ETV Bharat / business

ଆସନ୍ତା ବର୍ଷ 10ରୁ 20% ବଢିବ ସୁନା ବିକ୍ରି !

author img

By ETV Bharat Odisha Team

Published : Dec 24, 2023, 10:50 AM IST

Gold jewellery sales expected to rise in next year: ଆସନ୍ତା ବର୍ଷରେ ସୁନାର ଚାହିଦା ବଢ଼ିବା ସହ ସୁନା ଅଳଙ୍କାର ବିକ୍ରିରେ 10ରୁ 20 ପ୍ରତିଶତ ବଢ଼ିବାର ଆଶା କରାଯାଉଛି । ଆଗକୁ ପଢ଼ନ୍ତୁ

ସୁନା ବିକ୍ରିହାର ବଢ଼ିର ଆଶା
ସୁନା ବିକ୍ରିହାର ବଢ଼ିର ଆଶା

ମୁମ୍ବାଇ: ଆସନ୍ତା ବର୍ଷ ସୁନାର ଚାହିଦା ବଢ଼ିବା ସହ ସୁନା ଅଳଙ୍କାର ବିକ୍ରି 10ରୁ 20 ପ୍ରତିଶତ ବୃଦ୍ଧି ପାଇବା ନେଇ ଆକଳନ କରାଯାଉଛି । ରେଟିଙ୍ଗ ଏଜେନ୍ସି ଇକ୍ରା (ICRA) ନିଜର ଏକ ରିପୋର୍ଟରେ ଏହା କହିଛି । 2023-24ରେ ଘରୋଇ ସ୍ତରରେ ସୁନା ଆଭୂଷଣର ବିକ୍ରି ପାଇଁ 8ରୁ 10 ପ୍ରତିଶତ ଆକଳନ କରିଥିବା ବେଳେ ତାହା 10ରୁ 12 ପ୍ରତିଶତକୁ ବୃଦ୍ଧି ପାଇଛି । ସୁନା ଦରରେ ବୃଦ୍ଧି ହୋଇଥିଲେ ମଧ୍ୟ ଚଳିତ ବର୍ଷରେ ହୋଇଥିବା ବିକ୍ରିକୁ ଦେଖି ଏହି ଆକଳନକୁ ବଢ଼ାଇଥିବା ଇକ୍ରା (ICRA) ପକ୍ଷରୁ କୁହାଯାଇଛି ।

ବାର୍ଷିକ ବିକ୍ରି ବୃଦ୍ଧି ଆଶା: 2023-24ର ପ୍ରଥମ 6 ମାସରେ ସୁନା ଅଳଙ୍କାର ବିକ୍ରି ବାର୍ଷିକ ଆଧାରରେ 15 ପ୍ରତିଶତରୁ ଅଧିକ ରହିବା ନେଇ ଅନୁମାନ କରାଯାଉଛି । ଆଗକୁ ଅକ୍ଷୟ ତୃତୀୟା ଥିବାରୁ ସୁନାର ଚାହିଦା ଅଧିକ ରହିବ । ତେଣୁ ସେହି ସମୟରେ ସୁନା ଅଳଙ୍କାର ବିକ୍ରି ଅଧିକ ହେବ ବୋଲି ଆଶା ରହିଛି । ଇକ୍ରା (ICRA) ମୁତାବକ, ମୁଦ୍ରାସ୍ଫୀତି କାରଣରୁ ଚଳିତ ବର୍ଷ ଦ୍ବିତୀୟ 6 ମାସରେ ଧିମା ଗ୍ରାମୀଣ ଚାହିଦା ଯୋଗୁଁ ଏହି ବୃଦ୍ଧି ଦର କମିଯାଇ 6-8 ପ୍ରତିଶତ ହୋଇଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ସର୍ବାଧିକ ରୁମ ବୁକିଂ ଲିଷ୍ଟରେ ହାଇଦ୍ରାବାଦ ସର୍ବାଗ୍ରେ: Oyo

କ୍ଷୁଦ୍ର ଅଳଙ୍କାର ବିକ୍ରେତାଙ୍କର ଆୟରେ ବୃଦ୍ଧି

2023-24 ପ୍ରାରମ୍ଭିକ 6 ମାସରେ ସୁନାର ମୁଲ୍ୟ ସ୍ଥିର ଥିଲା । କିନ୍ତୁ ଗତବର୍ଷର ପ୍ରାରମ୍ଭିକ ସମୟର ମୁଲ୍ୟ ତୁଳନାରେ ସୁନାର ମୁଲ୍ୟ 14 ପ୍ରତିଶତ ଅଧିକ ଥିଲା । ତେବେ ରେଟିଙ୍ଗ ଏଜେନ୍ସିର କହିବା ମୁତାବକ, ସୁନା ମୂଲ୍ୟରେ ଅଳ୍ପ ବୃଦ୍ଧି ଥିଲେ ମଧ୍ୟ କ୍ଷୁଦ୍ର ଆଭୂଷଣ ବିକ୍ରେତାଙ୍କର ଆୟରେ ବୃଦ୍ଧି ଦେଖାଯାଇଛି । ତେବେ ଚଳିତ ବର୍ଷ ନଭେମ୍ବର ମାସରେ ଭାରତର ଚାରି ପ୍ରମୁଖ ମହାନଗରରେ ସୁନା ଦର ବୃଦ୍ଧି ହୋଇଥିଲା । ଆମେରିକୀୟ ଟ୍ରେଜରି ୟେଜ‌ରେ ହ୍ରାସ ଯୋଗୁଁ ଏବଂ ବିଭିନ୍ନ କାରକମାନଙ୍କ କାରଣରୁ ସୁନାର ଦାମରେ ଲଗାତାର 2 ଦିନ ଧରି ବୃଦ୍ଧି ଘଟିଥିଲା ।

ଚେନ୍ନାଇରେ ସୁନାର ମୂଲ୍ୟ 62,510 ଟଙ୍କା ପ୍ରତି 10 ଗ୍ରାମକୁ ହୋଇଥିବା ବେଳେ ରୂପା ମୂଲ୍ୟ 73,149 ଟଙ୍କା ପ୍ରତି 1 କିଲୋଗ୍ରାମ ପିଛା ରହିଥିଲା । ଦିଲ୍ଲୀରେ ସୁନାର ମୂଲ୍ୟ 62,170 ଟଙ୍କା ହୋଇଥିବା ବେଳେ, ରୂପା ମୂଲ୍ୟ 73,149 ଟଙ୍କା ରହିଥିଲା । ମୁମ୍ବାଇରେ ସୁନାର ମୂଲ୍ୟ 10 ଗ୍ରାମ ପିଛା 62,020 ଟଙ୍କା ହୋଇଥିବା ବେଳେ ରୂପାର ମୂଲ୍ୟ 73,149 ଟଙ୍କା ପ୍ରତି 1 କିଲୋଗ୍ରାମ ପିଛା ରହିଥିଲା । କୋଲକାତାରେ ସୁନାର ମୂଲ୍ୟ 62,020 ଟଙ୍କା ଏବଂ ରୂପାର ମୂଲ୍ୟ 73,149 ଟଙ୍କା ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.