ETV Bharat / city

ବାତ୍ୟାରେ ଧୋଇଯାଇଥିଲା ରାସ୍ତା: ହନ୍ତସନ୍ତ ଗ୍ରାମବାସୀ, ପ୍ରଶାସନ ସ୍ଥାଣୁ

author img

By

Published : Jun 2, 2021, 8:39 PM IST

ବାତ୍ୟା ୟସ ଯୋଗୁଁ ଜିଲ୍ଲାରେ ବିଭିନ୍ନ କ୍ଷୟକ୍ଷତି ହୋଇଥିଲେ ସୁଦ୍ଧା ପ୍ରଶାସନିକ ସହାୟତା ଶୂନ୍ । ଅଧିକ ପଢନ୍ତୁ...

ବାତ୍ୟାରେ ବାହ୍ୟ ଜଗତରୁ ବିଛିନ୍ନ ଗାଁ ପ୍ରତି ପ୍ରଶାସନର ନାହିଁ ନିଘା
ବାତ୍ୟାରେ ବାହ୍ୟ ଜଗତରୁ ବିଛିନ୍ନ ଗାଁ ପ୍ରତି ପ୍ରଶାସନର ନାହିଁ ନିଘା

ବାଲେଶ୍ବର: ରାଜ୍ୟ ସରକାରଙ୍କ ଅନେକ ଯୋଜନା । ହେଲେ ଯୋଜନା କେଉଁଠି ମେଞ୍ଚେ ତ ପୁଣି କେଉଁଠି ଜମାରୁ ନାହିଁ । ଏମିତି ସରକାରୀ ଯୋଜନା ଫେଲ୍ ମାରିଥିବା ଗାଁ ହେଉଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖରିଦା ଗାଁ ।

ବାତ୍ୟାରେ ବାହ୍ୟ ଜଗତରୁ ବିଛିନ୍ନ ଗାଁ ପ୍ରତି ପ୍ରଶାସନର ନାହିଁ ନିଘା


ବାତ୍ୟା ୟସ ଯୋଗୁଁ ସବୁ ଆଡେ ଜଳମଗ୍ନ ହୋଇଯାଇଥିଲା । ଖରିଦା ଗାଁକୁ ଯିବା ରାସ୍ତା ବାତ୍ୟାରେ ଧୋଇଗଲା । ବାତ୍ୟାକୁ ଏକ ସପ୍ତାହ ପୁରିଥିଲେ ସୁଦ୍ଧା ଏଯାଏଁ ରାସ୍ତା ତିଆରି ପାଇଁ ପ୍ରଶାସନିକ ସ୍ତରରେ ଦୃଷ୍ଟି ପଡିନି ।

ଅନ୍ୟପଟେ ଚକମହାସମପୁର ଠାରୁ ଖରିଦା ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ବ୍ୟୟ ଅଟକଳ ହୋଇଥିଲେ ମଧ୍ୟ ସେଥିରେ ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ରାସ୍ତା ଧୋଇ ହୋଇଯାଇଥିବାରୁ ଗାଁ ଲୋକେ ଘରୁ ବାହାରି ପାରୁନାହାଁନ୍ତି । ଏଭଳି ସ୍ଥିତିରେ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ନ ଦେବାରୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ବାଲେଶ୍ବରରୁ ଜୀବନ ଜ୍ୟାେତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.