ETV Bharat / city

ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ, ୩ ଗୁରୁତର

author img

By

Published : Feb 18, 2021, 8:03 PM IST

ମଦ୍ୟପ ଟ୍ରକ ଡ୍ରାଇଭରର ଉନ୍ମକ୍ତକାଣ୍ଡ। ମଦ ପିଇ ଜଣେ ଡ୍ରାଇଭର ତିନୋଟି ପୃଥକ ପୃଥକ ଦୁର୍ଘଟଣା ଘଟାଇଥିବାର ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଶୀର୍ଷାପାଳ ଛକରେ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ତିନୋଟି ଅଟୋକୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ ୩ ଗୁରୁତର । ଅଧିକ ପଢନ୍ତୁ...

ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ
ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ

ବାରିପଦା: ମଦ୍ୟପ ଟ୍ରକ ଡ୍ରାଇଭରର ଉନ୍ମକ୍ତକାଣ୍ଡ । ମଦ ପିଇ ଜଣେ ଡ୍ରାଇଭର ତିନୋଟି ପୃଥକ ପୃଥକ ଦୁର୍ଘଟଣା ଘଟାଇଥିବାର ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଶୀର୍ଷାପାଳ ଛକରେ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ତିନୋଟି ଅଟୋକୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ ୩ ଗୁରୁତର ।

ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲାର ବାରିପଦା-ଅମରଦା ୬୧ନଂ ରାଜ୍ୟ ରାଜପଥରେ ଦିନକୁ ଦିନ ବଢି ଚାଲିଛି ଦୁର୍ଘଟଣା । ଗୁରୁବାର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ଏକ ଟ୍ରକ ଦୁଇଟି ଯାତ୍ରୀବାହୀ ଅଟୋ ଏବଂ ଗୋଟିଏ ମାଲବାହୀ ଅଟୋକୁ ଧକ୍କା ଦେଇଛି । ଫଳରେ ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।

ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ

ଗୁରୁତର ଆହତଙ୍କୁ ଚିତ୍ରଡା ଅଗ୍ନିଶମ ତରଫରୁ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବାବେଳେ ଲୋକେ ଟ୍ରକଟିକୁ ଅଟକ ରଖି ଟ୍ରକର କାଚ ଭଙ୍ଗାରୁଜା କରିଛନ୍ତି ।

ଏହାସହ ଗୋଲେଇଟିକୁ ସଡକ ମଝିରେ ନିର୍ମାଣ କରିବା, ଛକର ଚତୁପାର୍ଶ୍ବରେ ସ୍ପୀଡ଼ ବ୍ରେକର, ୨୪ଘଣ୍ଟା ଜଣେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ନିୟୋଜିତ କରିବା ତିନୋଟି ଦାବି ନେଇ ଜନସାଧାରଣମାନେ ରାଜପଥକୁ ଅବରୋଧ କରି ଧାରଣାରେ ବସିଥିଲେ । ଦୀର୍ଘ ଦୁଇ ଘଣ୍ଟା ପରେ ମୋରଡା ବିଧାୟକ ରାଜ କିଶୋର ଦାସ ଏବଂ ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ମହାନ୍ତ ଧାରଣାରେ ସାମିଲ ହୋଇଥିଲେ।

ବିଧାୟକ ଶ୍ରୀ ଦାସ ଜିଲ୍ଲାପାଳ, ମୟୂରଭଞ୍ଜ ଏସପି, ପୂର୍ତ୍ତ ବିଭାଗର କାର୍ଯ୍ୟ ନର୍ବାହୀ ଅଧିକାରୀ ଏବଂ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା କରିବା ପରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ ରେଡ଼କ୍ରସ ତରଫରୁ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ଜଣେ ଟ୍ରାଫିକ ପୋଲିସକୁ ନିୟୋଜିତ କରାଇଥିଲେ ଏବଂ ଲୋକଙ୍କ ଦାବି ଅନୁସାରେ ପୂର୍ତ୍ତ ବିଭାଗ ଛକର ଚତୁଃପାର୍ଶ୍ବ ରାସ୍ତାରେ ସଙ୍ଗେ ସଙ୍ଗେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଯାହାଫଳରେ ଲୋକମାନେ ଧାରଣାରୁ ଓହରଥିଲେ। ଟ୍ରକଟି କ୍ଷତି ଘଟାଇ ଥିବା ତିନୋଟି ଅଟୋକୁ ରାସ୍ତା ଉପରକୁ ଆଣି ମାଲିକ ଘଟଣା ସ୍ଥଳକୁ ଆସି କ୍ଷତି ପୂରଣ ଦିଅନ୍ତୁ ବୋଲି ଅଡ଼ି ବସିଥିଲେ ।ଟ୍ରକ ମାଲିକ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକରୁ ଲୋକମାନେ ଓହରିଥିଲେ ଏବଂ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.