ETV Bharat / city

ହୁ ହୁ ହୋଇ ବଢୁଛି ଆଳୁ ପିଆଜ ଦର, ଚିନ୍ତାରେ ଖାଉଟି

author img

By

Published : Oct 31, 2020, 5:53 PM IST

ଗତକିଛି ଦିନ ମଧ୍ୟରେ ଦକ୍ଷିଣ ଓଡିଶାର ପ୍ରମୁଖ ବ୍ୟବସାୟୀକସ୍ଥଳ କୁହାଯାଉଥିବା ବ୍ରହ୍ମପୁର ସହରରେ ହୁ ହୁ ହୋଇ ବଢୁଛି ଆଳୁ , ପିଆଜ ଦର । ଲକଡାଉନ ଏବଂ ସଟଡାଉନ ପରେ ସହରରେ ଏଭଳି ସାଧାରଣତଃ ଖାଦ୍ୟ ପାଇଁ ଆବଶ୍ୟକତା ରହିଥିବା ଆଳୁ ଓ ପିଆଜ ଦର ବୃଦ୍ଧି ହେବା ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଅଧିକ ପଢନ୍ତୁ..

ହୁ ହୁ ହୋଇ ବଢୁଛି ଆଳୁ ପିଆଜ ଦର, ଚିନ୍ତାରେ ଖାଉଟି
ହୁ ହୁ ହୋଇ ବଢୁଛି ଆଳୁ ପିଆଜ ଦର, ଚିନ୍ତାରେ ଖାଉଟି

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ପ୍ରମୁଖ ବ୍ୟବସାୟୀକ ସ୍ଥଳ କୁହାଯାଉଥିବା ବ୍ରହ୍ମପୁର ସହରରେ ହୁ ହୁ ହୋଇ ବଢୁଛି ଆଳୁ ଓ ପିଆଜ ଦର । ପିଆଜ ଦର କିଲୋ ପ୍ରତି ୭୦ ରୁ ୮୦ ଟଙ୍କାରେ ପହଞ୍ଚିଥିବା ବେଳେ ଆଳୁ ଦର କିଲୋଗ୍ରାମ୍ ପ୍ରତି ରହିଛି ୩୫ ରୁ ୪୦ ଟଙ୍କା । ମୁଖ୍ୟତଃ ଅନେକ ପରିବାରରେ ଆଳୁ ବିନା ତରକାରୀ ହେଉଥିବା ବେଳେ ଗରିବ ପରିବାରର ସାହା ଭରସା ରହିଥିବା ପିଆଜ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଯାହାକୁ ନେଇ କୁହାଯାଉଛି ପିଆଜ କାଟିବା ବେଳେ ନୁହେଁ ବରଂ କିଣିବା ବେଳେ ଆଖିରୁ ଲୁହ ବାହାରୁଛି ।

ହୁ ହୁ ହୋଇ ବଢୁଛି ଆଳୁ ପିଆଜ ଦର, ଚିନ୍ତାରେ ଖାଉଟି

ସେପଟେ ଖୁଚୁରା ବ୍ୟବସାୟୀଙ୍କ କହିବା କଥା ଆଳୁ ଏବଂ ପିଆଜ ବସ୍ତାରେ ଅନେକ ଖରାପ ଆଳୁ ଓ ପିଆଜ ବାହାରୁଛି । ବସ୍ତା ପ୍ରତି ଦରରେ ଯାହା କ୍ରୟ କରୁଛନ୍ତି ସେଥିରେ କିଛି ଲାଭ ରଖି ବିକ୍ରି କରୁଛନ୍ତି । ଅନ୍ୟପଟେ ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ଏହାରି ପୂର୍ବରୁ ଏଭଳି ଆଳୁ ଓ ପିଆଜ ଦର ବୃଦ୍ଧି ସାଙ୍ଗକୁ ପନିପରିବା ଦର କଥା ନକହିବା ଭଲ ।

ସେପଟେ ଆଗାମୀ ଦିନରେ ଦର ଆହୁରି ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ମୁଖ୍ୟତଃ ବ୍ରହ୍ମପୁର ସହରକୁ ପଶ୍ଚିମବଙ୍ଗରୁ ଆଳୁ ଆସୁଥିବାବେଳେ ମହାରାଷ୍ଟ୍ରର ଅହମ୍ମଦନଗର, ପୁନେ, ଔରାଙ୍ଗାବାଦ, ସାଲେପୁର, ନାସିକ ଏବଂ ମଧ୍ୟପ୍ରଦେଶର ଇନ୍ଦୋର, ଉଜୈନ ଅଞ୍ଚଳରୁ ପିଆଜ ଆମଦାନୀ ହେଉଛି । ସେପଟେ ପନିପରିବା ଠାରୁ ଆରମ୍ଭ କରି ଆଳୁ ପିଆଜ ଦର ବୃଦ୍ଧି ସହରବାସୀଙ୍କୁ ଚିନ୍ତାରେ ପକାଇଛି । ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିବା କହିଛନ୍ତି ବ୍ରହ୍ମପୁରର ଉପଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.