ETV Bharat / city

ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ, ଭିଡିଓ ଭାଇରାଲ ପରେ 2 ଗିରଫ

author img

By

Published : Jul 23, 2021, 9:03 AM IST

ବାରିପଦା ସହର ପ୍ୟାରେଡ଼ ପଡିଆ ସୂର୍ଯ୍ୟ ନିବାସ ନିକଟରେ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରୁଛନ୍ତି ସ୍ଥାନୀୟ ଯୁବକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ
ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ

ବାରିପଦା: ସହର ଭିତରେ କାଙ୍ଗାରୁ କୋର୍ଟ । ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରୁଛନ୍ତି ସ୍ଥାନୀୟ ଯୁବକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଅମାନୁଷିକ ଦୃଶ୍ୟ ହେଉଛି ବାରିପଦା ସହର ପ୍ୟାରେଡ଼ ପଡିଆ ସୂର୍ଯ୍ୟ ନିବାସ ନିକଟର ।

ଭାଇରାଲ ଭିଡ଼ିଓ ଆଧାରରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ମାଡ଼ ମାରୁଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ମୋବାଇଲ ଚୋରି କରିଥିବା ଅଭିଯୋଗରେ ତାଙ୍କୁ ଦଉଡିରେ ବାନ୍ଧି ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ।

ଏନେଇ ଟାଉନ ଥାନାର ସବ ଇନସ୍ପେକ୍ଟର ରିତା ବେହେରାଙ୍କ ଅଭିଯୋଗ କ୍ରମେ ସଦର ଥାନା ଶିବଜାମବଣି ଗାଁର ଶିବୁ ବେହେରା ଓ ଟାଉନ ଥାନାର ଶୁନ ଗଡ଼ିଆ ଅଞ୍ଚଳର ହିମତ ସାମଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାସହ ଅଧିକ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ପୋଲିସ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.