ETV Bharat / city

ନାଗ ପେଟରୁ ନାଗ ଉଦ୍ଧାର

author img

By

Published : Sep 6, 2019, 10:44 PM IST

ରେଶମ ସହର ବ୍ରହ୍ମପୁରରେ ଏକ ଛଅ ଫୁଟର ନାଗ ସାପ ଗିଳିଲା ତିନି ଫୁଟର ନାଗ ସାପ । ନାଗର ପେଟରୁ ନାଗ ଉଦ୍ଧାର କରି କରିଛନ୍ତି ସର୍ପ ଉଦ୍ଧାରକାରୀ ସଦସ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଭୋକ ପାଇଁ ନିଷ୍ଠୁର ହେଲା ସାପ । ବ୍ରହ୍ମପୁର ସହରରେ ଏକ ଛଅ ଫୁଟର ନାଗ ସାପ ନିଜର ଭୋକ ମେଣ୍ଟାଇବା ପାଇଁ ଅନ୍ୟ ଏକ ତିନି ଫୁଟର ନାଗ ସାପକୁ ଗିଳି ଦେଇଥିବା ବେଳେ ନାଗର ପେଟରୁ ନାଗ ଉଦ୍ଧାର କରି କରିଛନ୍ତି ସର୍ପ ଉଦ୍ଧାରକାରୀ ଜଣେ ସଦସ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସାଧାରଣତଃ ସାପ ବେଙ୍ଗ କିମ୍ୱା ମୂଷାକୁ ଖାଇଥାଏ । ହେଲେ ରେଶମ ସହରରେ ଏକ ଛଅ ଫୁଟର ନାଗ ସାପ ପେଟରୁ ଅନ୍ୟ ଏକ ତିନି ଫୁଟର ନାଗ ସାପକୁ ବାହାର କରିବା ଘଟଣା ପ୍ରଥମ ବୋଲି କହିଛନ୍ତି ଉଦ୍ଧାରକାରୀ ତାରା ପ୍ରସାଦ ଦାଶ ।

ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ଏକ ଷ୍ଟୋର ରୁମ ପରିସରରେ ଗୋଟିଏ ନାଗ ସାପ ରହିଥିବା ଖବର ପାଇ ସର୍ପ ଉଦ୍ଧାରକାରୀ ସଦସ୍ୟ ତାରା ପ୍ରସାଦ ଦାଶ ପହଞ୍ଚିଥିଲେ । ଗୁରବାର ରାତିରେ କିଛି କର୍ମଚାରୀ ଏହି ସାପଟିକୁ ଦେଖିଥିବା ବେଳେ ଆଜି ସକାଳେ ପୁଣି ସେହି ସାପଟି ରହିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଖବର ପାଇବା ପରେ ଉଦ୍ଧାରକାରୀ ସଦସ୍ୟ ତାରା ପ୍ରସାଦ ସାପଟିକୁ ଉଦ୍ଧାର କରିବା ସମୟରେ ସେ କିଛି ଖାଇଦେଇଥିବା ଦେଖି ତାକୁ କିଛି ସମୟ ହାତରେ ଧରି ରଖିବା ପରେ ସାପଟି ପେଟ ମଧ୍ୟରୁ ପ୍ରାୟ ତିନି ଫୁଟର ଅନ୍ୟ ଏକ ନାଗ ସାପକୁ ଧିରେ ଧିରେ ପାଟିରୁ ବାହାର କରିଥିଲା । ଉଦ୍ଧାର କରାଯାଇଥିବା ନାଗ ସାପଟିକୁ ବନ ବିଭାଗର ପରାମର୍ଶ କ୍ରମେ ମହୁରୀ କାଳୁଆ ଜଙ୍ଗଲରେ ଛଡାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଭୋକ ପାଇଁ ହୋଇଗଲା ନିଷ୍ଠୁର । ସାପ ଗିଳିଦେଲା ପୁରା ଶରୀର । ଏହା କୌଣସି ଯାତ୍ରା ଡାଇଲକ୍ଟ ନୁହିଁ । ବ୍ରହ୍ମପୁର ସହରରେ ଏକ ଛଅ ଫୁଟର ନାଗ ସାପ କିଭଳି ନିଜର ଭୋକ ମେଣ୍ଟାଇବା ପାଇଁ ଅନ୍ୟ ଏକ ତିନି ଫୁଟର ନାଗ ସାପ କୁ ଗୁଳି ଦେଇଥିବା ବେଳେ ତାହାକୁ ଉଦ୍ଧାର କରି ପେଟ ମଧ୍ୟରୁ ବାହର କରିଛନ୍ତି ସର୍ପ ଉଦ୍ଧାରକାରୀ ଜଣେ ସଦସ୍ୟ । ସାଧାରଣତଃ ସାପ ବେଙ୍ଗ କିମ୍ୱା ମୁଶାକୁ ଖାଇଥାଏ । ହେଲେ ରେଶମ ସହରରେ ଏକ ଛଅ ଫୁଟର ନାଗ ସାପ ପେଟରୁ ଅନ୍ୟ ଏକ ତିନି ଫୁଟର ନାଗ ସାପ କୁ ବାହାର କରିବା ଘଟଣା ପ୍ରଥମ ବୋଲି କହିଛନ୍ତି ଉଦ୍ଧାରକାରୀ ତାରା ପ୍ରସାଦ ଦାଶ । ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଥିବା ଜନସ୍ୱାସ୍ଥ ବିଭାଗର ଏକ ଷ୍ଟୋର ରୁମ ପରିସରରେ ଏକ ନାଗ ସାପ ରହିଥିବା ଖବର ପାଇ ସର୍ପ ଉଦ୍ଧାରକାରୀ ସଦସ୍ୟ ତାରା ପ୍ରସାଦ ଦାଶ ପହଞ୍ଚିଥିଲେ । ଗତକାଲି ରାତ୍ର ସମୟରେ କିଛି କର୍ମଚାରୀ ମାନେ ଏହି ସାପଟିକୁ ଦେଖିଥିବା ବେଳେ ଆଜି ସକାଳେ ପୁଣି ଉକ୍ତ ହିଁ ସାପଟି ରହିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଏହି ଖବର ଜାଣିବା ପରେ ଉଦ୍ଧାରକାରୀ ସଦସ୍ୟ ତାରା ପ୍ରସାଦ ସାପଟି କୁ ଉଦ୍ଧାର କରିବା ସମୟରେ ସେ କିଛି ଖାଇଦେଇଥିବା ଦେଖି ତାକୁ କିଛି ସମୟ ହାତରେ ଧରି ରଖିବା ପରେ ତାର ପେଟ ମଧ୍ୟରୁ ପ୍ରାୟ ତିନି ଫୁଟର ଅନ୍ୟ ଏକ ନାଗ ସାପକୁ ଧିରେ ଧିରେ ପାଟିରୁ ବାହାର କରିଥିଲା। ଉଦ୍ଧାର କରାଯାଇଥିବା ନାଗ ସାପଟିକୁ ବନ ବିଭାଗର ପରାମର୍ଶ କ୍ରମେ ମହୁରୀ କାଳୁଆ ଜଙ୍ଗଳରରେ ଛଡାଯାଇଛି । ଏହି ଅବସରରେ ସର୍ପ ଉଦ୍ଧାରକାରୀ ତାରା ପ୍ରସାଦ ଦାଶ ଙ୍କ ସହ ଆଲୋଚନା କରିଥିଲେ ଇଟିଭି ଭାରତ ର ବ୍ରହ୍ମପୁର ପ୍ରତିନିଧି ...
Body:ୱାନ୍ ଟୁ ୱାନ୍



Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ବି.ଦ୍ର-ଭିଜୁଆଲ ସହିତ ୱାନ୍ ଟୁ ୱାନ୍ କୁ ଏଡିଟିଙ୍ଗ୍ କରି ଦେଇଛି ।ଏହାକୁ ବ୍ୟବହାର କରିବାକୁ ଅନୁରୋଧ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.