ETV Bharat / city

ଗାଳୁଛି ବର୍ଷା, ଭାସୁଛି ସହର

author img

By

Published : Sep 5, 2019, 8:12 PM IST

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ରେଶମ ନଗରୀ ବ୍ରହ୍ମପୁରରେ ବର୍ଷା ଲାଗି ରହିଥିବା ବେଳେ, ଏହାର ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା ।

ଗାଳୁଛି ବର୍ଷା, ଭାସୁଛି ସହର

ବ୍ରହ୍ମପୁର: ବର୍ଷାରେ ବେହାଲ ରେଶମ ନଗରୀ । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ବ୍ରହ୍ମପୁରରେ ବର୍ଷା ଲାଗି ରହିଥିବା ବେଳେ, ଏହାର ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା ।

ଏହାର ପ୍ରଭାବରେ କେଉଁଠି ମୁଖ୍ୟ ରାସ୍ତା ଉପରେ ପାଣି ଲହଡି ଭାଙ୍ଗୁଛି ତ ଆଉ କେଉଁ ଅଞ୍ଚଳରେ ବର୍ଷା ଯୋଗୁଁ ନାଳ ନର୍ଦ୍ଦମାର ପାଣି ଘରେ ପଶିଲାଣି । ଯାତାୟତ ପାଇଁ ବିଭିନ୍ନ ସାହିର ମୁଖ୍ୟ ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟତରେ ନାନା ସମସ୍ୟା ସୃଷ୍ଟି ହୋଇଛି।

ତେବେ ଏ ସମସ୍ୟା ଦିନେ କିମ୍ବା ଦୁଇ ଦିନର ନୁହିଁ । ବର୍ଷ ବର୍ଷ ଧରି ଲାଗି ରହିଛି ଏହି ସମସ୍ୟା । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ସହରରେ ବର୍ଷା ଲାଗି ରହିଛି । ତେବେ ଏହାର ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଜଳମଗ୍ନ ପରିବେଶ । ସହରର ଇଞ୍ଜିନିୟରିଂ ସ୍କୁଲ ରାସ୍ତା, ଗାନ୍ଧୀନଗର ରାସ୍ତା ଭଳି ପ୍ରମୁଖ ରାସ୍ତା ଏବଂ ବିଭିନ୍ନ ସାହିର ମୁଖ୍ୟ ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟତରେ ନାନା ସମସ୍ୟା ସୃଷ୍ଟି ହୋଇଛି।

କେବଳ ମୁଖ୍ୟ ରାସ୍ତା ନୁହେଁ ସହରର ସମସ୍ତ ପ୍ରମୁଖ ଅଞ୍ଚଳରେ ମଧ୍ୟ ଜମି ରହିଛି ପାଣି । ସାମାନ୍ୟ ବର୍ଷାରେ ସହରର ଗଜପତି ନଗର ଏବଂ ନୀଳାଞ୍ଚଳନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ମଧ୍ୟ ନକହିବା ଭଲ।

ସେହିପରି ଏଇ ଦୃଶ୍ୟ ହେଉଛି ମହାନଗର ନିଗମର 6 ନମ୍ବର ୱାର୍ଡ ଅନ୍ତର୍ଗତ ଭବାନୀ ନଗର ଅଞ୍ଚଳର । ଏପରିକି ଜୟପ୍ରକାଶ ନଗରରେ ପାଣି ନିଷ୍ପାସନ ବ୍ୟବସ୍ଥା ସଠିକ୍ ଭାବରେ ନଥିବା ଯୋଗୁଁ ଏଠାରେ ରହିଥିବା କାର ଠାରୁ ଆରମ୍ଭ କରି ମୋଟର ସାଇକେଲ ପାଣିରେ ଦୀର୍ଘ ସମୟ ଧରି ବୁଡି ରହିଥିଲା । ଯେଉଁ କାରଣରୁ ମୋଟର ଲଗାଇ ପାଣିକୁ ନିଷ୍କାସନ କରିବାକୁ ଲାଗିପଡିଥିଲେ ସହରବାସୀ ।

ସେପଟେ ହିଲପାଟନା ଠାରୁ ନିଳାଦ୍ରୀ ବିହାର ପର୍ଯ୍ୟନ୍ତ ସବୁଠି ଜଳମଗ୍ନ । ଯାହାର ବାସ୍ତବ ଚିତ୍ରକୁ ଇଟିଭି ଭାରତ କ୍ୟାମେରାରେ କଏଦ କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି।

ବର୍ଷାରେ ଉବୁଟୁବୁ ରେଶମ ନଗରୀ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:()ବଙ୍ଗୋପସାଗର ରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଗତକାଲି ରାତ୍ର ସମୟରୁ ବ୍ରହ୍ମପୁର ସହରରେ ବର୍ଷା ଲାଗି ରହିଥିବା ବେଳେ ଏହାର ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା । କେଉଁଠି ମୁଖ୍ୟ ରାସ୍ତା ଉପରେ ପାଣି ଲହଡି ଭାଙ୍ଗୁଛି ତ ଆଉ କେଉଁ ଅଞ୍ଚଳରେ ବର୍ଷା ଯୋଗୁଁ ନାଳ ନର୍ଦ୍ଧମାର ପାଣି ଘରେ ପଶିଲାଣି । ଯାତାୟତ ପାଇଁ ବିଭିନ୍ନ ସାହିର ମୁଖ୍ୟ ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟତରେ ନାନା ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏଭଳି ସାମାନ୍ୟ ବର୍ଷାରେ ସହରର କିଛି ରହିଛି ଚିତ୍ର ତାହାକୁ ଇଟିଭି ଭାରତ କ୍ୟାମେରା ଲେନ୍ସରେ କଏଦ କରାଯାଇଥିଲା ଏଭଳି ଚିତ୍ର ।

Body:()ବ୍ରହ୍ମପୁର ସହରରେ ସାମାନ୍ୟ ବର୍ଷା ହେଲେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ କୃତ୍ରିମ ବନ୍ୟା ପରିସ୍ଥିତି । କେଉଁଠି ମୁଖ୍ୟ ରାସ୍ତାରେ ବର୍ଷା ପାଣି ଲହଡି ଭାଙ୍ଗିଥାଏ ତ ଆଉ କେଉଁଠି ବିଭିନ୍ନ ଅଞ୍ଚଳକୁ ଯାତାୟତ ପାଇଁ ରହିଥିବା ପ୍ରମୁଖ ରାସ୍ତା ଉପରେ ଚାଲିଥାଏ ଆଣ୍ଠୁଏ ଉଚ୍ଚତାରେ ନାଳ ନର୍ଦ୍ଧମାର ପାଣି । ଆଉ ଏଭଳି ଚିତ୍ର ଦିନେ କି ଦୁଇ ଦିନର ନୁହିଁ । ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ବଙ୍ଗୋପସାଗର ରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଗତକାଲି ରାତ୍ର ସମୟରୁ ସହରରେ ବର୍ଷା ଲାଗି ରହିଥିବା ବର୍ଷାର ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଜଳମଗ୍ନ ପରିବେଶ । ସହରର ଇଞ୍ଜିନିୟରିଙ୍ଗ୍ ସ୍କୁଲ ରାସ୍ତା , ଗାନ୍ଧିନଗର ରାସ୍ତା ଭଳି ପ୍ରମୁଖ ରାସ୍ତା ଏବଂ ବିଭିନ୍ନ ସାହିର ମୁଖ୍ୟ ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟତରେ ନାନା ସମସ୍ୟା ସୃଷ୍ଟି ହୋଇଥିଲା । ଏଭଳି ପାଣି ଜମି ରହିଥିବାରୁ ଅନେକ ସମସ୍ୟା ମଧ୍ୟରେ ଯାତାୟତ କରିଥିଲେ ଅଞ୍ଚଳବାସିନ୍ଦା ।
ବାଇଟ୍-ତିରୁପତି ପାତ୍ର (ବ୍ରହ୍ମପୁର ବାସିନ୍ଦା)
ବାଇଟ୍-ଅଜିତ କୁମାର ପରିଡା (ବ୍ରହ୍ମପୁର ବାସିନ୍ଦା)
()କେବଳ ମୁଖ୍ୟ ରାସ୍ତା ନୁହଁ ..ସହରର ସମସ୍ତ ପ୍ରମୁଖ ଅଞ୍ଚଳରେ ମଧ୍ୟ ଜମିରହିଥିଲା ପାଣି । ସାମାନ୍ୟ ବର୍ଷାରେ ଇଏ ହେଉଛି ସହରର ଗଜପତି ନଗର ଏବଂ ନୀଳାଞ୍ଚଳନଗର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବସ୍ଥା ଯାହାକି ନକହିବା ଭଲ । ଏଇ ଦୃଶ୍ୟ ହେଉଛି ମହାନଗର ନିଗମର ୱାର୍ଡ ନଂ ୬ ଅନ୍ତର୍ଗତ ଭବାନୀ ନଗର ଅଞ୍ଚଳର ।ଏପରିକି ଜୟପ୍ରକାଶ ନଗରରେ ପାଣି ନିଷ୍ପାସନ ବ୍ୟବସ୍ଥା ସଠିକ୍ ଭାବରେ ନଥିବା ଯୋଗୁଁ ଏଠାରେ ରହିଥିବା କାର ଠାରୁ ଆରମ୍ଭ କରି ମୋଟର ସାଇକେଲ ଗୁଡିକ ପାଣିରେ ଦୀର୍ଘ ସମୟ ଧରି ବୁଡି ରହିଥିଲା । ଯେଉଁଥି ପାଇଁ ମୋଟର ଲଗାଇ ପାଣିକୁ ନିଷ୍କାସନ କରିବାକୁ ଲାଗିପଡିଥିଲେ ସମସ୍ତେ । ସେପଟେ ହିଲପାଟନା ଠାରୁ ଆରମ୍ଭ ନିଳାଦ୍ରୀ ବିହାର ପର୍ଯ୍ୟନ୍ତ ସବୁଠି ଖାଲି ପାଣି ଜମି ରହିଥିବା ବେଳେ ସହରର ଏଭଳି ବାସ୍ତବ ଚିତ୍ରକୁ ଇଟିଭି ଭାରତ କ୍ୟାମେରା ଲେନ୍ସରେ କରାଯାଇଥିଲା କଏଦ ।ସେପଟେ ନିଗମର କମିଶନର କେତେକ ସ୍ଥାନକୁ ଯାଇ ସେଠାକର ସମସ୍ୟାକୁ ଅନୁଧ୍ୟାନ କରିଛନ୍ତି ।
ବାଇଟ୍-ଦୁର୍ଗାମାଧବ ମିଶ୍ର(ବ୍ରହ୍ମପୁର ବାସିନ୍ଦା)
ବାଇଟ୍-ଚକ୍ରୱତି ସିଂ ରାଠୋର(କମିଶନର-ବ୍ରହ୍ମପୁର ମହାନଗର ନିଗମ)
Conclusion:
()ବ୍ରହ୍ମପୁର ସହରର ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଥିବା ବେଳେ ତାହା କେବେ ସମାଧାନ ହେଉଛି ତାହାକୁ ସମସ୍ତଙ୍କ ଅପେକ୍ଷା
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ବି.ଦ୍ର-ଭିଜୁଆଲ ଏବଂ ବାଇଟ୍ କୁ ଭି.ଓ ଦେବା ସହିତ ଏଡିଟିଙ୍ଗ୍ କରି ପଠାଇଛି ।ଏହାକୁ ବ୍ୟବହାର କରିବାକୁ ଅନୁରୋଧ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.