ETV Bharat / city

ଗଞ୍ଜାମରେ ବିଦେଶ ଫେରନ୍ତାଙ୍କୁ କ୍ବାରେଣ୍ଟାଇନ ପରେ ବି ଘରେ ରହିବାକୁ ନିର୍ଦ୍ଦେଶ

author img

By

Published : Apr 10, 2020, 5:28 PM IST

କୋରୋନା ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଜିଲାକୁ ଫେରିଥିବା ବିଦେଶ ଏବଂ ବିଭିନ୍ନ ପୋଡଶୀ ରାଜ୍ୟ ଫେରନ୍ତାଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ସେମାନଙ୍କ ଅବଧି ଶେଷ ହୋଇଥିଲେ ମଧ୍ୟ ଲକଡାଉନ୍ ଯୋଗୁଁ ଘରେ ରହିବାକୁ ଜିଲ୍ଲା ପ୍ରଶାସନର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

foreigners-returns-of-ganjam-ordered-to-remain-at-home-even-after-the-end-of-their-home-quarantine
ଗଞ୍ଜାମରେ ବିଦେଶ ଫେରନ୍ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ ଶେଷ ପରେ ମଧ୍ୟ ଘରେ ରହିବାକୁ ନିର୍ଦ୍ଦେଶ

ବ୍ରହ୍ମପୁର: କୋରୋନା ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଜିଲ୍ଲାକୁ ଫେରିଥିବା ବିଦେଶ ଏବଂ ବିଭିନ୍ନ ପଡୋଶୀ ରାଜ୍ୟ ଫେରନ୍ତାଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ସେମାନଙ୍କ ଅବଧି ଶେଷ ହୋଇଥିଲେ ମଧ୍ୟ ଲକଡାଉନ୍ ଯୋଗୁଁ ଘରେ ରହିବାକୁ ଜିଲ୍ଲା ପ୍ରଶାସନର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଗଞ୍ଜାମରେ ବିଦେଶ ଫେରନ୍ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ ଶେଷ ପରେ ମଧ୍ୟ ଘରେ ରହିବାକୁ ନିର୍ଦ୍ଦେଶ

ଗଞ୍ଜାମ ଜିଲ୍ଲା ପ୍ରଶାସନର ରିପୋର୍ଟ ଅନୁଯାୟୀ ଜିଲ୍ଲାକୁ ମୋଟ ୭୬୧ଜଣ ବିଦେଶରୁ ଫେରିଥିଲେ । ସେହିପରି ୨୯ ହଜାର ୨୦୯ ଜଣ ଅନ୍ୟ ରାଜ୍ୟରୁ ଘରକୁ ଫେରି ହୋମ୍‌ କ୍ବାରେଣ୍ଟାଇନରେ ରହିଥିଲେ । ସେମାନଙ୍କ ମଧ୍ୟରୁ ୭୨୮ ଜଣ ବିଦେଶ ଫେରନ୍ତା ଏବଂ ମୋଟ ୧୫,୦୮୮ ଜଣ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ବିଶେଷ ଙ୍କର ହୋମ୍ କ୍ବାରେଣ୍ଟାଇନ୍ ଶେଷ ହୋଇଥିଲେ ମଧ୍ୟ ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆହୁରି ୩୩ ଜଣ ବିଦେଶ ଫେରନ୍ତା ହୋମ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ପ୍ରାୟ ରାଜ୍ୟ ବାହାରୁ ଆସିଥିବା ୧୪ ହଜାର ୧୨୧ ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ଏମାନଙ୍କ ଘର ବାହାରେ ସୂଚନା ଫଳକରେ ଉଲ୍ଲେଖ କରାଯାଇଥିବା ବେଳେ ନିୟମିତ ଭାବରେ ସେମାନଙ୍କ ଘରକୁ ଯାଇ ଅଙ୍ଗନୱାଡି ଓ ସ୍ବାସ୍ଥ୍ୟକର୍ମୀ ମାନେ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି । ଏହାର ରିପୋର୍ଟକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଉଛି । ଆବଶ୍ୟକ ହେଲେ ସ୍ବତନ୍ତ୍ର କୋଭିଡ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେଇ ଚିକିତ୍ସା ମଧ୍ୟ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ୩୧୧ ଜଣ କୋରୋନା ସନ୍ଦିଗ୍ଧଙ୍କ ସ୍ବାବ ପରୀକ୍ଷା କରାଯାଇଥିବା ବେଳେ କାହାରି ପାଖରେ ପଜେଟିଭ୍‌ ମିଳିନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହ ବର୍ତ୍ତମାନ ଜିଲ୍ଲାରେ ଘର ଘର ବୁଲି କରାଯାଉଥିବା ସ୍ବାସ୍ଥ୍ୟ ପରୀକ୍ଷାରେ ସମସ୍ତେ ସହଯୋଗ କରିବାକୁ ଆହ୍ବାନ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.