ETV Bharat / business

Share Market: ବଜାରରେ ଉତ୍ସାହ, କାରବାର ଆରମ୍ଭରୁ ଉଛୁଳିଲା ସେନସେକ୍ସ

author img

By

Published : Feb 1, 2022, 9:38 AM IST

ବଜେଟ୍ ପୂର୍ବରୁ ବଜାରରେ ଉତ୍ସାହ । ପ୍ରାରମ୍ଭିକ କାରବାରରେ 582.85 ଉଛୁଳିଲା ସେନସେକ୍ସ । ଅଧିକ ପଢନ୍ତୁ

Share Market: ବଜାରରେ ଉତ୍ସାହ, କାରବାର ଆରମ୍ଭରୁ ସେନସେକ୍ସରେ 582.85 ବୃଦ୍ଧି
Share Market: ବଜାରରେ ଉତ୍ସାହ, କାରବାର ଆରମ୍ଭରୁ ସେନସେକ୍ସରେ 582.85 ବୃଦ୍ଧି

ମୁମ୍ବାଇ: ବଜେଟ୍ ପୂର୍ବରୁ ବଜାରରେ ଉତ୍ସାହ । ପ୍ରାରମ୍ଭିକ କାରବାରରେ ଉଛୁଳିଲା ସେନସେକ୍ସ । ଆଜି କାରବାର ଆରମ୍ଭରୁ ବିଏସଇ ସେନସେକ୍ସ 582.85 ବୃଦ୍ଧି ପାଇଛି (Sensex climbs 582.85 points) । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟ ମଧ୍ୟ ଉପରମୁହାଁ ରହିଛି । ସେନସେକ୍ସ 582.85 ବୃଦ୍ଧି ପାଇ 58,597.02 କାରବାର କରୁଥିବାବେଳେ ନିଫ୍ଟି 156.20 ବୃଦ୍ଧି ସହ 17,496.05ରେ ରହିଛି ।

ବିଗତ ସପ୍ତାହରେ ବଜାର ଧରାଶାୟୀ ହୋଇପଡିଥିଲା । ଏପରିକି ୧୫୦୦ ତଳକୁ ଖସି ଆସିଥିଲା ସେନସେକ୍ସ । ଯେଉଁଥିପାଇଁ ନିବେଶକ କୋଟି କୋଟି ଟଙ୍କାର କ୍ଷତି ସହିଥିଲେ । ହେଲେ ବଜେଟ୍ ପୂର୍ବରୁ ବଜାରରେ ଉତ୍ସାହ ଦେଖାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.