ETV Bharat / city

ପୋଷ୍ୟଗ୍ରାମର ଲୋକଙ୍କ ଭୋକ ମେଣ୍ଟାଇଲା ରୋଟାରୀ

author img

By

Published : May 31, 2021, 6:04 AM IST

Updated : May 31, 2021, 8:42 AM IST

ରୋଟାରୀ କ୍ଲବର ଅଭିନବ ପ୍ରୟାସ । ବାତ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ସମେତ ସାବୁନ ଓ ମାସ୍କ ବଣ୍ଟନ ।ଅଧିକ ପଢନ୍ତୁ...

ପୋଷ୍ୟଗ୍ରାମର ଲୋକଙ୍କ ଭୋକ ମେଣ୍ଟାଇଲା ରୋଟାରୀ
ପୋଷ୍ୟଗ୍ରାମର ଲୋକଙ୍କ ଭୋକ ମେଣ୍ଟାଇଲା ରୋଟାରୀ

ବାଲେଶ୍ଵର: ବାଲେଶ୍ଵରରେ ବାତ୍ୟା ୟସ ଘଟାଇଛି ବହୁ କ୍ଷୟକ୍ଷତି । ଏଥିପାଇଁ ଅନେକ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି । ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ପ୍ରଶାସନ ପାଖରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ରିଲିଫ ଯୋଗାଇ ଦିଆଯାଉଛି ।

ପୋଷ୍ୟଗ୍ରାମର ଲୋକଙ୍କ ଭୋକ ମେଣ୍ଟାଇଲା ରୋଟାରୀ

ସେହିପରି ବାଲେଶ୍ଵର ରୋଟାରୀ କ୍ଳବ୍ ଦ୍ୱାରା ପୋଷ୍ୟଗ୍ରାମ ଭାବେ ଗ୍ରହଣ କରାଯାଇଥିବା ଶ୍ରୀକୋଣା ଗ୍ରାମରେ କ୍ଳବ ପକ୍ଷରୁ ରିଲିଫ୍ ବଣ୍ଟନ କରାଯାଇଛି । କ୍ଲବର ସଭାପତି ବିଷ୍ଣୁ ଦାସ କୁଣ୍ଡୁଙ୍କ ନେତୃତ୍ୱରେ ସମ୍ପାଦକ ପ୍ରଦୀପ୍ତ କୁମାର ପଣ୍ଡା, ପ୍ରକଳ୍ପ ଚେୟାରମ୍ୟାନ ଦେବେନ୍ଦ୍ର କୁମାର ଧଳ, ସଦସ୍ୟ ନନ୍ଦକିଶୋର ମହାନ୍ତିଙ୍କ ସମେତ ଅନ୍ୟ ସଦସ୍ୟମାନେ ଗ୍ରାମରେ ପହଞ୍ଚି ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ପ୍ରଦାନ କରିଥିଲେ ।

ଏହାସହ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସାନିଟାଇଜର, ସାବୁନ, ମାସ୍କ ଆଦି ବଣ୍ଟନ କରାଯାଇଥିଲା । ଆଗାମୀ 1 ମାସ ଯାଏ ଏମିତି ଖାଦ୍ୟ ବଣ୍ଟା ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 31, 2021, 8:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.