ETV Bharat / city

ପୋଲିସ ହୋଇ ମହିଳାଙ୍କଠାରୁ ଗହଣା ଲୁଟିଲେ ଦୁର୍ବୃତ୍ତ

author img

By

Published : Aug 2, 2019, 5:33 PM IST

ବ୍ରହ୍ମପୁର ଖାକି ବର୍ଦ୍ଦିରେ ପୋଲିସର ପରିଚୟ ଦେଇ ମହିଳାଙ୍କଠାରୁ ସୁନା ଗହଣା ଲୁଟ କଲେ ଦୁଇ ଦୁର୍ବୃତ୍ତ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ତଦନ୍ତ ଜାରି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ସହରରେ ଥମୁନି ଲୁଟପାଟ ଘଟଣା । ଖାକି ବର୍ଦ୍ଦିର ସାହାରା ନେଇ ସାଧାରଣ ଜନତାଙ୍କୁ ଲୁଟୁଛନ୍ତି ଲୁଟେରା । ଗତ କିଛି ମାସର ବ୍ୟବଧାନରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ପୋଲିସ ପରିଚୟ ଦେଇ ମହିଳାଙ୍କଠାରୁ ସୁନା ଗହଣା ଲୁଟି ନେବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ସମସ୍ତେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସହରର ମିଲିଟାରୀ ଲାଇନର ଭି.ଭି ସାରଦା ନାମକ ମହିଳା ମନ୍ଦିର ଯାଇ ଘରକୁ ଫେରୁଥିବା ବେଳେ ଦଳୁଆ ସାହି ନିକଟରେ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇଥିଲେ । ଯୁବକ ଦୁଇଜଣ ନିଜକୁ ପୋଲିସର ପରିଚୟ ଦେଇ ଏତେ ସୁନା ପିନ୍ଧିଛ କାହିଁକି ବୋଲି କହିବା ସହ ସୁନା ଅଳଙ୍କାରକୁ ବାହର କରି ବ୍ୟାଗରେ ରଖିବା ପାଇଁ କହିଥିଲେ । ନଶୁଣିଲେ ପୋଲିସ ପକ୍ଷରୁ ଜୋରିମାନା ଆଦାୟ କରାଯିବ ବୋଲି କହି ଭୟଭୀତ ମଧ୍ୟ କରାଇଥିଲେ ।

ମହିଳା ଜଣକ ଯୁବକଙ୍କ କଥାକୁ ବିଶ୍ବାସ କରି ସୁନା ଅଳଙ୍କାର କାଢି ଦେବା ପରେ ଦୁର୍ବୃତ୍ତମାନେ ଏହାକୁ ନେଇ ଚମ୍ପଟ ମାରିଥିଲେ। ଘଟଣା ପରେ ସହରର ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ବ୍ରହ୍ମପୁର ଏସପି ପିନାକ ମିଶ୍ର ପହଞ୍ଚି ଏହାକୁ ଅନୁଧ୍ୟାନ କରିବା ସହ ବିଭିନ୍ନ ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ପୋଲିସର ପରିଚୟ ଦେଇ କେହି ଭୟଭୀତ କରାଉଥିଲେ ସେଥିପ୍ରତି ସତର୍କ ରହିବାକୁ ବ୍ରହ୍ମପୁର ପୋଲିସ ପକ୍ଷରୁ ଆହ୍ବାନ କରାଯାଇଛି ।


ବ୍ରହ୍ମପୁର ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.