ETV Bharat / city

କାଲିଠୁ ଅଫଲାଇନ ମ୍ୟାଟ୍ରିକ ପରୀକ୍ଷା, ବାଲେଶ୍ବରରେ 795 ଜଣ ଦେବେ ପରୀକ୍ଷା

author img

By

Published : Jul 29, 2021, 7:05 PM IST

ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ମଧ୍ୟରେ ଆରମ୍ଭ ହେବ ଅଫଲାଇନ ମ୍ୟାଟ୍ରିକ ପରୀକ୍ଷା । ଏଥିପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ...

କାଲିଠୁ ଅଫଲାଇନ ମ୍ୟାଟ୍ରିକ ପରୀକ୍ଷା, ବାଲେଶ୍ବରରେ 795 ଜଣ ଦେବେ ପରୀକ୍ଷା
କାଲିଠୁ ଅଫଲାଇନ ମ୍ୟାଟ୍ରିକ ପରୀକ୍ଷା, ବାଲେଶ୍ବରରେ 795 ଜଣ ଦେବେ ପରୀକ୍ଷା

ବାଲେଶ୍ବର: ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ମଧ୍ୟରେ ଆରମ୍ଭ ହେବ ଅଫଲାଇନ ମ୍ୟାଟ୍ରିକ ପରୀକ୍ଷା । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ଯେଭଳି ସୁରକ୍ଷିତ ଭାବରେ ପରୀକ୍ଷା ଦେଇ ପାରିବେ ସେନେଇ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

କାଲିଠୁ ଅଫଲାଇନ ମ୍ୟାଟ୍ରିକ ପରୀକ୍ଷା, ବାଲେଶ୍ବରରେ 795 ଜଣ ଦେବେ ପରୀକ୍ଷା
କାଲିଠୁ ଅଫଲାଇନ ମ୍ୟାଟ୍ରିକ ପରୀକ୍ଷା, ବାଲେଶ୍ବରରେ 795 ଜଣ ଦେବେ ପରୀକ୍ଷା
ଆସନ୍ତାକାଲି(ଶୁକ୍ରବାର) ଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲାରେ ମଧ୍ୟ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ବାଲେଶ୍ବର ଜିଲ୍ଲାରେ ସମୁଦାୟ 22ଟି କେନ୍ଦ୍ରରେ 795 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରେ hscରେ 162 ଜଣ, ମଧ୍ୟମାରେ 53 ଜଣ ଓ soscରେ 580 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଅଧିକାଂଶ ଛାତ୍ରଛାତ୍ରୀ ମୂଲ୍ୟାୟନ ସଠିକ ଭାବରେ କରାଯାଇନଥିବା ଅଭିଯୋଗ କରିଥିଲେ । ସେମାନଙ୍କୁ ଅଫଲାଇନ ମାଧ୍ୟମରେ ପରୀକ୍ଷା ଦେବାକୁ ପରାମର୍ଶ ଦେଇଥିଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.