ETV Bharat / city

ଗୋପାଳପୁର ବିଧାୟକଙ୍କ ବିରୋଧରେ ଏସପିଙ୍କ ଦ୍ବାରସ୍ଥ ହେଲା ଗଞ୍ଜାମ ବିଜେପି

author img

By

Published : Nov 29, 2020, 10:05 PM IST

ଗୋପାଳପୁର ବିଧାୟକ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ଏହାକୁ ନେଇ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରିବା ସହ ଏକ ଦାବିପତ୍ର ଦେଇଛି ଗଞ୍ଜାମ ଜିଲ୍ଲା ବିଜେପି। ଅଧିକ ପଢ଼ନ୍ତୁ...

ଗୋପାଳପୁର ବିଧାୟକଙ୍କ ବିରୋଧରେ ଏସପିଙ୍କ ଦ୍ବାରସ୍ଥ ହେଲା ଗଞ୍ଜାମ ବିଜେପି
ଗୋପାଳପୁର ବିଧାୟକଙ୍କ ବିରୋଧରେ ଏସପିଙ୍କ ଦ୍ବାରସ୍ଥ ହେଲା ଗଞ୍ଜାମ ବିଜେପି

ବ୍ରହ୍ମପୁର: ଗୋପାଳପୁର ବିଧାୟକ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ଏହାକୁ ନେଇ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରିବା ସହ ଏକ ଦାବିପତ୍ର ଦେଇଛି ଗଞ୍ଜାମ ଜିଲ୍ଲା ବିଜେପି। ଆୟ ବହିର୍ଭୁତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଆଇଏଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ କରିଛି ବିଜେପି।

ଗୋପାଳପୁର ବିଧାୟକଙ୍କ ବିରୋଧରେ ଏସପିଙ୍କ ଦ୍ବାରସ୍ଥ ହେଲା ଗଞ୍ଜାମ ବିଜେପି
ଗୋପାଳପୁର ବିଧାୟକଙ୍କ ବିରୋଧରେ ଏସପିଙ୍କ ଦ୍ବାରସ୍ଥ ହେଲା ଗଞ୍ଜାମ ବିଜେପି

ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଜେନାଙ୍କ ନେତୃତ୍ବରେ ଏସପିଙ୍କୁ ଏହି ଦାବି ପତ୍ର ପ୍ରଦାନ କରାଯାଇଛି। ଏଥିରେ ବିଜେପି କର୍ମକର୍ତ୍ତମାନେ ସାମିଲ ହୋଇ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଟଣାକୁ ନେଇ ପ୍ରତିବାଦ ମଧ୍ୟ କରିଥିଲେ। ଗୋପାଳପୁର ବିଧାୟକ ବିଭିନ୍ନ ଦୁର୍ନୀତିରେ ସାମିଲ ରହିଥିବା ନେଇ ଅଭିଯୋଗ କରିଛି ବିଜେପି। ଏହା ବହୁ ବେକାର ଯୁବକଯୁବତୀଙ୍କଠାରୁ ଟାଟା କମ୍ପାନୀରେ ନିଯୁକ୍ତି ଦେବା ନାଁରେ ଲକ୍ଷଲକ୍ଷ ଟଙ୍କା ଲୁଟି ନେଇଛନ୍ତି ବିଧାୟକ। ମୋଟ ୬୮ ଜଣ ଏହି ଠକେଇର ଶିକାର ହୋଇଛନ୍ତି। ଯୁବକଙ୍କୁ ପାଟି ନଖୋଲିବାକୁ ଧମକ ଦିଆଯାଉଥିବା ଅଭିଯୋଗ କରିଛି ବିଜେପି। ଏଥିପାଇଁ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ବିଜେପି।

ଆୟ ବହିର୍ଭୁତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଆଇଏଏସ ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅକୁ ବିବାହ କରିଥାନ୍ତେ ଆକାଶ ପାଠକ। ଏଥିରେ ବିଧାୟକ ମଧ୍ୟ ସାମିଲ ଥିବା ଅଭିଯୋଗରେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ଆକାଶ ପାଠକ ବିଭିନ୍ନ ଯୁବକଙ୍କୁ ଟାଟା କମ୍ପାନୀରେ ଚାକିରି କରାଇ ଦେବା ଆଳରେ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏଥିରେ ବିଧାୟକ ମଧ୍ୟ ସାମିଲ ଥିବା ନେଇ ଅଭିଯୋଗ ହୋଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.