ETV Bharat / city

କୁମାରପୂର୍ଣ୍ଣିମା ପୂର୍ବରୁ ସକ୍ରିୟ ଜୁଆଡି: ଆଡ୍ଡା ଉପରେ ପୋଲିସର ଚଢାଉ, 31 ଗିରଫ

author img

By

Published : Oct 7, 2022, 1:24 PM IST

ପାର୍ବଣ ଠାରୁ ଆରମ୍ଭ କରି କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଘରେ ଘରେ ତାସ ଖେଳ ହେଉଥିବା ବେଳେ ପୂର୍ବରୁ ବ୍ରହ୍ମପୁର ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଚଢାଉ ଜୋରଦାର । ୪ ମହିଳାଙ୍କ ସହ ୩୧ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

କୁମାରପୂର୍ଣ୍ଣିମା ପୂର୍ବରୁ ଜୁଆ ଆଡ୍ଡା ଚଢାଉ ଯୋରଦାର , ୪ ମହିଳାଙ୍କ ସହ ୩୧ ଗିରଫ
କୁମାରପୂର୍ଣ୍ଣିମା ପୂର୍ବରୁ ଜୁଆ ଆଡ୍ଡା ଚଢାଉ ଯୋରଦାର , ୪ ମହିଳାଙ୍କ ସହ ୩୧ ଗିରଫ

ବ୍ରହ୍ମପୁର: ଆଗକୁ ଆସୁଛି କୁମାର ପୂର୍ଣ୍ଣିମା । ପୂର୍ଣ୍ଣିମା ପୂର୍ବରୁ ଜୁଆ ଆଡ୍ଡାରେ ଚଢାଉ ଜୋରଦାର କରିଛି ପୋଲିସ । ପାର୍ବଣ ଠାରୁ ଆରମ୍ଭ କରି କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ସବୁଆଡେ ତାସ ଖେଳ ହେଉଥିବା ବେଳେ ବ୍ରହ୍ମପୁର ପୋଲିସ ପକ୍ଷରୁ ଚଢାଉ ଜୋରଦାର । ଏନେଇ ୪ ମହିଳାଙ୍କ ସହ ୩୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୯୫୧୫୦ ଟଙ୍କା ଜବତ କରାଯିବା ସହ ତିନୋଟି ସ୍ଥାନରୁ ପ୍ରାୟ ୧୪ ଗୋଟି ମୋବାଇଲ ଜବତ କରିଛି ବ୍ରହ୍ମପୁର ପୋଲିସ ।

ସୂଚନା ଅନୁଯାୟୀ, ବ୍ରହ୍ମପୁର ପୋଲିସ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଆଙ୍କୁଶପୁର ମାଝି ସାହିରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ନଅ ଜଣ ଜୁଆଡିଙ୍କୁ ଧରିଥିବା ସୂଚନା ମିଳିଥିବା ବେଳେ ସେମାନଙ୍କ ନିକଟରୁ ୧୯୨୦୦ ଟଙ୍କା ଜବତ କରାଯାଇଛି । ସେହିପରି ବ୍ରହ୍ମପୁର ସହରର ପାର୍କ ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ଆଠ ଜଣଙ୍କୁ ଧରାଯାଇଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୪୮୮୫୦ ଟଙ୍କା ଜବତ କରାଯିବା ସହ ୭ ଗୋଟି ମୋବାଇଲ ସହ ତାସକୁ ଜବତ କରାଯାଇଛି ।

ସେହିପରି ବ୍ରହ୍ମପୁର ସହରର ବଡ ବଜାର ଥାନା ପୋଲିସ ପକ୍ଷରୁ ଫୁଲସୁନ୍ଦରୀ ସାହିରେ ଚାଲିଥିବ ଅନ୍ୟ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିବା ବେଳେ ପୋଲିସ ୪ ମହିଳା ଓ ୧୦ ଜଣ ପୁରୁଷଙ୍କୁ ଧରିଥିବା ବେଳେ ୨୭,୧୦୦ ଟଙ୍କା ସହିତ ସାତ ଗୋଟି ମୋବାଇଲ ଫୋନକୁ ଜବତ କରାଯାଇଛି । ତେବେ ଏନେଇ ଗତ କିଛି ଦିନ ହେବ ବ୍ରହ୍ମପୁର ସହରରେ ଲଗାତାର ଭାବରେ ଜୁଆ ଆଡ୍ଡା ଉପରେ ପୋଲିସ ପକ୍ଷରୁ ଚଡାଉ ଜାରି ରହିଛି ।

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.