ETV Bharat / city

୧୫ ଗ୍ରାମ ବ୍ରାଉନସୁଗାର ଜବତ, 2 ଗିରଫ

author img

By

Published : Dec 1, 2020, 9:54 PM IST

ବ୍ରହ୍ମପୁର ସହରରୁ ଜବତ ହୋଇଛି ୧୫ ଗ୍ରାମ ୭୭ ମିଲିଗ୍ରାମ୍ ଓଜନର ବ୍ରାଉନ୍ ସୁଗାର । ଆନୁମାନିକ ମୁଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ପୋଲିସର ଅନୁମାନ । ପଢନ୍ତୁ ଅଧିକ.....

୧୫ ଗ୍ରାମ ବ୍ରାଉନସୁଗାର ଜବତ , 2 ଗିରଫ
୧୫ ଗ୍ରାମ ବ୍ରାଉନସୁଗାର ଜବତ , 2 ଗିରଫ

ବ୍ରହ୍ମପୁର: ସହରରୁ ଜବତ ହୋଇଛି ୧୫ ଗ୍ରାମ ୭୭ ମିଲିଗ୍ରାମ୍ ଓଜନର ବ୍ରାଉନ୍ ସୁଗାର । ଟାଉନ ଥାନା ପୋଲିସ ପକ୍ଷରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଏହି ବ୍ରାଉନ୍ ସୁଗାର ଜବତ ହୋଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 1 ଲକ୍ଷ ୫୨ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ ଏବଂ ନଗଦ ୨୮୫୦ ଟଙ୍କା ସମେତ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବ୍ରହ୍ମପୁର ସହରର ସନ୍ଦୀପ ଅଗ୍ରୱାଲ ଓରଫ ସନ୍ଧି ଏବଂ ଅରବିନ୍ଦନଗର ୨ୟ ଲାଇନର ପ୍ରଭୁକଲ୍ୟାଣ ପଣ୍ଡା ।

ଗତକିଛି ଦିନ ଧରି ବ୍ରହ୍ମପୁର ପୋଲିସ ପକ୍ଷରୁ ସହରରେ ମାଦକ ଦ୍ରବ୍ୟ କାରବାର ଉପରେ ଅଧିକ ନଜର ରଖାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.