୁ ଅଧିକ କ୍ଷମତା ବର୍ଷା ହେବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା କହିଛନ୍ତି ମହାନଗର ନିଗମର କମିଶନର ।

ତେବେ ବର୍ଷ ବର୍ଷ ଧରି ବ୍ରହ୍ମପୁର ମହାନଗର ନିଗମରେ କୃତିମ ବନ୍ୟା ପରିସ୍ଥିତି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:କୃତ୍ରିମ ବନ୍ୟା ର ଭିଜୁଆଲConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.