ETV Bharat / city

ଦ୍ରୁତ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ଅଭିଯୋଗ ଶୁଣାଣି ସ୍ଥଗିତ କଲା ବ୍ରହ୍ମପୁର ପୋଲିସ

author img

By

Published : May 1, 2021, 10:45 PM IST

କୋଭିଡ଼ ମହାମାରୀର ଦ୍ରୁତ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ଅଭିଯୋଗ ଯାଞ୍ଚ ସାମୟିକ ସ୍ଥଗିତ କରାଯାଇଛି । ଅଧିକ ପଢନ୍ତୁ...

Berhampur police have suspended the hearing of the case in view of the serious situation of corona
ଦ୍ରୁତ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ବ୍ୟକ୍ତିଗତ ଅଭିଯୋଗ ଶୁଣାଣି ସ୍ଥଗିତ

ବ୍ରହ୍ମପୁର: କୋଭିଡ଼ ମହାମାରୀର ଦ୍ରୁତ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ଅଭିଯୋଗ ଯାଞ୍ଚ ସାମୟିକ ସ୍ଥଗିତ କରାଯାଇଛି । ଏଥିସହିତ ପୋଲିସ ମୁଖ୍ୟାଳୟ ପକ୍ଷରୁ କେଉଁ ଭଳି ଅଭିଯୋଗ ପାଇଁ କାହାରିକୁ ଯୋଗାଯୋଗ କରିବେ ତାହାର ଟେଲିଫୋନ ମୋବାଇଲ ଓ ଟେଲିଫୋନ୍ ନମ୍ବର ଗୁଡ଼ିକ ଦିଆଯାଇ ତାହାରି ଜରିଆରେ ଅଭିଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

Berhampur police have suspended the hearing of the case in view of the serious situation of corona
ଦ୍ରୁତ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ବ୍ୟକ୍ତିଗତ ଅଭିଯୋଗ ଶୁଣାଣି ସ୍ଥଗିତ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏପରି ପଦକ୍ଷେପ ସହିତ ଜରୁରୀ ନଥିଲେ ପୋଲିସ ଥାନା ଓ ଏସ୍‌ପିଙ୍କ ଅଫିସ୍‌କୁ ନଆସିବାକୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର ।

କାର୍ଯ୍ୟାଳୟକୁ ନଆସି ନିଜର ଜରୁରୀକାଳୀନ ସେବା ପାଇଁ ଆରକ୍ଷୀ ଅଧିକ୍ଷକ ଠାରୁ ଆରମ୍ଭ କରି ସାଧାରଣ ଅଭିଯୋଗ, ପାରିବାରିକ ଓ ଘରୋଇ ହିସାଂ, ଅନଲାଇନ୍ ମାଧ୍ୟମରେ ଠକେଇ, କୋଭିଡ୧୯ ସେବା ସଂପର୍କରେ କାହାରିକୁ ଫୋନ୍ କିମ୍ବା ହ୍ବାଟସଅପ ମାଧ୍ୟମରେ ଜଣାଇପାରିବେ ତାହାର ନମ୍ବର ଉଲ୍ଲେଖ କରିବା ସହିତ ଅଭିଯୋଗ ପାଇଁ ଉଦ୍ଧିଷ୍ଟ ଆପ୍ ଓ ଟୁଇଟର ଓ ଫେସବୁକ୍ ଆକାଉଣ୍ଟରେ ଅବଗତ କରିବାକୁ କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.