ETV Bharat / business

ଅସ୍ଥିର ପୁଞ୍ଜି ବଜାର, ୧୨୧ ପଏଣ୍ଟ ଉଛୁଳିଲା ସେନସେକ୍ସ

author img

By

Published : Mar 11, 2022, 2:19 PM IST

ଅସ୍ଥିର ଭାରତୀୟ ପୁଞ୍ଜି ବଜାର । ୧୨୧ ପଏଣ୍ଟ ଉଛୁଳିଲା ସେନସେକ୍ସ । ସକାଳେ ୨୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା ବିଏସଇ ସୂଚକାଙ୍କ । ଅଧିକ ପଢନ୍ତୁ

ଅସ୍ଥିର ପୁଞ୍ଜି ବଜାର, ୧୨୧ ପଏଣ୍ଟ ଉଛୁଳିଲା ସେନସେକ୍ସ
ଅସ୍ଥିର ପୁଞ୍ଜି ବଜାର, ୧୨୧ ପଏଣ୍ଟ ଉଛୁଳିଲା ସେନସେକ୍ସ

ମୁମ୍ବାଇ: ଅସ୍ଥିର ଭାରତୀୟ ପୁଞ୍ଜି ବଜାର(volatile trading at indian markets) । ଆଜି ପ୍ରାରମ୍ଭିକ କାରବାରରେ ସେନସେକ୍ସ ନାଲି ସଙ୍କେତରେ ଖୋଲିଥିଲା । ପରେ ପୁଣି ଏହା ସବୁଜକୁ ପରିବର୍ତ୍ତିତ ହୋଇଥିଲା । କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ୨୦୦ ପଏଣ୍ଟରୁ ଅଧିକ ହ୍ରାସ ସହ ୫୫,୨୧୮.୭୮ ପଏଣ୍ଟରେ ଥିଲା । ହେଲେ କିଛି ସମୟ ମଧ୍ୟରେ ଏହା ବୃଦ୍ଧି ପାଇ ୫୫,୮୩୩.୯୫ ପଏଣ୍ଟରେ ପହଞ୍ଚିଥିଲା ।

୩୦ ସେୟାର ଆଧାରିତ ବିଏସଇ ସେନସେକ୍ସ ସକାଳ କାରବାର ଅପେକ୍ଷା ପୂର୍ବାହ୍ନରେ ୧୨୧.୧୫ ପଏଣ୍ଟ ବା ୦.୨୨ ପ୍ରତିଶତ ବୃଦ୍ଧି ପାଇ ୫୫,୫୮୫.୫୪ ପଏଣ୍ଟରେ କାରବାର କରୁଛି । ପୂର୍ବ କାରବାରରେ ସେନସେକ୍ସ ୫୫,୪୬୪.୩୯ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ସକାଳେ ସେନସେକ୍ସ ୫୫,୦୪୯ ପଏଣ୍ଟ ତଳକୁ ଖସି ଆସିଥିଲା । ୫୦ ସେୟାର ଆଧାରିତ ଏନଏସଇ ସୂଚକାଙ୍କ ନିଫ୍ଟି ପୂର୍ବ କାରବାର ୧୬,୫୯୪.୯୦ ପଏଣ୍ଟ ତୁଳନାରେ ୫୨.୫୦ ପଏଣ୍ଟ ବା ୦.୩୨ ପ୍ରତିଶତ ବୃଦ୍ଧି ସହ ୧୬,୬୪୭.୪୦ ପଏଣ୍ଟରେ କାରବାର କରିଛି ।

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ମଧ୍ୟ ଆଜି ଖୁବ୍ ଅସ୍ଥିରତା ଦେଖାଯାଇଛି । ନିଫ୍ଟି ଆଜି ୧୬,୫୨୮.୮୦ ପଏଣ୍ଟ ସହ ନାଲି ସଙ୍କେତରେ କାରବାର ଆରମ୍ଭ କରିଥିଲା ଏବଂ ସକାଳ କାରବାର ସମୟରେ ୧୬,୪୭୦.୯୦ ପଏଣ୍ଟକୁ ଖସି ଆସିଥିଲା । ଏହାପରେ ମଧ୍ୟବର୍ତ୍ତୀକାଳୀନ କାରବାରରେ ଏହି ଏନଏସଇ ସୂଚକାଙ୍କ ହ୍ରାସ ପାଇ ୧୬,୬୯୪.୪୦ ପଏଣ୍ଟରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଫାର୍ମା, ବ୍ୟାଙ୍କିଂ ଏବଂ ଆର୍ଥିକ ଷ୍ଟକଗୁଡିକର ଭଲ କାରବାର ହୋଇଛି ।

ସେହିପରି ନେସଲେ ଇଣ୍ଡିଆ(Nestle india), ମାରୁତି ସୁଜୁକି ଷ୍ଟକଗୁଡିକ କ୍ଷତି ଅର୍ଜନ କରିଛନ୍ତି । Nestle india ୧.୪୧ ପ୍ରତିଶତ କ୍ଷତି ସହିଥିବାବେଳେ ମାରୁତି ସୁଜୁକି ଷ୍ଟକମୂଲ୍ୟରେ ୧.୨୭ ପ୍ରତିଶତ ହ୍ରାସ ଆସିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.