ETV Bharat / city

ପଜିଟିଭ ଚିହ୍ନଟ ପରେ ପାଖ ମାଡିଲେନି ପରିବାର, ଅନେଇ ଅନେଇ ଆଖି ବୁଜିଲେ ଯୁବକ

author img

By

Published : May 21, 2021, 4:35 PM IST

ହଜିଗଲା ମାନବିକତା, କୋରୋନା ପଜିଟିଭ ଚିହ୍ନଟ ପରେ ଛୁଇଁଲେନି ଆତ୍ମୀୟ । ମେଡିକାଲରେ ପରିବାର ଲୋକଙ୍କୁ ଚାହିଁ ଶେଷରେ ମୃତ୍ୟୁବରଣ କଲେ । ଏଭଳି ଅଭାନୀୟ ଘଟଣା ଘଟିଛି ବାଲେଶ୍ବର ସୋର ଡାକ୍ତରଖାନାରେ । ଅଧିକ ପଢନ୍ତୁ...

dead body not touch by family in balasore
ହଜିଗଲା ମାନବିକତା, ପଜିଟିଭ ଯୁବକଙ୍କୁ ମେଡିକାଲରେ ଛାଡିଲା ପରିବାର

ବାଲେଶ୍ବର: କୋରୋନା କାଳରେ ଧୀରେଧୀରେ ମାନବିକତା ହଜିବାକୁ ଯାଉଛି । ଏଭଳି ଏକ ଘଟଣା ଏବେ ସମସ୍ତଙ୍କୁ ବିଚଳିତ କରିଛି । କୋରୋନା ପଜିଟିଭ ବୋଲି ଜାଣିବା ପରେ ଜଣେ ଯୁବକଙ୍କୁ ମେଡିକାଲରେ ପରିବାର ଲୋକେ ଛାଡି ପଳାଇଥିଲେ। ପରିବାର ଲୋକଙ୍କୁ ଅନେଇ ଶେଷରେ ଯୁବକ ଜଣଙ୍କ ଆଖି ବୁଜିବା ଘଟଣା ଏବେ ମଣିଷ ପଣିଆକୁ ଧିକ୍କାର କରୁଛି। ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଡାକ୍ତରଖାନାରେ।

ହଜିଗଲା ମାନବିକତା, ପଜିଟିଭ ଯୁବକଙ୍କୁ ମେଡିକାଲରେ ଛାଡିଲା ପରିବାର

ସୂଚନା ଆନୁଯାୟୀ ଖଇରା ଅଞ୍ଚଳର ଜଣେ ଯୁବକଙ୍କ ଗୁରୁତର ଭାବେ ଛାତି ଯନ୍ତ୍ରଣା ହେବାରୁ ପରିବାର ଲୋକେ ପ୍ରଥମେ ଖଇରା ଓ ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନା ଭର୍ତ୍ତି କରିଥିଲେ । ଡାକ୍ତର ଯୁବକଙ୍କ କୋରୋନା ପରୀକ୍ଷା କରି ପଜିଟିଭ ଥିବା ପରିବାର ଲୋକଙ୍କୁ ଜଣାଇଥିଲେ। ଏହି ଖବର ଶୁଣିବା ପରେ ପରିବାର ଲୋକେ ଯୁବକଙ୍କୁ ଡାକ୍ତରଖାନାରେ ଛାଡି ଚାଲି ଯାଇଥିଲେ। ଯୁବକ ଜଣକ ପରିବାର ଲୋକଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଶେଷରେ ଆଖି ବୁଜିଥିଲେ। ଯୁବକଙ୍କ ଆଖି ବୁଜିବା ଘଟଣା ମଣିଷ ପଣିଆକୁ ଧିକ୍କାର କରୁଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.