ETV Bharat / city

ବ୍ରହ୍ମପୁର ସରକାରୀ ଆଇଟିଆଇରେ 22 ଫୁଟର ବନିଶି କଣ୍ଟା, ଗିନିଜ୍‌ ବୁକରେ ସ୍ଥାନ ପାଇବାକୁ ଆଶା

author img

By

Published : Jan 6, 2020, 8:48 PM IST

ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବା ପଥରେ ବ୍ରହ୍ମପୁର ସରକାରୀ ଆଇଟିଆଇ । 22 ଫୁଟର ବନିଶି କଣ୍ଟା ତିଆରି କରି ଗିନିଜ୍‌ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ଲାଗି ଆଶା ରଖିଛି ଶିକ୍ଷାନୁଷ୍ଠାନ । ଅଧିକ ପଢନ୍ତୁ...

students creat fishing lure from waste metal
ବ୍ରହ୍ମପୁର ସରକାରୀ ଆଇଟିଆଇରେ 22 ଫୁଟର ବନିଶୀ କଣ୍ଟା, ଗିନିଜ୍‌ ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଆଶା

ବ୍ରହ୍ମପୁର: ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବା ପଥରେ ବ୍ରହ୍ମପୁର ସରକାରୀ ଆଇଟିଆଇ । 22 ଫୁଟର ବନିଶି କଣ୍ଟା ତିଆରି କରି ଗିନିଜ୍‌ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ଲାଗି ଆଶା ରଖିଛି ଶିକ୍ଷାନୁଷ୍ଠାନ । 40 ଦିନର ଅକ୍ଳାନ୍ତ ପରିଶ୍ରମ କରି ଏହି ବନିଶି କଣ୍ଟାକୁ ତିଆରି କରିଛନ୍ତି ଅଧ୍ୟୟନ ରତ ଛାତ୍ରଛାତ୍ରୀ । ଫିଟର, ୱେଲଡର,ପ୍ଳାମ୍ବର ଓ ଇଣ୍ଡଷ୍ଟ୍ରିଆଲ ପେଣ୍ଟର ବିଭାଗର ଛାତ୍ରଛାତ୍ରୀ ମିଳିତ ଭାବେ ଏହାକୁ ତିଆରି କରିଛନ୍ତି ।

ବ୍ରହ୍ମପୁର ସରକାରୀ ଆଇଟିଆଇରେ 22 ଫୁଟର ବନିଶୀ କଣ୍ଟା, ଗିନିଜ୍‌ ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଆଶା

ବନିଶି କଣ୍ଟାଟିର ଓଜର 400 କେଜି ହୋଇଥିବା ବେଳେ ଏହାକୁ ତିଆରି କରିବା ପାଇଁ 30 ରୁ 40 ଜଣ ଛାତ୍ରଛାତ୍ରୀ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । କଣ୍ଟାଟି ଆଇଟିଆଇର ପୁରୁଣା ହଷ୍ଟେଲର ଭଙ୍ଗା ଖାଡି ଓ ସିଟରେ ନିର୍ମିତ ହୋଇଛି । ପୂର୍ବରୁ ଗିନିଜ ବୁକରେ 10 ଫୁଟ ଓ ପରେ 15.6 ଫୁଟ ଉଚ୍ଚତା ବନିଶି କଣ୍ଟାର ରେକର୍ଡ ଥିବାବେଳେ 22 ଫୁଟର କଣ୍ଟା କରି ରେକର୍ଡ କରିବା ଲକ୍ଷ୍ୟରେ ରହିଛି ଆଇଟିଆଇ ।

ସେପଟେ ଏହି ବନିଶି ତିଆରି କରିଥିବାରୁ ସିଏମଓ ପକ୍ଷରୁ ଟ୍ବିଟ କରି ବ୍ରହ୍ମପୁର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:()ପୁଣି ଏକ ୱାଲର୍ଡ ରେକର୍ଡ ପାଇବା ଆଶାରେ ବ୍ରହ୍ମପୁର ସହରର ସରକାରୀ ଆଇ.ଟି.ଆଇ ଶିକ୍ଷାନୁଷ୍ଠାନ ।ସହରର ଏହି ଆଇ.ଟି.ଆଇ ଅନୁଷ୍ଠାନରେ ଅଧ୍ୟୟନରତ ବିଦ୍ୟାର୍ଥୀ ମାନେ ପ୍ରାୟ ଗତ 40 ଦିନ ପରିଶ୍ରମ କରି ଶିକ୍ଷାନୁଷ୍ଠାନ ପରିସରରେ ତିଆରି କରିପାରିଛନ୍ତି ୨୨ଫୁଟର ମାଛ ଧରିବାର ବଇଁଶି କଣ୍ଟା ।ଯାହାକି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏଠାକାର ଫିଟର , ୱେଲଡର,ପ୍ଳାମ୍ବର ଓ ଇଣ୍ଡଷ୍ଟିଆଲ ପେଇଣ୍ଟର ବିଭାଗର ଛାତ୍ରଛାତ୍ରୀମାନେ ମିଳିତ ଭାବରେ ଏହାକୁ ନିର୍ମାଣ କରିଥିବା ବେଳେ ଗିନିସ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବାର ଆଶା ରଖାଯାଇଛି ।
ବାଇଟ୍-ଅବନୀ କୁମାର ଦଳେଇ(ଶିକ୍ଷକ,ସରକାରୀ ଆଇଟିଆଇ)
ବାଇଟ୍-ଗୋପିନାଥ ଗୈଡ(ବିଦ୍ୟାର୍ଥୀ,ସରକାରୀ ଆଇଟିଆଇ)
ବାଇଟ୍-କାମେଶ୍ବର ବେହେରା(ବିଦ୍ୟାର୍ଥୀ,ସରକାରୀ ଆଇଟିଆଇ)
()-ମୁଖ୍ୟତଃ ଏହି ବଇଁଶି କଣ୍ଟାର ଓଜନ ୪୦୦ କେ.ଜି ହୋଇଥିବା ବେଳେ ଏହାକୁ ତିଆରି କରିବା ପାଇଁ 30 ରୁ 40 ଜଣ ଛାତ୍ରଛାତ୍ରୀ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ଏହି କଣ୍ଟାଟି ଆଇଟିଆଇର ପୁରୁଣା ହଷ୍ଟେଲର ଭଙ୍ଗା ଖାଡି ଓ ସିଟରେ ନିର୍ମିତ ହୋଇଛି । ପୂର୍ବରୁ 2010 ମସିହାରେ ୧୦ ଫୁଟର ଏବଂ 2013ମସିହାରେ ୧୫.୬ ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ବଂଶିକଣ୍ଟା ନିର୍ମିତ ହୋଇଥିବା ବେଳେ ଶେଷରେ ଉକ୍ତ ପୂର୍ବ ରେକର୍ଡ କୁ ଭାଙ୍ଗି ବିଦ୍ୟାର୍ଥୀ ମାନେ ଏଭଳି ନୂତନ କାର୍ଯ୍ୟ କରିବାକୁ ନିଷ୍ଷତ୍ତି ନେଇଥିଲେ ।
ବାଇଟ୍-ପୂର୍ଣ୍ଣଚନ୍ଦ୍ର ସାମନ୍ତରା((ବିଦ୍ୟାର୍ଥୀ,ସରକାରୀ ଆଇଟିଆଇ)
ବାଇଟ୍-ଡ.ରଜତ କୁମାର ପାଣିଗ୍ରାହୀ( ଅଧ୍ୟକ୍ଷ,ସରକାରୀ ଆଇଟିଆଇ)
Body:()-ବିଭିନ୍ନ ପ୍ରକାର ସ୍କାର୍ପ ମେଟେରିଆଲ୍ କୁ ନେଇ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ କରି ରାଜ୍ୟରେ ଏକ ଉଦାହରଣ ସୃଷ୍ଟି କରିଥିବା ବ୍ରହ୍ମପୁର ସରକାରୀ ଆଇ.ଟି.ଆଇ ର ୨୨ ଫୁଟର ବଇଁଶି କଣ୍ଟା କରି ପୁଣି ଏକ ରେକର୍ଡ କରିଥିବା ବେଳେ ବିଦ୍ୟାର୍ଥୀ ଙ୍କ ଏଭଳି ସଫଳତା କୁ ନେଇ ଟ୍ୟୁଇଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.