ETV Bharat / city

ଆସନ୍ତା ଜାନୁଆରୀ 8ରେ ଦେଶବ୍ୟାପୀ ଗର୍ଜିବ ଟ୍ରେଡ ୟୁନିଅନ

author img

By

Published : Dec 20, 2019, 9:44 PM IST

ଗତ କିଛି ଦିନ ମଧ୍ୟରେ ଦେଶର ଶ୍ରମିକ ଓ କର୍ମଚାରୀଙ୍କ ଉପରେ ଜୁଲମ ବଢୁଥିବା ପରିଲକ୍ଷିତ ହେଉଛି । ତେବେ ସରକାରଙ୍କ ଭୁଲ ନୀତି ବିରୋଧରେ ଆସନ୍ତା ଜାନୁଆରୀ 8ରେ ସର୍ବ ଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି ।

trade unions of india, protest by trade unions, trade union protest on 8th january, ଜାନୁଆରୀ 8ରେ ଟ୍ରେଡ ୟୁନିୟନର ଧର୍ମଘଟ, ଭାରତର ଟ୍ରେଡ ୟୁନିୟନ, ଟ୍ରେଡ ୟୁନିୟର ଧର୍ମଘଟ
ଆସନ୍ତା ଜାନୁଆରୀ 8ରେ ଦେଶବ୍ୟାପୀ ଗର୍ଜିବ ଟ୍ରେଡ ୟୁନିଅନ

ବ୍ରହ୍ମପୁର: ଗତ କିଛି ଦିନ ମଧ୍ୟରେ ଦେଶର ଶ୍ରମିକ ଓ କର୍ମଚାରୀଙ୍କ ଉପରେ ଜୁଲମ ବଢୁଥିବା ପରିଲକ୍ଷିତ ହେଉଛି । ଶ୍ରମିକମାନଙ୍କ ଉପରେ ଆକ୍ରମଣ ହେଉଛି ଏବଂ ସର୍ବନିମ୍ନ ମଜୁରୀ ବୃଦ୍ଧି ମଧ୍ୟ ହେଉନି । ଏନେଇ ସରକାର ବାରମ୍ବାର ଭୂଆଁ ବୁଲାଉଛନ୍ତି । ତେବେ ସରକାରଙ୍କ ଭୁଲ ନୀତି ବିରୋଧରେ ଆସନ୍ତା ଜାନୁଆରୀ 8ରେ ସର୍ବ ଭାରତୀୟ ଧର୍ମଘଟ ଡାକରା ଦେଇଛି ଟ୍ରେଡ ୟୁନିଅନ ।

ଆସନ୍ତା ଜାନୁଆରୀ 8ରେ ଦେଶବ୍ୟାପୀ ଗର୍ଜିବ ଟ୍ରେଡ ୟୁନିଅନ

ଏଭଳିକି କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଆର୍ଥିକ ନୀତି, କର୍ପୋରେଟଙ୍କ ସ୍ଵାର୍ଥରେ ଶ୍ରମ ଆଇନ ଉପରେ ଆକ୍ରମଣ ନେଇ ଦେଶର ପ୍ରମୁଖ ଶ୍ରମିକ ସଙ୍ଗଠନମାନଙ୍କ ପକ୍ଷରୁ ହେବାକୁ ଥିବା ଏହି ଧର୍ମଘଟରେ ସରକାରଙ୍କ ଉପରେ ଚାପ ପକାଇବେ ଦେଶର ବିଭିନ୍ନ ଟ୍ରେଡ ୟୁନିଅନ ।

ଏହି ଅବସରରେ ବ୍ରହ୍ମପୁର ସହରରେ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ପରିସରରେ ଆୟୋଜିତ ଶ୍ରମିକ ଓ କର୍ମଚାରୀଙ୍କ କନଭେନସନ କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଓ ରାୟଗଡା ପରି ଦକ୍ଷିଣ ଓଡିଶାର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

କନଭେନସନରେ ଯୋଗ ଦେଇ ହେବାକୁ ଥିବା ଧର୍ମଘଟକୁ ସଫଳ କରି କିଭଳି ସେହି ଦିନ ସମସ୍ତ ସ୍ଥାନରେ ରେଳ ରୋକଠାରୁ ଆରମ୍ଭ କରି ଧର୍ମଘଟକୁ ସଫଳ କରାଯିବ ସେନେଇ ଆଲୋଚନା କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗତ କିଛି ଦିନ ମଧ୍ୟରେ ଦେଶର ଅନେକ ଶ୍ରମିକ ଓ କର୍ମଚାରୀ ଙ୍କ ଉପରେ ଆକ୍ରମଣ କରାଯିବା ସହ ଦେଶରେ ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା ,ଦେଶର ଅର୍ଥନୀତି ସଙ୍କଟ ହୋଇଛି ସରକାର ଙ୍କ ଭୁଲ ନୀତିକୁ ନେଇ ଆସନ୍ତା ଜାନୁୟାରୀ ୮ ରେ ସର୍ବ ଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି ।ଏଭଳି କେନ୍ଦ୍ରର ମୋଦି ସରକାର ର ଜନ ବିରୋଧୀ ଆର୍ଥିକ ନୀତି, କର୍ପୋରେଟ ଙ୍କ ସ୍ଵାର୍ଥରେ ଶ୍ରମ ଆଇନ ଉପରେ ଆକ୍ରମଣ ନେଇ ଦେଶର ପ୍ରମୁଖ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଏହି ଧର୍ମଘଟ ରେ ସରକାର ଙ୍କ ଉପରେ ଚାପ ପକାଇବ ଦେଶର ବିଭିନ୍ନ ଟ୍ରେଡ ୟୁନିଅନସ୍ ।
ଏହି ଅବସରରେ ବ୍ରହ୍ମପୁର ସହରରେ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ପରିସରରେ ଆୟୋଜିତ ଶ୍ରମିକ ଓ କର୍ମଚାରୀ ଙ୍କ କନଭେନସନ୍ କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଓ ରାୟଗଡା ପରି ଦକ୍ଷିଣ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀ ପ୍ରତିନିଧି ମାନେ ଯୋଗ ଦେଇ ଉକ୍ତ ଧର୍ମଘଟ କୁ ସଫଳ କରି କିଭଳି ଉକ୍ତଦିନ ସମସ୍ତ ସ୍ଥାନରେ ରେଳରୋକ ଠାରୁ ଆରମ୍ଭ କରାଯାଇ ଧର୍ମଘଟ କୁ ସଫଳ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।
Body:ବାଇଟ୍-ଭାଲଚନ୍ଦ୍ର ଷଡଙ୍ଗୀ(କର୍ମକର୍ତ୍ତା,ଟ୍ରେଡ ୟୁନିଅନ)
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..


*ଭିଜୁଆଲ ମୋଜୋରେ ଯାଇଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.