ETV Bharat / city

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

author img

By

Published : Jul 26, 2022, 2:24 PM IST

ଶୌଚ ହେବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ବାଲେଶ୍ଵର: ସୋରରେ ଭାଲୁ ଆତଙ୍କ । ଶୌଚ ହେବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଆହତ ଯୁବକ ହେଉଛନ୍ତି ଯାତପଦା ଗାଁର ଗୋପୀନାଥ କିସ୍କୁ । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଗୋପୀନାଥ କିସ୍କୁ ଶୌଚ ହେବାକୁ ପାଖ ବିଲକୁ ଯାଇଥିଲେ । ଏହି ସମୟରେ ଗୋଟିଏ ଭାଲୁ ଏବଂ ଆଉ ଏକ ଛୁଆ ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ ।

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଦୁଇ ଭାଲୁଙ୍କ ସହିତ ଗୋପୀନାଥ କିଛି ସମୟ ଲଢେଇ କରି ଚିତ୍କାର କରିବାରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.